ସୌନ୍ଦର୍ଯ୍ୟ ହରାଉଛି ଗୋପାଳବନ୍ଧ: ରକ୍ଷଣାବେକ୍ଷଣ ଲାଗି ଦାବି

ପୁରୁଷୋତ୍ତମପୁର,୨୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ମଧ୍ୟଭାଗରେ ଥିବା ଐତିହାସିକ ଗୋପାଳବନ୍ଧ ପୋଖରୀ ହୁଡ଼ାକୁ କେତେକ ବ୍ୟକ୍ତି ଜବରଦଖଲ କରିଛନ୍ତି। ଏଥିସହ ପୋଖରୀଟି ଅଳିଆ ଆବର୍ଜନାରେ ପୋତିହେବାକୁ ବସିଲାଣି । ପୋଖରୀ ଜଳ ସମ୍ପୂର୍ଣ୍ଣ ଦୂଷିତ ହୋଇ ବ୍ୟବହାର ଅନୁପଯୋଗୀ ହୋଇଛି। ଏ ନେଇ ଲେକେ ନାହିଁ ନ ଥିବା ସମସ୍ୟା ଭୋଗୁ ଥିବା ବେଳେ ବହୁବାର ପ୍ରଶାସନକୁ ଅବଗତ କରାଗଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଏହାର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ଏନ୍‌ଏସି ପ୍ରଶାସନ ଗୁରୁତ୍ୱ ଦେଉ ନ ଥିବା ହେତୁ ଏହାକୁ ନେଇ ଅସନ୍ତୋଷ ଲାଗି ରହିଛି । ଏପରି କି ପୋଖରୀ ବନ୍ଧର ସୌନ୍ଦର୍ଯ୍ୟ କରଣ, ଗାର୍ଡୱାଲ ନିର୍ମାଣ ସହ ପୂନରୁଦ୍ଧାର ଲାଗି ସହରବାସୀ ଦାବି କରିଛନ୍ତି ।