ବାହାନଗା, ୯ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିବା ପରେ ଘରେ ଟାଙ୍ଗି ଦେଇଥିବା ଜଣାପଡିବା ପରେ ଗ୍ରାମବାସୀ ତାଙ୍କ ସ୍ବାମୀଙ୍କୁ ବାନ୍ଧି ଅଟକ ରଖିଥିଲେ। ଅପରାହ୍ନରେ ସୋର ପୋଲିସ ପହଞ୍ଚିବା ପରେ ଗ୍ରାମବାସୀ ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଜିମା ଦେଇଥିଲେ।
ଚିତ୍ତଳ ଗ୍ରାମର ମହାଳିକ ସାହିର ୬ ନମ୍ବର ୱାର୍ଡ ବାସିନ୍ଦା କରୁଣାକର ମହାଳିକ(୪୫) ପ୍ରତ୍ୟେକ ଦିନ ମଦ ପିଇ ଘରେ ଗଣ୍ଡଗୋଳ କରୁଥିଲେ। ତାଙ୍କ ବଡପୁଅ ରୋଜଗାର ପାଇଁ ବାହାରକୁ ଯାଇଛନ୍ତି। ସେ ଘର ଚଳାଇବା ପାଇଁ ମା’ ପାଖକୁ ଟଙ୍କା ପଠାନ୍ତି। ପ୍ରତ୍ୟେକ ଦିନ କରୁଣାକର ସ୍ତ୍ରୀ ମୀନତିଙ୍କୁ ଟଙ୍କା ମାଗିବା ସହ ପାଟିତୁଣ୍ଡ କରିଥାନ୍ତି। ଏହି କାରଣରୁ ସୋମବାର ମଧ୍ୟ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ କରୁଣାକର ଉତ୍ତ୍ୟକ୍ତ ହୋଇ ମୀନତିଙ୍କୁ ମାରି ତଳେ ପକାଇ ଦେଇଥିଲେ। ମୀନତିଙ୍କ ମୃତ୍ୟୁ ହୋଇଯାଇଥିବା ଦେଖି ସେ ତାଙ୍କ ବେକରେ ଦୌଡି ବାନ୍ଧି ଘର ଭିତରେ ଟାଙ୍ଗି ଦେଇଥିଲେ। ଏହା ସାନ ଝିଅ ଦେଖିଦେବାରୁ ସେ ତାଙ୍କୁ ମାରିବାକୁ ଗୋଡାଇଥିଲେ। ସେ ସେଠାରୁ ଖସି ପଳାଇ ଆସି ଗ୍ରାମବାସୀଙ୍କୁ ଜଣାଇଥିଲେ। ଲୋକେ ଘଟଣାସ୍ଥଳକୁ ଆସିବା ବେଳକୁ କରୁଣାକର ଖସିପଳାଇବାକୁ ଉଦ୍ୟମ କରିଥିଲେ। ଲୋକେ ତାଙ୍କୁ କାବୁ କରି ବାନ୍ଧି ପକାଇଥିଲେ। ସୋର ପୋଲିସ ଓ ଅନନ୍ତପୁର ଫାଣ୍ଡି ପୋଲିସ ଆସି ଝିଅଠାରୁ ସବୁକଥା ଶୁଣିବା ପରେ କରୁଣାକରଙ୍କୁ ଥାନାକୁ ନେଇଯାଇଥିଲେ।
ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍ଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍
ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…
କୋଲକାତାରୁ ଭୁବନେଶ୍ୱର ଯାଉଥିଲା ବସ୍, ରାସ୍ତାରେ ଫାଟିଲା ଚକା, ଆଉ ତା’ ପରେ…
ବାଲେଶ୍ୱର,୨ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ ଜାତୀୟ ରାଜପଥରେ ହଳଦିପଦା ବାଇପାସ୍ ନିକଟରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୋଲକାତାରୁ ସାରା ନାମକ ଏକ ଯାତ୍ରୀବାହୀ ବସ୍…
ଗୋରୁ ଗାଡ଼ି ଅଟକାଇବା ହେଲା କାଳ, ଚାଲିଗଲା ଜଣଙ୍କର ଜୀବନ
ବାହାନଗା, ୩୧। ୩(ଅରୂପ କୁମାର ଦାସ)ଛ ବାହାନଗା ବ୍ଲକ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଦୁର୍ଘଟଣା । ଗୋରୁ ଗାଡି ଅଟକାଉଥିବା…
ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ
ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…
ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…
ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…
ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……
ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…
ଖାଉଥିଲେ ପରିବାର ଲୋକେ: ହଠାତ୍ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…
ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍ ୬ଜଣ…
ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି
ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…
Archives

