ସ୍ଥାଣୁ ପାଲଟିଛି ଭିଜିଲାନ୍ସର ସୋସିଆଲ ମିଡିଆ

କଟକ ଅଫିସ, ୩୦ା୧୧: ଓଡ଼ିଶା ଭିଜିଲାନ୍ସ ବିଭାଗରେ ଶତାଧିକ ଦୁର୍ନୀତି ଅଭିଯୋଗ ତଦନ୍ତ ନ ହୋଇ ପଡ଼ିରହିଛି। ଏପରି ସ୍ଥଳେ ରାଜ୍ୟରେ ଦୁର୍ନୀତି କମିଛି ବୋଲି ନିକଟରେ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ଇଣ୍ଡିଆ (ଟିଆଇଆଇ) ନାମକ ଏକ ଅଣସରକାରୀ ସଂସ୍ଥାର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ତେଣୁ ଏହି ରିପୋର୍ଟକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଭିଜିଲାନ୍ସର ସୋସିଆଲ ମିଡିଆ ସ୍ଥାଣୁ ପାଲଟିଥିବା ଅଭିଯୋଗ ଆଣିଛନ୍ତି। କଟକର ସାମାଜିକ କର୍ମୀ ବିଶ୍ୱଜିତ ମହାନ୍ତି, ନିଆଳିର ଚାଷୀ ବସନ୍ତ ଜେନା ଓ ବରଗଡର ଚାଷୀ ସୁରଜ ସାହୁ କହିଛନ୍ତି ଯେ, ବିଭିନ୍ନ ସମୟରେ କେତେକ ଦୁର୍ନୀତିକୁ ନେଇ ସେମାନେ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏସବୁ ଦୃଷ୍ଟିରୁ ରାଜ୍ୟରେ ଦୁର୍ନୀତି ହ୍ରାସ ନେଇ ଟିଆଇଏ ଯେଉଁ ରିପୋର୍ଟ ଦେଇଛି ତାହାର ସତ୍ୟତା ତଦନ୍ତ ସାପେକ୍ଷ। ବିଶ୍ୱଜିତ କହିଛନ୍ତି, ଏକ ବିଦ୍ୟୁତ ଆବଣ୍ଟନ ସଂସ୍ଥା ୨୪୦୦ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ସେ ଭିଜିଲାନ୍ସରେ ବହୁ ଥର ଅଭିଯୋଗ କରିଛନ୍ତି। ଭିଜିଲାନ୍ସର ସୋସିଆଲ ସାଇଟରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। କିନ୍ତୁ ସୁଫଳ ମିଳି ନାହିଁ। ସେହିପରି ସୁରଜ କହିଛନ୍ତି, ବରଗଡ ଜିଲାର ଧାନ ଦୁର୍ନୀତିକୁ ନେଇ ସୋସିଆଲ ମିଡିଆ ଜରିଆରେ ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନିଆଯାଇ ନାହିଁ। ବସନ୍ତଙ୍କ କହିବାନୁଯାୟୀ, ଅଗଭୀର ନଳକୂପ ଖନନକୁ ନେଇ ନିଆଳି ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହୋଇଛି। ତଥ୍ୟ ପ୍ରମାଣ ସହିତ ଲିଖିତ ଭାବେ ଓ ସୋସିଆଲ ମିଡିଆରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଫଳ ଶୂନ। ଏସବୁ ଘଟଣାରୁ ଭିଜିଲାନ୍ସର ସୋସିଆଲ ମିଡିଆ ସକ୍ରିୟ ନ ଥିବା ସ୍ପଷ୍ଟ ହେଉଛି।
ସୂଚନାଯୋଗ୍ୟ, ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗ ୨ବର୍ଷ ତଳେ ସୋସିଆଲ ମିଡିଆ ଉପରେ ଗୁରୁତ୍ୱ ଦେଇଥିଲା। ଫେସ୍‌ବୁକ, ଟୁଇଟର, ଟୋଲ ଫ୍ରି ନମ୍ବର, ଡେଡିକେଟେଡ ଟେଲିଫୋନ ଲାଇନ ସହିତ ୱେବସାଇଟରେ ଅଭିଯୋଗ ଗ୍ରହଣ କରିବା ଆରମ୍ଭ କରିଥିଲା। ୨୦୧୭ ଜୁଲାଇରୁ ଏହି ପଦ୍ଧତି ଆରମ୍ଭ ହୋଇଥିଲା। ରାଜ୍ୟରେ ପିସି କାରବାର ରୋକିବା ସହ ବିଭିନ୍ନ ଦୁର୍ନୀତିକୁ ହଟାଇବା ଏହାର ମୂଳ ଲକ୍ଷ୍ୟ ଥିଲା। ତେବେ ମହତ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାର ଦୟନୀୟ ଚିତ୍ର ଏବେ ସାମ୍ନାକୁ ଆସିଛି। ଚଳିତବର୍ଷର ତୃତୀୟ ତ୍ରୈମାସିକ ବୈଠକ (ଥାର୍ଡ କ୍ବାର୍ଟର)ରେ ଏହାକୁ ନେଇ ଜୋର୍‌ଦାର ତର୍ଜମା କରାଯାଇଥିଲା। ଏହାପରେ ଏହି ବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ଭିଜିଲାନ୍ସ ଏଆଇଜିଙ୍କୁ ଦାୟିତ୍ୱ ଦିଆଯାଇଛି। ତୃତୀୟ ତ୍ରୈମାସିକ ସୁଦ୍ଧା ଭିଜିଲାନ୍ସରେ ସୋସିଆଲ ମିଡିଆ ସମ୍ପର୍କିତ ଅଭିଯୋଗ ସଂଖ୍ୟା ୬୯୦ ଥିବା ବେଳେ ମାତ୍ର ୧୪ଟିର ତଦନ୍ତ ହୋଇ ଫଇସଲା ସରିଛି। ଏହି କ୍ରମରେ ଦେଖିଲେ ଟୋଲ ଫ୍ରି ନମ୍ବରରେ ୫୩୨ ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ମାତ୍ର ୯ଟିର ଫଇସଲା ହୋଇଛି। ଉକ୍ତ ୯ଟି ଅଭିଯୋଗ କେବଳ ବାଲେଶ୍ୱର ଡିଭିଜନର। ଅନ୍ୟ କୌଣସି ଡିଭିଜନରେ ଗୋଟିଏ ବି ଅଭିଯୋଗ ଫଇସଲା କରାଯାଇନାହିଁ। ସେହିପରି ୱେବସାଇଟରେ ମିଳିଥିବା ୫୬ ଅଭିଯୋଗ ପଡ଼ିରହିଛି। ଡେଡିକେଟେଡ ଟେଲିଫୋନ ନମ୍ବର ବ୍ୟବସ୍ଥାରେ ଆସିଥିବା ୩୬ ଅଭିଯୋଗ ମଧ୍ୟରୁ କେବଳ କଟକ ଡିଭିଜନର ୫ଟିର ଫଇସଲା ସରିଛି। ଫେସ୍‌ବୁକ ଓ ଟୁଇଟର ଆକାଉଣ୍ଟରେ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। ଫେସବୁକ ମାଧ୍ୟମରେ ତୃତୀୟ କ୍ବାର୍ଟର ସୁଦ୍ଧା ମିଳିଥିବା ସମସ୍ତ ୩୨ଟି ଅଭିଯୋଗ ସେମିତି ପଡ଼ିରହିଛି। ଟୁଇଟର ଆକାଉଣ୍ଟରେ ୪୮ ଅଭିଯୋଗ ଗଡୁଛି। ଏ ସମ୍ପର୍କରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ପଚାରିବାରେ କହିଛନ୍ତି, ରାଜ୍ୟ ଭିଜିଲାନ୍ସ ବିଭାଗ କ୍ରିୟାଶୀଳ ଅଛି। ଦୁର୍ନୀତିକୁ ହଟାଇବା ପାଇଁ ଭିଜିଲାନ୍ସ ବଦ୍ଧପରିକର ହୋଇ କାମ କରୁଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଭିଜିଲାନ୍ସର ପ୍ରଦର୍ଶନ ସନ୍ତୋଷଜନକ ନ ଥିଲେ ମଧ୍ୟ ଅନେକ ଦୁର୍ନୀତିର ପର୍ଦ୍ଦାଫାଶ କରିପାରିଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ୨୦୧୯ ଜାନୁୟାରୀ ପହିଲାରୁ ଅକ୍ଟୋବର ୩୧ ମଧ୍ୟରେ ମୋଟ ୪୧୮ଜଣ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ୨୫୦ଟି ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ୩୪ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଥିବାବେଳେ ୨୪ଜଣ ଦ୍ୱିତୀୟ ଶ୍ରେଣୀ, ୨୩୫ଜଣ ତୃତୀୟ ଶ୍ରେଣୀ, ୫ଜଣ ଚତୁର୍ଥ ଶ୍ରେଣୀ ଏବଂ ୨୮ଜଣ ଅନ୍ୟ ଲୋକସେବକ ଓ ୯୨ଜଣ ସାଧାରଣ ବ୍ୟକ୍ତି ରହିଛନ୍ତି। ତେବେ ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଏହି ବିଭାଗରେ ମାନବ ସମ୍ବଳର ଘୋର ଅଭାବ ରହିଛି। ୫୫ଟି ଇନ୍ସପେକ୍ଟର ଓ ୧୦ରୁ ଅଧିକ ଡିସିପି ପଦବୀ ଫାଙ୍କା ପଡ଼ିଛି। ତେଣୁ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରୁନାହିଁ। ଭିଜିଲାନ୍ସରେ ମାନବ ସମ୍ବଳ ବୃଦ୍ଧି କରାଗଲେ ଦୁର୍ନୀତିକୁ ହଟାଯିବା ସହଜ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri