ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି: ଖବରଦାତା ସଂଘର ଧାରଣା

ଲୋଇସିଂହା,୧୦।୧୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବି ଓ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଲୋଇସିଂହାଖବରଦାତା ସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ଧାରଣା ଦିଆଯାଇଛି। ଏହି ଧାରଣାକୁ ଅଞ୍ଚଳର ବିଭିନ୍ନ ମହଲରୁ ସମର୍ଥନ ମିଳିଥିବା ଜଣାପଡ଼ିଛି।