Categories: ଖେଳ

ସୌରଭ ସେମିଫାଇନାଲରେ

ହୋ ଚି ମିନ୍‌ ସିଟି, ୧୩ା୯ (ପି.ଟି.)-ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ସୌରଭ ବର୍ମା ଭିଏତ୍‌ନାମ ଓପନ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସେ ସ୍ଥାନୀୟ ଖେଳାଳି ତିନ୍‌ ମିନ୍‌ ଏନ୍‌ଗୁଏନ୍‌ଙ୍କୁ ୨୧-୧୩, ୨୧-୧୮ ସେଟ୍‌ରେ ହରାଇ ଦେଇଛନ୍ତି। ବର୍ତ୍ତମାନର ଜାତୀୟ ଚାମ୍ପିୟନ ତଥା ଗତ ମାସରେ ହାଇଦ୍ରାବାଦ ଓପନ ଜିତିଥିବା ସୌରଭ ବର୍ତ୍ତମାନ ଜାପାନର ମିନୋରୁ କୋଗା କିମ୍ବା ଥାଇଲାଣ୍ଡର ତଥା ୬ଷ୍ଠ ସିଡ୍‌ ତାନଙ୍ଗସାକ୍‌ ସେନ୍‌ସୋମ୍ବୁନ୍‌ସୁକ୍‌ଙ୍କୁ ଭେଟିବେ। ସୂଚନାଯୋଗ୍ୟ, ୨୬ ବର୍ଷୀୟ ଭାରତୀୟ ଖେଳାଳି ଚଳିତ ମାସ ପ୍ରାରମ୍ଭରେ ଚାଇନିଜ୍‌ ତାଇପେ ଓପନ୍‌ର ପ୍ରିକ୍ୱାର୍ଟରରୁ ବିଦାୟ ନେଇଥିଲେ।

Share