ସ୍କୁଟିକୁ ଧକ୍କାଦେଲା ଟ୍ରକ୍‌: ଦମ୍ପତିଙ୍କ ଜୀବନଗଲା,ଘଟଣାସ୍ଥଳରେ ଉତ୍ତେଜନା

ଅନୁଗୋଳ ଅଫିସ,୮।୩: ଅନୁଗୋଳ ଏସ୍‌ପି କାର୍ଯ୍ୟାଳୟ ସମ୍ମୁଖରେ ରବିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛିି। ଏହି ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ଅନୁଗୋଳ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଛି। ଏଥିସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଜବତ କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଅନୁଗୋଳ ଜାତୀୟ ରାଜପଥ ୫୫ରେ ରବିବାର ସକାଳେ ସ୍ତ୍ରୀ ସ୍ବାମୀ ସ୍କୁଟି (ଓଡି-୧୯-କେ-୦୫୪୯)ଯୋଗେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ଉଭୟଙ୍କୁ ଧକ୍କା ଦେବାରୁ ଦୁହିଁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ଦମ୍ପତି ଗୋଳାବନ୍ଧ ଗ୍ରାମର ବୋଲି ଜଣାପଡ଼ିଛି ।