Categories: ବାଣିଜ୍ୟ

ସ୍ପଷ୍ଟ କଲା ଆର୍‌ବିଆଇ ୫ ଦିନିଆ ହେବନି ବ୍ୟାଙ୍କ କାର୍ଯ୍ୟଦିବସ

ମୁମ୍ବାଇ,୨୧ା୪: ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ଦିବସ ୫ ଦିନିଆ ହେବ ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଶନିବାର ସ୍ପଷ୍ଟ କରିଛି। ମିଡିଆରେ ପ୍ରକାଶ ପାଇଥିବା ରିପୋର୍ଟକୁ ଖଣ୍ଡନ କରି ଆର୍‌ବିଆଇ କହିଛି ଯେ, ଏ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ଜାରି କରାଯାଇନାହିଁ। ମିଡିଆରେ ପ୍ରକାଶିତ ରିପୋର୍ଟରେ ସତ୍ୟତା ନାହିଁ ବୋଲି କେନ୍ଦ୍ରୀୟ ବ୍ୟାଙ୍କ କହିଛି। ସୂଚନାଥାଉ କି, ମାସର ସମସ୍ତ ଶନିବାର ବ୍ୟାଙ୍କ ବନ୍ଦ ରହିବ। ଏଣୁ ଆଗାମୀ ଦିନରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକର ସମସ୍ତ ଶାଖାରେ ୫ ଦିନିଆ କାର୍ଯ୍ୟଦିବସ ଧାର୍ଯ୍ୟ କରାଯିବ ବୋଲି ଆର୍‌ବିଆଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ ଥିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ରବିବାର ବ୍ୟତୀତ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ବ୍ୟାଙ୍କ ବନ୍ଦ ରହିଥାଏ। ଅନ୍ୟ ଶନିବାରଗୁଡ଼ିକରେ ଏହା ଖୋଲା ରୁହେ।

Share