Categories: ମେଟ୍ରୋ

ସ୍ନାନବେଦୀରେ ବିଶୃଙ୍ଖଳାରୀ ଚିହ୍ନଟ : ନୋଟିସ୍‌ ଜାରି କଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଅଫିସ,୨୪ା୬: ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସ୍ନାନନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର କଟକଣା ସତ୍ତ୍ୱେ ସ୍ନାନବେଦୀରେ ହୋଇଛି ବିଶୃଙ୍ଖଳା। ସଂଖ୍ୟାଧିକ ସେବାୟତ ପ୍ରଶାସନର ନୀତିନିୟମ ମାନି ଦାରୁବିଗ୍ରହଙ୍କ ସ୍ନାନନୀତି ଶୃଙ୍ଖଳିତ କରିଥିବା ବେଳେ ଅଳ୍ପ କେତେଜଣ ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କରିଛନ୍ତି। ଭକ୍ତଙ୍କଠାରୁ ଫୁଲ ଆଣିବା, ତୁଳସୀ ବାଣ୍ଟିବା ଉପରେ କଟକଣା ଲାଗିଥିଲେ ମଧ୍ୟ କେତେଜଣ ସେବାୟତ ଏହାକୁ ମାନି ନ ଥିଲେ। ଏପରି କି, ଠାକୁରଙ୍କୁ ସ୍ପର୍ଶ କରିଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ବିଶୃଙ୍ଖଳାକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ପ୍ରାଥମିକ ପର୍ଯ୍ୟାୟରେ କେତେଜଣ ସେବାୟତଙ୍କୁ ନୋଟିସ୍‌ ଜାରି ହୋଇଥିବା ଜଣାପଡ଼ିଛି। ତେବେ ବ୍ୟବସ୍ଥାବଳୀ ଉଲ୍ଲଂଘନକାରୀଙ୍କ ମଧ୍ୟରେ କେତେ ସେବାୟତ ଏବଂ କର୍ମଚାରୀ ଅଛନ୍ତି, ତାହା ଏ ପର୍ଯ୍ୟନ୍ତ ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରିନାହିଁ ା