ସ୍ଥାଣୁ ପାଲଟିଛି ଭିଜିଲାନ୍ସର ସୋସିଆଲ ମିଡିଆ

କଟକ ଅଫିସ, ୩୦ା୧୧: ଓଡ଼ିଶା ଭିଜିଲାନ୍ସ ବିଭାଗରେ ଶତାଧିକ ଦୁର୍ନୀତି ଅଭିଯୋଗ ତଦନ୍ତ ନ ହୋଇ ପଡ଼ିରହିଛି। ଏପରି ସ୍ଥଳେ ରାଜ୍ୟରେ ଦୁର୍ନୀତି କମିଛି ବୋଲି ନିକଟରେ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାଶନାଲ ଇଣ୍ଡିଆ (ଟିଆଇଆଇ) ନାମକ ଏକ ଅଣସରକାରୀ ସଂସ୍ଥାର ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ତେଣୁ ଏହି ରିପୋର୍ଟକୁ ନେଇ ଅନେକେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ଭିଜିଲାନ୍ସର ସୋସିଆଲ ମିଡିଆ ସ୍ଥାଣୁ ପାଲଟିଥିବା ଅଭିଯୋଗ ଆଣିଛନ୍ତି। କଟକର ସାମାଜିକ କର୍ମୀ ବିଶ୍ୱଜିତ ମହାନ୍ତି, ନିଆଳିର ଚାଷୀ ବସନ୍ତ ଜେନା ଓ ବରଗଡର ଚାଷୀ ସୁରଜ ସାହୁ କହିଛନ୍ତି ଯେ, ବିଭିନ୍ନ ସମୟରେ କେତେକ ଦୁର୍ନୀତିକୁ ନେଇ ସେମାନେ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି। ହେଲେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏସବୁ ଦୃଷ୍ଟିରୁ ରାଜ୍ୟରେ ଦୁର୍ନୀତି ହ୍ରାସ ନେଇ ଟିଆଇଏ ଯେଉଁ ରିପୋର୍ଟ ଦେଇଛି ତାହାର ସତ୍ୟତା ତଦନ୍ତ ସାପେକ୍ଷ। ବିଶ୍ୱଜିତ କହିଛନ୍ତି, ଏକ ବିଦ୍ୟୁତ ଆବଣ୍ଟନ ସଂସ୍ଥା ୨୪୦୦ କୋଟି ଟଙ୍କାର ଦୁର୍ନୀତିରେ ସମ୍ପୃକ୍ତ ଥିବା ନେଇ ସେ ଭିଜିଲାନ୍ସରେ ବହୁ ଥର ଅଭିଯୋଗ କରିଛନ୍ତି। ଭିଜିଲାନ୍ସର ସୋସିଆଲ ସାଇଟରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଛନ୍ତି। କିନ୍ତୁ ସୁଫଳ ମିଳି ନାହିଁ। ସେହିପରି ସୁରଜ କହିଛନ୍ତି, ବରଗଡ ଜିଲାର ଧାନ ଦୁର୍ନୀତିକୁ ନେଇ ସୋସିଆଲ ମିଡିଆ ଜରିଆରେ ଅଭିଯୋଗ ସତ୍ତ୍ୱେ ପଦକ୍ଷେପ ନିଆଯାଇ ନାହିଁ। ବସନ୍ତଙ୍କ କହିବାନୁଯାୟୀ, ଅଗଭୀର ନଳକୂପ ଖନନକୁ ନେଇ ନିଆଳି ଅଞ୍ଚଳରେ ବ୍ୟାପକ ଦୁର୍ନୀତି ହୋଇଛି। ତଥ୍ୟ ପ୍ରମାଣ ସହିତ ଲିଖିତ ଭାବେ ଓ ସୋସିଆଲ ମିଡିଆରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଫଳ ଶୂନ। ଏସବୁ ଘଟଣାରୁ ଭିଜିଲାନ୍ସର ସୋସିଆଲ ମିଡିଆ ସକ୍ରିୟ ନ ଥିବା ସ୍ପଷ୍ଟ ହେଉଛି।
ସୂଚନାଯୋଗ୍ୟ, ଲୋକଙ୍କଠାରୁ ଅଭିଯୋଗ ଗ୍ରହଣ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ରାଜ୍ୟ ଭିଜିଲାନ୍ସ ବିଭାଗ ୨ବର୍ଷ ତଳେ ସୋସିଆଲ ମିଡିଆ ଉପରେ ଗୁରୁତ୍ୱ ଦେଇଥିଲା। ଫେସ୍‌ବୁକ, ଟୁଇଟର, ଟୋଲ ଫ୍ରି ନମ୍ବର, ଡେଡିକେଟେଡ ଟେଲିଫୋନ ଲାଇନ ସହିତ ୱେବସାଇଟରେ ଅଭିଯୋଗ ଗ୍ରହଣ କରିବା ଆରମ୍ଭ କରିଥିଲା। ୨୦୧୭ ଜୁଲାଇରୁ ଏହି ପଦ୍ଧତି ଆରମ୍ଭ ହୋଇଥିଲା। ରାଜ୍ୟରେ ପିସି କାରବାର ରୋକିବା ସହ ବିଭିନ୍ନ ଦୁର୍ନୀତିକୁ ହଟାଇବା ଏହାର ମୂଳ ଲକ୍ଷ୍ୟ ଥିଲା। ତେବେ ମହତ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାର ଦୟନୀୟ ଚିତ୍ର ଏବେ ସାମ୍ନାକୁ ଆସିଛି। ଚଳିତବର୍ଷର ତୃତୀୟ ତ୍ରୈମାସିକ ବୈଠକ (ଥାର୍ଡ କ୍ବାର୍ଟର)ରେ ଏହାକୁ ନେଇ ଜୋର୍‌ଦାର ତର୍ଜମା କରାଯାଇଥିଲା। ଏହାପରେ ଏହି ବ୍ୟବସ୍ଥାକୁ ଗତିଶୀଳ କରିବା ପାଇଁ ଭିଜିଲାନ୍ସ ଏଆଇଜିଙ୍କୁ ଦାୟିତ୍ୱ ଦିଆଯାଇଛି। ତୃତୀୟ ତ୍ରୈମାସିକ ସୁଦ୍ଧା ଭିଜିଲାନ୍ସରେ ସୋସିଆଲ ମିଡିଆ ସମ୍ପର୍କିତ ଅଭିଯୋଗ ସଂଖ୍ୟା ୬୯୦ ଥିବା ବେଳେ ମାତ୍ର ୧୪ଟିର ତଦନ୍ତ ହୋଇ ଫଇସଲା ସରିଛି। ଏହି କ୍ରମରେ ଦେଖିଲେ ଟୋଲ ଫ୍ରି ନମ୍ବରରେ ୫୩୨ ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ମାତ୍ର ୯ଟିର ଫଇସଲା ହୋଇଛି। ଉକ୍ତ ୯ଟି ଅଭିଯୋଗ କେବଳ ବାଲେଶ୍ୱର ଡିଭିଜନର। ଅନ୍ୟ କୌଣସି ଡିଭିଜନରେ ଗୋଟିଏ ବି ଅଭିଯୋଗ ଫଇସଲା କରାଯାଇନାହିଁ। ସେହିପରି ୱେବସାଇଟରେ ମିଳିଥିବା ୫୬ ଅଭିଯୋଗ ପଡ଼ିରହିଛି। ଡେଡିକେଟେଡ ଟେଲିଫୋନ ନମ୍ବର ବ୍ୟବସ୍ଥାରେ ଆସିଥିବା ୩୬ ଅଭିଯୋଗ ମଧ୍ୟରୁ କେବଳ କଟକ ଡିଭିଜନର ୫ଟିର ଫଇସଲା ସରିଛି। ଫେସ୍‌ବୁକ ଓ ଟୁଇଟର ଆକାଉଣ୍ଟରେ ମଧ୍ୟ ଅନୁରୂପ ଚିତ୍ର ଦେଖିବାକୁ ମିଳିଛି। ଫେସବୁକ ମାଧ୍ୟମରେ ତୃତୀୟ କ୍ବାର୍ଟର ସୁଦ୍ଧା ମିଳିଥିବା ସମସ୍ତ ୩୨ଟି ଅଭିଯୋଗ ସେମିତି ପଡ଼ିରହିଛି। ଟୁଇଟର ଆକାଉଣ୍ଟରେ ୪୮ ଅଭିଯୋଗ ଗଡୁଛି। ଏ ସମ୍ପର୍କରେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ପଚାରିବାରେ କହିଛନ୍ତି, ରାଜ୍ୟ ଭିଜିଲାନ୍ସ ବିଭାଗ କ୍ରିୟାଶୀଳ ଅଛି। ଦୁର୍ନୀତିକୁ ହଟାଇବା ପାଇଁ ଭିଜିଲାନ୍ସ ବଦ୍ଧପରିକର ହୋଇ କାମ କରୁଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆରେ ଭିଜିଲାନ୍ସର ପ୍ରଦର୍ଶନ ସନ୍ତୋଷଜନକ ନ ଥିଲେ ମଧ୍ୟ ଅନେକ ଦୁର୍ନୀତିର ପର୍ଦ୍ଦାଫାଶ କରିପାରିଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ୨୦୧୯ ଜାନୁୟାରୀ ପହିଲାରୁ ଅକ୍ଟୋବର ୩୧ ମଧ୍ୟରେ ମୋଟ ୪୧୮ଜଣ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ୨୫୦ଟି ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରେ ୩୪ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଥିବାବେଳେ ୨୪ଜଣ ଦ୍ୱିତୀୟ ଶ୍ରେଣୀ, ୨୩୫ଜଣ ତୃତୀୟ ଶ୍ରେଣୀ, ୫ଜଣ ଚତୁର୍ଥ ଶ୍ରେଣୀ ଏବଂ ୨୮ଜଣ ଅନ୍ୟ ଲୋକସେବକ ଓ ୯୨ଜଣ ସାଧାରଣ ବ୍ୟକ୍ତି ରହିଛନ୍ତି। ତେବେ ଭିଜିଲାନ୍ସର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଏହି ବିଭାଗରେ ମାନବ ସମ୍ବଳର ଘୋର ଅଭାବ ରହିଛି। ୫୫ଟି ଇନ୍ସପେକ୍ଟର ଓ ୧୦ରୁ ଅଧିକ ଡିସିପି ପଦବୀ ଫାଙ୍କା ପଡ଼ିଛି। ତେଣୁ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ବିତ ହୋଇପାରୁନାହିଁ। ଭିଜିଲାନ୍ସରେ ମାନବ ସମ୍ବଳ ବୃଦ୍ଧି କରାଗଲେ ଦୁର୍ନୀତିକୁ ହଟାଯିବା ସହଜ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri