ସ୍ପେଶାଲ ଟ୍ରେନ୍‌ରେ ପହଞ୍ଚତ୍ଲେ ୪୪୨୯ପ୍ରବାସୀ

ବଲାଙ୍ଗୀର ଅଫିସ, ୨୭ା୫-ବଲାଙ୍ଗୀର ରେଳଷ୍ଟେଶନ୍‌ରେ ମଙ୍ଗଳବାର ରାତିରେ ଗୋଟିଏ ଓ ବୁଧବାର ୨ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ପହଞ୍ଚତ୍ଥିଲା ା ଏହି ତିନି ଟ୍ରେନ୍‌ରେ ସମୁଦାୟ ୪୪୨୯ ଜଣ ଓଡିଆ ପ୍ରବାସୀ ଓହ୍ଳାଇଥିଲେ ା ସେଥିରେ କେବଳ ବଲାଙ୍ଗୀର ଜିଲାର ୧୦୧୦ ଜଣ ପ୍ରବାସୀ ଆସି ପହଞ୍ଚତ୍ଛନ୍ତି ା ମଙ୍ଗଳବାର ରାତିରେ ଗୁଜରାଟର ରାଜକୋଟରୁ ଆସିିଥିବା ଟ୍ରେନ୍‌ରେ ୧୧୮୭ ଜଣ ପ୍ରବାସୀ ଓହ୍ଳାଇଥିଲେ ା ବୁଧବାର ଦୁଇଟି ଟ୍ରେନ୍‌ ବଲାଙ୍ଗୀର ପହଞ୍ଚତ୍ଥିଲା ା ଆନ୍ଧ୍ରପ୍ରଦେଶର ରାୟନାପାଡୁରୁ ଆସିଥିବା ଟ୍ରେନ୍‌ ପୂର୍ବାହ୍ନ ୧୧ଟା ୪୫ରେ ବଲାଙ୍ଗୀର ଷ୍ଟେଶନ୍‌ରେ ପହଞ୍ଚତ୍ଥିଲା ା ଏଥିରେ ସମୁଦାୟ ୧୭୦୧ ଜଣ ପ୍ରବାସୀ ଆସିଥିଲେ ା ନୂଆପଡା ଜିଲାର ସର୍ବାଧିକ ୬୩୨ ଜଣ, ବଲାଙ୍ଗୀରର ୩୪୨, କଳାହାଣ୍ଡିର ୨୫୨, ନବରଙ୍ଗପୁରର ୧୬୭, ବରଗଡର ୯୩, ସୁବର୍ଣ୍ଣପୁର ଜିଲାର ୧୭ ଓ ବାକି ଅନ୍ୟ ଜିଲାର ପ୍ରବାସୀ ଆସିଥିଲେ ା ଅପରାହ୍ଣ ୩ଟା ୪୫ରେ ତାମିଲନାଡୁର ତିରପୁରଠାରୁ ଆସିଥିବା ଶ୍ରମିକ ସ୍ପେଶାଲ ଟ୍ରେନ୍‌ ବଲାଙ୍ଗୀର ପହଞ୍ଚତ୍ଥିଲା ା ଏଥିରେ ୧୫୪୧ ଜଣ ପ୍ରବାସୀ ଆସି ପହଞ୍ଚତ୍ଥିଲେ ା ବଲାଙ୍ଗୀର ଜିଲାର ସର୍ବାଧିକ ୩୦୫ ଜଣ, ବରଗଡର ୧୮୨, ଗଞ୍ଜାମର ୧୫୪, କେନ୍ଦ୍ରପଡାର ୧୪୮, କଳାହାଣ୍ଡିର ୧୧୨, ସୁବର୍ଣ୍ଣପୁରର ୮୨, ସୁନ୍ଦରଗଡ ଜିଲାର ୭୭ ଜଣ ଓ ବାକି ଅନ୍ୟ ଜିଲାର ପ୍ରବାସୀ ଆସିଥିଲେ ା ଜିଲାପାଳ ଅରିନ୍ଦମ ଡାକୁଆ, ଏସପି ସନ୍ଦୀପ ମାଡକର, ଉପଜିଲାପାଳ ସଞ୍ଜୟ କୁମାର ମିଶ୍ର, ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ବିପିନ ଦୀପ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧବକାରୀ ଜୟଦେବ ପାଣିଗ୍ରାହୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ା ସମସ୍ତ ପ୍ରବାସୀଙ୍କ ଥର୍ମାଲ ସ୍କାନିଂ କରାଯିବା ପରେ ଷ୍ଟାମ୍ପ ଲଗାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

କାମ ନ କଲେ, ମିଳୁଛି ଛଟେଇ ଧମକ: ବିଧାୟକ କଳିକେଶଙ୍କୁ ଭେଟି ଅଭିଯୋଗ କଲେ ସଫେଇ କର୍ମଚାରୀ, ଏଭଳି ପ୍ରତିଶ୍ରୁତି ଦେଲେ…

ବଲାଙ୍ଗୀର,୯।୪ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର ସଫେଇ କର୍ମଚାରୀଙ୍କୁ ସେମାନଙ୍କ କାମ ବାହାରେ ଅତିରିକ୍ତ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଉଥିବା…

ରାସ୍ତା କାମରେ ଅନିୟମିତତା ଅଭିଯୋଗ: ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ଓ ଆଗଲପୁର ବ୍ଲକରେ ରାସ୍ତା ଓ କୋଠାବାଡି କାମ ହେଉଛି। ହେଲେ ଅଧିକାଂଶ ସମୟରେ…

ଦୁର୍ଘଟଣାଗ୍ରସ୍ତ ଗାଡିରୁ ଚାଉଳ ଚୋରି: ଥାନାରେ ପହଞ୍ଚିଲା ମାମଲା

ଲୋଇସିଂହା,୯।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଲୋଇସିଂହା ବ୍ଲକ ଛକ ଅଞ୍ଚଳରେ ଏକ ଦୁର୍ଘଟଣାଗ୍ରସ୍ତ ବୋଲେରୋ ପିକଅପ ଗାଡିରୁ ଚାଉଳ ଚୋରି ଘଟଣା ସାମ୍ନାକୁ ଆସିଛି। ସୂଚନା…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ନୂତନ ପ୍ରାଥମିକ କୃଷି ସମବାୟ ସମିତିର ଭିତ୍ତିପ୍ରସ୍ତର ସ୍ଥାପନ: ଅଞ୍ଚଳର ଚାଷୀମାନଙ୍କୁ ମିଳିବ ଏସବୁ ସୁବିଧା

ଲୋଇସିଂହା,୭।୪(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବୁଢୀପଦରଠାରେ ନୂତନ ପ୍ରାଥମିକ କୃଷି ସମବାୟ ସମିତି ଲିମିଟେଡର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଉତ୍ସାହ ଓ ଆନନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri