ସ୍କୁଲ ବ୍ୟାଗ୍‌ ଓଜନ ଯାଞ୍ଚ ପାଇଁ ସ୍କ୍ବାଡ ଗଠନ ହେଲା

କେନ୍ଦୁଝର, ୧୩ା୯(ସ୍ବ.ପ୍ର.)-ଛୋଟ ପିଲାଙ୍କ ବସ୍ତାନୀ ବୋଝ ହାଲୁକା କରିବା ପାଇଁ ହାଇକୋର୍ଟ ଜାରି କରିଥିବା ନିର୍ଦ୍ଦେଶାବଳୀକୁ କଡାକଡି ଲାଗୁ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। କେନ୍ଦୁଝର ଜିଲାରେ ସରକାରୀ ଏବଂ ବେସରକାରୀ ସ୍କୁଲରେ ପିଲାମାନଙ୍କ ବ୍ୟାଗ ଓଜନ ପରଖିବାକୁ କେନ୍ଦୁଝର ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ୨ଟି ସ୍କାଡ ଗଠନ କରାଯାଇଛି। ଗୋଟିଏ ସ୍କାଡରେ ଜିଲ୍ଲା ଶିକ୍ଷା ଅଧିକାରୀ, ଡିସିପି ଓ ବିଇଓ ରହିଥିବାବେଳେ ଅନ୍ୟ ଏକ ସ୍କ୍ବାଡରେ ଡିପିସି, ଜିଲା ମଙ୍ଗଳ ଅଧିକାରୀ, ଘଟଗାଁ ବିଇଓ ଏବଂ ହରିଚନ୍ଦନପୁର ରହିଛନ୍ତି। ଏହି ସ୍କାଡ ଘରୋଇ ସ୍କୁଲ ସମେତ ସରକାରୀ ସ୍କୁଲରେ ବ୍ୟାଗ ଯାଞ୍ଚ କରିବେ। ଯାଞ୍ଚ ସମୟରେ ଯଦି କୌଣସି ଛାତ୍ରୀଛାତ୍ରଙ୍କ ବ୍ୟାଗ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଥାଏ ତେବେ ବିଦ୍ୟାଳୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଇଓ କପିଳେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି।