ସ୍ଥଗିତ ରହିଲା ପାଣି ପଞ୍ଚାୟତ ନିର୍ବାଚନ

ହାଟଡିହୀ,୧୭।୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର ବ୍ୟାରେଜ୍‌ ସବ୍‌ ଡିଭିଜନ ଅଧୀନରେ ଛେନାପଦି, ବିଦ୍ୟାଧରପୁର ଓ ଆଗରପଡ଼ାରେ ମିଶି ମୋଟ ୪ଟି ସେକ୍ଟର ରହିଛି। ଏହି ସମସ୍ତ ସେକ୍ଟରରେ ପାଣି ପଞ୍ଚାୟତ ନିର୍ବାଚନ ପାଇଁ ବିଦ୍ୟାଧରପୁର ବ୍ୟାରେଜ୍‌ ସବ୍‌ ଡିଭିଜନ ପକ୍ଷରୁ ନୋଟିସ ପ୍ରକାଶ ପାଇଥିଲା। ଚଳିତ ମାସ ୧୭ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିର୍ବାଚନକୁ ହଠାତ ସ୍ଥଗିତ କରାଯାଇଛି। ନିର୍ବାଚନ ପୂର୍ବରୁ ଚାଷୀଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରଯାଇ ନ ଥିଲା। ତେବେ ନିର୍ବାଚନ ସ୍ଥଗିତ ନେଇ ନାନା କଥା ଶୁଣିବାକୁ ମିଳୁଛି।