Categories: ଜାତୀୟ

ସ୍କୁଲ ପିଲାଙ୍କୁ ମାସ୍କ ବାଣ୍ଟିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧।୧୧: ଦିଲ୍ଲୀ ପ୍ରଦ୍ୟୁଷଣକୁ ନେଇ ରାଜନୀତି ବୟାନବାଜି ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଦିଲ୍ଲୀରେ ପ୍ରଦ୍ୟୁଷଣ ପାଇଁ ହରିୟାଣା ଓ ପଞ୍ଜାବ ସରକାରଙ୍କୁ ଦାୟି କରିଛନ୍ତି। ପଞ୍ଜାବ ଓ ହରିୟାଣାରେ ନଡ଼ାଗୁଡିକୁ ପୋଡୁଥିବାରୁ ଦିଲ୍ଲୀରେ ପ୍ରଦ୍ୟୁଷଣ ହେଉଛି ବୋଲି କେଜରିିଓ୍ବାଲ କହିଛନ୍ତି। ଏହି ପରିପ୍ରେକ୍ଷିରେ ଶୁକ୍ରବାର ସିଭିଲ ଲାଇନ୍ସର ଏକ ସ୍କୁଲରେ ମୁଖ୍ୟମନ୍ତ୍ରୀ ପିଲାଙ୍କୁ ୨ଟି ଲେଖାଏଁ ମାସ୍କ ବାଣ୍ଟିଛନ୍ତି। ମାସ୍କଗୁଡିକୁ ବାଣ୍ଟିବା ସହ ସେ ପିଲାଙ୍କୁ କହିଛନ୍ତି, କ୍ୟାପଟେନ ଅଙ୍କଲ ଓ ଖଟ୍ଟର ଅଙ୍କଲଙ୍କୁ ସବୁ ପିଲା ମିଶି ଏକ ଚିଠି ଲେଖ। ସେଥିରେ ଅଙ୍କଲଙ୍କୁ ନଡ଼ା ନ ଜଳାଇବା ପାଇଁ କହିବ ବୋଲି ସେ କହିଛନ୍ତି। ତେବେ ସହରର ବିଭିନ୍ନ ସ୍କୁଲରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମାସ୍କ ବଣ୍ଟାଯିବାର ଯୋଜନା ରଖାଯାଇଥିବା ସୂଚନା ମିଳିଛି।

Share