Categories: ଜାତୀୟ

ସ୍କୁଲର ମାସିକ ବିଦ୍ୟୁତ୍‌ ବିଲ୍‌ ୬୧୮.୫ କୋଟି ଟଙ୍କା, ଶିକ୍ଷକ ଦେଖି ହେଲେ ଆଶ୍ଚର୍ଯ୍ୟ

ବାରାଣସୀ,୫।୯: ଉତ୍ତର ପ୍ରଦେଶର ବାରାଣସୀର ବିନାୟକା ସହରରେ ଥିବା ଓ-ଗ୍ରେଭ ପବ୍ଲିକ ସ୍କୁଲରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏକ ବିଲ୍‌ ପଠାଯାଇଛି। ଯାହାକୁ ଦେଖି ସ୍କୁଲ କର୍ତ୍ତୃପକ୍ଷ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ବିଲ୍‌ ୬୧୮.୫ କୋଟି ଟଙ୍କାର ଆସିଛି। ସେପ୍ଟେମ୍ବର ୭ ସୁଦ୍ଧା ଏହି ବିଲ ପଇଠ କରା ନ ଗଲେ ବିଦ୍ୟୁତ ସଂଯୋଗ କାଟି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ବିଲ ନେଇ ସେସୁ କାର୍ଯ୍ୟାଳୟ ଯାଇଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନାହିଁ।   ସପ୍ଟୱେର ଦ୍ବାରା ଏହି ସମସ୍ୟା ହୋଇଥାଇପାରେ ବୋଲି ଜଣେ ବିଦ୍ୟୁତ କର୍ମଚାରୀ କହିଛନ୍ତି।

Share