ସ୍ତ୍ରୀଙ୍କ କଟୁରି ମାଡ଼ରେ ସ୍ବାମୀ ମୃତ

ବାଲେଶ୍ୱର ଅଫିସ,୫।୧୨:ବାଲେଶ୍ୱର ଜିଲା ଚାନ୍ଦିପୁର ଥାନା ଅଧୀନ ଚାରିଗୋଛିଆ ଗ୍ରାମରେ ଘରୋଇ କଳହକୁ ନେଇ ସ୍ତ୍ରୀଙ୍କ କଟୁରି ମାଡ଼ରେ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଗୋବିନ୍ଦ ମାରାଣ୍ଡି (୫୮)। ହତ୍ୟାକାରୀ ସ୍ତ୍ରୀ ଜବା(୪୫)ଙ୍କୁ ପୋଲିସ ଗିରଫ କରିଛି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା(ନଂ.୧୧୬/୨୨) ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ, ଗୋବିନ୍ଦ ଓ ଜବାଙ୍କ ମଧ୍ୟରେ ଘରୋଇ କଥାକୁ ନେଇ ୨ଦିନ ହେବ ଝଗଡ଼ା ଲାଗିରହିଥିଲା। ଶନିବାର ମଧ୍ୟରାତିରେ ଗୋବିନ୍ଦ ଜବାଙ୍କୁୁ ମାଡ଼ ମାରିବା ପାଇଁ ଗୋଡ଼ାଉ ଥିବା ବେଳେ ଜବା ରାଗିଯାଇ ପାଖରେ ଥିବା ଏକ କଟୁରିରେ ତାଙ୍କ ମୁଣ୍ଡ ଏବଂ କାନ ପାଖକୁ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ଗୋବିନ୍ଦ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଚାନ୍ଦିପୁର ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିବା ସହ ଅଭିଯୁକ୍ତାଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ କଟୁରି ଜବତ ହୋଇଛି।