ସ୍ଥିତି ସୁଧୁରିବାକୁ ଲାଗିପାରେ ବର୍ଷେରୁ ଅଧିକ

ନୂଆଦିଲ୍ଲୀ,୪।୫: କରୋନା ଲଢ଼େଇ ଲାଗି ସରକାର ଜାରି କରିଥିବା ଲକ୍‌ଡାଉନ ଫଳରେ ଘରୋଇ ବଜାରର ଆର୍ଥତ୍କ କାର୍ଯ୍ୟକଳାପକୁ ଶକ୍ତ ଧକ୍କା ଲାଗିଛି। ବଜାରରେ ସ୍ଥିତି ସୁଧାର ଆସିବାକୁ ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବା ନେଇ ଅନୁମାନ କରାଯାଇଛି। ଚଳିତ ଆର୍ଥତ୍କ ବର୍ଷ ଏପ୍ରିଲ-ଜୁନ୍‌ ତ୍ରୈମାସରେ କମ୍ପାନୀଗୁଡିକର ରାଜସ୍ବ ପ୍ରାୟ ୬୦% ଖସିଯିବ ବୋଲି ବଜାର ବିଶେଷଜ୍ଞ ଆଶଙ୍କା ପ୍ରକଟ କରିଛନ୍ତି। କନ୍‌ଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ପ୍ରମୁଖ କମ୍ପାନୀଗୁଡିକର ସିଇଓଙ୍କୁ ଏ ନେଇ ହୋଇଥିବା ସର୍ଭେରେ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି।
ରିପୋର୍ଟରେ କୁହାଯାଇଛି ଯେ, ଦେଶର ଆର୍ଥତ୍କ କାର୍ଯ୍ୟକଳାପ କ୍ଷେତ୍ରରେ ଉପୁଜିଥିବା ମାନ୍ଦାବସ୍ଥା ଦୀର୍ଘଦିନ ଧରି ରହିପାରେ। ଲକ୍‌ଡାଉନ ଶେଷ ହେବା ପରେ ଆର୍ଥତ୍କ କାର୍ଯ୍ୟକଳାପ ଟ୍ରାକ୍‌କୁ ଫେରିବା ଲାଗି ଗୋଟିଏ ବର୍ଷରୁ ଅଧିକ ସମୟ ଲାଗିବା ନେଇ ୪୫% ସିଇଓ ଆଶଙ୍କା କରିଛନ୍ତି। ୩୦୦ ସିଇଓଙ୍କୁ ନେଇ ହୋଇଥିବା ଏହି ଅଧ୍ୟୟନରେ ପ୍ରାୟ ୨ ତୃତୀୟାଂଶ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସହ ଜଡିତ ପ୍ରତିନିଧି ରହିଛନ୍ତି। ସେହିଭଳି ପ୍ରାୟ ୪୫% କହିଛନ୍ତି ଯେ, ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ହ୍ରାସ ହେବା ନେଇ ଆଶଙ୍କା ରହିଛି। କ୍ଷେତ୍ରଗୁଡିକରେ ୧୫ରୁ ୩୦% ନିଯୁକ୍ତି ହ୍ରାସ ହେବା ନେଇ ସିଇଓ ଆଶଙ୍କା କରିଛନ୍ତି।
୨ ତୃତୀୟାଂଶ ସିଇଓ କହିଛନ୍ତି ଯେ, ସେମାନେ କାର୍ଯ୍ୟରତ ଫାର୍ମଗୁଡିକରେ ବର୍ତ୍ତମାନ ଯାଏ କର୍ମଚାରୀଙ୍କ ବେତନ ହ୍ରାସ କରାଯାଇନାହିଁ। ଲକ୍‌ଡାଉନ ସ୍ବାଗତଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଦୀର୍ଘ ଦିନ ଧରି ଏହା ଜାରି ରହିଥିବାରୁ ଏହାର ପରିଣାମ ଦେଶର ଅର୍ଥ ବ୍ୟବସ୍ଥା ଉପରେ ସାଂଘାତିକ ହୋଇଥିବା ସେମାନେ ମତବ୍ୟକ୍ତ କରିଛନ୍ତି। ୨୦୨୦-୨୧ ଆର୍ଥତ୍କ ବର୍ଷରେ କମ୍ପାନୀଗୁଡିକର ରାଜସ୍ବ ଗୁରୁତର ଭାବେ ପ୍ରଭାବିତ ହେବା ନେଇ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ରାଜସ୍ବ ୪୦% କ୍ଷତିଗ୍ରସ୍ତ ହେବା ନେଇ ୩୩% ଫାର୍ମ ମତ ଦେଇଛନ୍ତି। ସେହିଭଳି ୩୨% ଫାର୍ମ କହିଛନ୍ତି ଯେ, ସେମାନଙ୍କ ରାଜସ୍ବ ୨୦%ରୁ ୪୦% ହ୍ରାସ ହୋଇପାରେ।
ବର୍ତ୍ତମାନ ବାଣିଜ୍ୟ କାରବାର ଗଭୀର କ୍ଷତିଗ୍ରସ୍ତ ହୋଇଥିବା ପ୍ରତି ୪ରୁ ୩ଟି ଫାର୍ମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସେହିଭଳି ଚାହିଦା ନ ଥିବାରୁ ଏହା କାରବାରକୁ ପ୍ରଭାବିତ କରୁଥିବା ଅର୍ଦ୍ଧାଧିକ ଫାର୍ମ କହିଛନ୍ତି। ଏହି ପରିପ୍ରେକ୍ଷୀରେ ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି, କରୋନା ନିୟନ୍ତ୍ରଣ ପାଇଁ ଲକ୍‌ଡାଉନ ଜରୁରୀ ହୋଇ ପଡିଛି। ହେଲେ ଏପଟେ ଗତ ୪୦ ଦିନରୁ ଅଧିକ ସମୟ ଧରି ଫାର୍ମଗୁଡିକ ବନ୍ଦ ହୋଇ ରହିଥିବାରୁ ଅର୍ଥ ବ୍ୟବସ୍ଥାକୁ ଗଭୀର କ୍ଷତି ପହଞ୍ଚିଛି। ଫାର୍ମଗୁଡିକ ପୂର୍ବ ସ୍ଥିତିକୁ ଫେରିବେ ବୋଲି ବର୍ତ୍ତମାନ କିଛି କହି ହେଉନାହିଁ। ସରକାର ଆର୍ଥତ୍କ କାର୍ଯ୍ୟକଳାପକୁ ସୁଚିନ୍ତିତ ଭାବେ ଚାଲୁ କରିବାର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଜୀବିକା ଏବଂ ଆର୍ଥତ୍କ କାର୍ଯ୍ୟକଳାପକୁ ଫେରାଇ ଆଣିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୫ଟି ଦେଶରୁ ଭାରତକୁ ଆସୁଛି ବିପୁଳ ପରିମାଣରେ ସୁନା, ଜାଣନ୍ତୁ କେତେ ଟଙ୍କାର ହେଉଛି କାରବାର

ନୂଆଦିଲ୍ଲୀ,୧୪।୨:ଭାରତରେ ସୁନା ଆମଦାନୀକାରୀ: ଭାରତ ବିଶ୍ୱର ସବୁଠାରୁ ବଡ଼ ସୁନା ଆମଦାନୀକାରୀ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ଦେଶରେ ସୁନା ଉତ୍ପାଦନ ବହୁତ କମ, ଯେତେବେଳେ ଚାହିଦା (ଅଳଙ୍କାର,…

ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଅବତରଣ, ଏମରଜେନ୍ସି ଷ୍ଟ୍ରିପରେ ପ୍ରଥମଥର ଓହ୍ଲାଇଲା ମୋଦିଙ୍କ ବିମାନ

ଗୁଆହାଟି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଜରୁରୀକାଳୀନ ଅବତରଣ ସୁବିଧା (ELF) ରେ ଅବତରଣ କରିଥିଲେ। ସେଠାରେ ସେ ଲଢ଼ୁଆ…

ଯୁବପିଢିଙ୍କୁ ପ୍ରତି ମାସରେ ମିଳିବ ୧୫୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ…

କୋଲକାତା,୧୪।୨: ପଶ୍ଚିମବଙ୍ଗ ସରକାର ଘୋଷଣା କରିଛନ୍ତି ଯେ ତାଙ୍କର ନୂତନ ଯୋଜନା, “ବାଙ୍ଗଲାର ଯୁବ ସାଥୀ”, ଏପ୍ରିଲ 1 ରୁ ଆରମ୍ଭ ହେବ। ଏହି ଯୋଜନା ମୂଳତଃ…

‘ଦେଶ ପ୍ରତି ସେମାନଙ୍କର ସମର୍ପଣ ସର୍ବଦା ମନେ ରହିବ’, ପୁଲୱାମା ଆକ୍ରମଣରେ ଶହୀଦକୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନିକଙ୍କ ବଳିଦାନକୁ ମନେ ପକାଇ…

ହାସିନାଙ୍କ ପ୍ରତ୍ୟର୍ପଣ ଦାବିକଲା ବିଏନ୍‌ପି: ଆଜି ଶପଥ ନେବେ ତାରିକ୍‌ ରହମାନ

ଢାକା,୧୪ା୨(ପି.ଟି./ଏଜେନ୍ସି):୨୦୨୪ ଅଗଷ୍ଟରେ ବାଂଲାଦେଶର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ବିରୋଧରେ ମୁଣ୍ଡ ଟେକିଥିବା ଛାତ୍ର ଆନ୍ଦୋଳନ ଶେଷରେ ତାଙ୍କୁ କ୍ଷମତାଚ୍ୟୁତ କରିଥିଲା। ଅଗଷ୍ଟ ୫ରେ ହାସିନା ଦେଶ…

କାହାକୁ ପଠାଯିବ ରାଜ୍ୟ ସଭା, ତୋମାର କହିଲେ…

ଭୁବନେଶ୍ୱର, ୧୪।୨(ସୁନିତ୍‌ ମିଶ୍ର): ୨୦୨୬ ଏପ୍ରିଲରେ ଖାଲି ହେବାକୁ ଥିବା ୪ ରାଜ୍ୟ ସଭା ଆସନରୁ ୩ଟି ଭାଜପା ଦଖଲ କରିବ। ସେଥିପାଇଁ ରଣନୀତି ପ୍ରସ୍ତୁତ ସରିଛି।…

ଶୀତକାଳୀନ ଅଲିମ୍ପିକ୍ସରେ କଣ୍ଡୋମ୍ ସଙ୍କଟ: ମାତ୍ର ୩ ଦିନରେ ଶେଷ ହେଲା ୧୦,୦୦୦ ପ୍ୟାକେଟ୍

ନୂଆଦିଲ୍ଲୀ,୧୩।୨: ଇଟାଲୀରେ ଅନୁଷ୍ଠିତ ୨୦୨୬ ଶୀତକାଳୀନ ଅଲିମ୍ପିକ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଖେଳ ଆରମ୍ଭର ମାତ୍ର ୩ ଦିନ ମଧ୍ୟରେ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ…

ଘର କିଣିବା ପାଇଁ ‘ଜଏଣ୍ଟ ହୋମ୍‌ ଲୋନ୍‌’ ନେବାକୁ ଚାହୁଁଛନ୍ତି କି? ବୁଝିନିଅନ୍ତୁ ଏହାର ଲାଭ-କ୍ଷତିର ହିସାବ…

ନୂଆଦିଲ୍ଲୀ,୧୩।୨: ଘର କିଣିବା ପାଇଁ ଆଜିକାଲି ‘ଜଏଣ୍ଟ ହୋମ ଲୋନ୍‌’ (Joint Home Loan) ବା ଯୁଗ୍ମ ଗୃହ ଋଣ ଏକ ଲୋକପ୍ରିୟ ବିକଳ୍ପ ପାଲଟିଛି। ବିଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri