Categories: ଜାତୀୟ

ସ୍ଥିତି ନୁହେଁ ଉପଯୋଗୀ ଶାହିନ ବାଗ୍‌ ଶୁଣାଣି ମାର୍ଚ୍ଚ ୨୩ରେ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୬।୨: ଦିଲ୍ଲୀର ସ୍ଥିତି ଉପଯୋଗୀ ନ ଥିବାରୁ ଶାହିନ ବାଗ୍‌ ଶୁଣାଣି ଏବେ ହେବନି ବୋଲି ସୁପ୍ରିମ୍‌କୋର୍ଟ ବୁଧବାର କହିଛନ୍ତି। ଆଇନ ଶୃଙ୍ଖଳା ସ୍ଥିତି ଶାନ୍ତ ହେଲେ ଏହି ମାମଲା ଉପରେ ବିଚାର କରାଯିବ। ମାର୍ଚ୍ଚ ୨୩ରେ ଏହାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମ୍‌କୋର୍ଟ ସୂଚନା ଦେଇଛନ୍ତି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଶାହିନ ବାଗ୍‌ରେ ପ୍ରଦର୍ଶନ ଜାରି ରହିଛି। ସେଠାରୁ ପ୍ରଦର୍ଶନକାରୀଙ୍କୁ ହଟାଇବା ପାଇଁ କରାଯାଇଥିବା ଆବେଦନ ଉପରେ ସୁପ୍ରିମ୍‌କୋର୍ଟ ଏଭଳି କହିଛନ୍ତି।

Share