ସୌଦି ରାଜକୁମାରଙ୍କୁ ଭେଟିଲେ ଡୋଭାଲ

ରିଆଦ୍‌,୨।୧୦: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା(ଏନଏସ୍‌ଏ) ଅଜିତ ଡୋଭାଲ ବୁଧବାର ସୌଦି ରାଜକୁମାର ମହମ୍ମଦ ବିନ୍‌ ସଲମାନଙ୍କୁ ଭେଟିଛନ୍ତି। ପ୍ରାୟ ୨ଘଣ୍ଟା ଧରି ଡୋଭାଲ ଓ ରାଜକୁମାରଙ୍କ ମଧ୍ୟରେ ଏହି ଉଚ୍ଚସ୍ତରୀୟ ବୈଠକ ଚାଲିଥିଲା। ବୈଠକରେ ଜମ୍ମୁ-କଶ୍ମୀରକୁ ନେଇ ଭାରତ ନେଇଥିବା ନିଷ୍ପତ୍ତି ସହ କେତେକ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସୌଦିରେ ଭାରତ ନିଜର ନିବେଶକୁ ବୃଦ୍ଧି କରିବାକୁ ଚାହୁଁଛି। ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ସହ ଚାଲିଥିବା ମତାନ୍ତର ମଧ୍ୟରେ ଏହି ସାକ୍ଷାତକାର ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷରେ ଡୋଭାଲ କ୍ରାଉନ ପ୍ରିନ୍ସଙ୍କ ସମେତ ସୌଦିର ଏନଏସ୍‌ଏ ମୁସେଦ ଅଲ ଏବାନଙ୍କ ସହ ସାକ୍ଷାତକାର କରିଥିଲେ। ଏହି ସାକ୍ଷାତକାରରେ ଦୁଇ ଅଧିକାରୀ ଆଞ୍ଚଳିକ ସୁରକ୍ଷା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଏହାପରେ ଡୋଭାଲ ସାଉଦିର ବଡ଼ ଅନ୍ୟ କେତେକ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

Share