ସୌଦି ତେଲ ସଙ୍କଟ ବିଗାଡିଲା ବଜାର ମୁଡ୍‌;ଗୋଟିଏ ଦିନରେ ନିବେଶକ ହରାଇଲେ ୨.୭୨ ଲକ୍ଷ କୋଟି

ମୁମ୍ବାଇ,୧୮-୯: ସୌଦି ତେଲ କୂଅ ଉପରେ ଡ୍ରୋନ ଆକ୍ରମଣ ଏବଂ ଅନ୍ତର୍ଜାତୀୟ ବଜାରରେ ଭାରି ବିକ୍ରି କାରଣରୁ ମଙ୍ଗଳବାର ଭାରତୀୟ ଷ୍ଟକ୍‌ ବଜାର ମୁଡ଼୍‌ ବିଗିଡିଯାଇଛି। ସପ୍ତାହର ଦ୍ୱିତୀୟ କାରବାର ଦିନରେ ବିଏସ୍‌ଇ ସେନସେକ୍ସ ୬୪୨.୨୨ ପଏଣ୍ଟ ହ୍ରାସ ପାଇ ୩୬,୪୮୧.୦୯ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୧୮୫.୯୦ ପଏଣ୍ଟ ହ୍ରାସ ପାଇ ୧୦,୮୧୭.୬୦ ସ୍ତରରେ ବନ୍ଦ ହୋଇଛି। ବଜାରରେ ଅସ୍ଥିରତା ପରିବେଶ ମଧ୍ୟରେ ଭାରି ମାତ୍ରାରେ ଶେୟାର ବିକ୍ରି ହେବା କାରଣରୁ ନିବେଶକଙ୍କର ପ୍ରାୟ ୨.୭୨ ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଛି। ସୋମବାର ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନୀଙ୍କର ବଜାର ପୁଞ୍ଜି ୧,୪୨,୦୮,୦୪୯.୦୫ କୋଟି ଟଙ୍କା ଥିଲା, ଯାହା ମଙ୍ଗଳବାର ହ୍ରାସ ପାଇ ୧,୩୯,୭୦,୩୫୬.୨୨ କୋଟି ଟଙ୍କା ହୋଇଛି। ଏଭଳି ଦେଖିଲେ ୨,୭୨,୫୯୩.୫୪ କୋଟି ବଜାର ପୁଞ୍ଜି କ୍ଷତି ହୋଇଛି।
ସୌଦି ଆରାମ୍‌କୋରେ ଡ୍ରୋନ ଆକ୍ରମଣ ଯୋଗୁ ବିଶ୍ୱ ବଜାରରେ ତୈଳ ସଙ୍କଟ ଦେଖାଦେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଏହାର ପ୍ରଭାବ ମଙ୍ଗଳବାର ବିଶ୍ୱର ବିଭିନ୍ନ ଷ୍ଟକ୍‌ ବଜାରରେ ଦେଖିବାକୁ ମିଳିଥିଲା। ଭାରତୀୟ ଷ୍ଟକ୍‌ ବଜାର ଏଥିରୁ ବାଦ୍‌ ପଡି ନ ଥିଲା। ତେଲ କମ୍ପାନୀଙ୍କ ସମେତ ଅଟୋ ସେକ୍ଟରର ତାଲିକାଭୁକ୍ତ କମ୍ପାନୀ ଶେୟାରଗୁଡ଼ିକରେ ଭାରି ବିକ୍ରି ଦେଖାଯାଇଥିଲା। ସେହିପରି ଆମେରିକାର ଫେଡେରାଲ ରିଜର୍ଭର ପ୍ରଥମ ସୁଧ ହାର ହ୍ରାସର ସମ୍ଭାବନାକୁ ନେଇ ନିବେଶକଙ୍କ ମଧ୍ୟରେ ନୈରାଶ୍ୟ ଖେଳି ଯାଇଛି। ମାର୍କେଟ ଆନାଲିଷ୍ଟ ସୁଧ ହାର ହ୍ରାସ ପାଇବ ବୋଲି ଆଶା କରୁଛନ୍ତି। କିନ୍ତୁ ଫେଡେରାଲ ରିଜର୍ଭ ଅନ୍ୟ କେତେକ ପରିସଂଖ୍ୟାନ ପାଇବା ପରେ ଯାଇ ଏ ସମ୍ପର୍କରେ ନିଷ୍ପତ୍ତି ନେବେ। ଅନ୍ୟପକ୍ଷରେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୀର୍ଘ ଦିନ ହେବ ସୁଧ ହାର ହ୍ରାସ ସମ୍ପର୍କରେ ମତ ଦେଇଆସୁଛନ୍ତି। ଅନ୍ୟପକ୍ଷରେ ରଏଟର୍ସ ରିପୋର୍ଟ ଅନୁଯାୟୀ, ଆରାମ୍‌କୋର ତୈଳ ଉତ୍ପାଦନ ଏକ ମାସ ବାଧାପ୍ରାପ୍ତ ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଛୁଇଁବ। ପ୍ରତି ବ୍ୟାରେଲ ୧୦ ଡଲାର ଦର ବଢ଼ିଲେ ଭାରତର ଅର୍ଥନୀତି ବିକାଶ ଉପରେ ୦.୧ରୁ ୦.୪% ପର୍ଯ୍ୟନ୍ତ ଆର୍ଥିକ ବୋଝ ପଡିବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri