ସ୍କୁଲ ଯିବା ପାଇଁ ୧୦ କିମି ରାସ୍ତା ମରାମତି କଲେ ୮୫ ଛାତ୍ରୀଛାତ୍ର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଔରଙ୍ଗାବାଦ୍‌,୧୫।୧: ପାଠପଢ଼ାକୁ ସମାଜ ମଙ୍ଗଳ କାର୍ଯ୍ୟରେ ଲଗାଇବା ଅତି ଗୁରୁତ୍ୱପୂର୍ଣ୍ଣ। କେତେକ ଏଥିରେ ଅସଫଳ ରହିଥାନ୍ତି। ତେବେ ମହାରାଷ୍ଟ୍ରର ଔରଙ୍ଗାବାଦ୍‌ ଜିଲାର ଡଭଣ୍ଡି ଗାଁରେ ସ୍କୁଲକୁ ଯିବା ପାଇଁ ରାସ୍ତା ଖରାପ ଥିବାରୁ ୮୫ ଜଣ ଛାତ୍ରୀଛାତ୍ର କାହାର ସହାୟତା ନ ନେଇ ୧୦ କିମି ରାସ୍ତା କରାମତି କରିଛନ୍ତି। ଛୋଟ ଛୋଟ ପିଲାଙ୍କ ଏଭଳି କାର୍ଯ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରାସ୍ତାରେ ଥିବା ଖାଲଖମାରେ ପିଲାମାନେ ପଥରରେ ଭର୍ତ୍ତି କରି ସମତୁଲ କରିଛନ୍ତି। ଏଥି ପାଇଁ ପିଲାମାନେ ଜାନୁୟାରୀ ୧୦ରୁ ସ୍କୁଲ ବନ୍ଦ କରି ମରାମତି କାମରେ ଲାଗିପଡ଼ିଥିଲେ। ଖରାପ ରାସ୍ତା ଯୋଗୁ ଏଠାରେ ବସ ସେବା ବନ୍ଦ ହୋଇଯାଇଥିଲା। ଫଳରେ ପିଲାମାନେ ଚାଲିଚାଲି ସ୍କୁଲକୁ ଯାଉଥିଲେ। ସୂଚନାଯୋଗ୍ୟ, ୨୦୧୯ରେ ଗ୍ରାମ୍ୟ ସଡ଼କ ଯୋଜନା ଅନ୍ତର୍ଗତ ସ୍ଥାନୀୟ ୧୦ କିମି ଲମ୍ବ ରାସ୍ତାର ନିର୍ମାଣ ଲାଗି ଅର୍ଥ ମଞ୍ଜୁର ହୋଇଥିଲା। ତେବେ କୌଣସି କାରଣରୁ କାମ ଅଧାରେ ଅଟକି ଯାଇଥିଲା।

Share