Categories: ଫୁରସତ

ସ୍ପାଇଡର୍‌ମ୍ୟାନଙ୍କ ସଫେଇ ଅଭିଯାନ

ଇଣ୍ଡୋନେସିଆର ଦକ୍ଷିଣ ସୁଲାଓ୍ବେଶି ସ୍ଥିତ ପେରପେର୍‌ର ନିବାସୀ ଅଟନ୍ତି ରୁଡି ହାର୍ଟୋନା। ସେ ଏକ କାଫେରେ କାମ କରନ୍ତି। ସେ ସବୁବେଳେ ନିଜ ଘରଠାରୁ ଆରମ୍ଭ କରି ନିଜ ଅଞ୍ଚଳକୁ ସଫା ରଖିବାକୁ ଚେଷ୍ଟା କରିଆସିଛନ୍ତି। ଏହି କାମରେ ଅନ୍ୟ ଲୋକଙ୍କୁ ବି ସାହାଯ୍ୟ ପାଇଁ କହନ୍ତି। ହେଲେ କେହି ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଶେଷରେ ସେ ଏକ ଅଭିନବ ଉପାୟ ଆପଣେଇଲେ। ରୁଡି ଏକ ସ୍ପାଇଡରମ୍ୟାନ୍‌ କଷ୍ଟ୍ୟୁମ୍‌ ପିନ୍ଧି ସଫେଇ ଆରମ୍ଭ କଲେ। ନାଳ, ନର୍ଦ୍ଦମା, ନଦୀ ସବୁଠୁ ପ୍ଲାଷ୍ଟିକ ଆବର୍ଜନା ସଫା କଲେ। ଏଭଳି ସ୍ପାଇଡରମ୍ୟାନ୍‌ ପୋଷାକରେ ସଫେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। ଆଉ ସେ ସ୍ଥାନୀୟ ଅଞ୍ଚଳରେ ହିରୋ ପାଲଟିଗଲେ। ଲୋକ ବି ସାହାଯ୍ୟର ହାତ ବଢେଇଲେ। ଲୋକେ ରୁଡିଙ୍କ ଭିଡିଓ କରି ସୋସିଆଲ ମିଡିଆରେ ଅପ୍‌ଲୋଡ କଲେ। ଟେଲିଭିଜନ୍‌ରେ ବି ତାଙ୍କୁ ଡକାଗଲା ସାକ୍ଷାତ୍‌କାର ପାଇଁ। ଏବେ ତାଙ୍କୁ ଇଣ୍ଡୋନେସିଆରେ ଆଦର୍ଶ ଭାବେ ଗଣାଯାଉଛି।

Share