Posted inଜାତୀୟ

ସୋସିଆଲ ମିଡିଆ ସହ ଆଧାର ସଂଯୋଗ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ସୋସିଆଲ ମିଡିଆ ଆକାଉଣ୍ଟ ସହ ଆଧାର ସଂଯୋଗ କରାଇବା ଲାଗି ସରକାରଙ୍କର କୌଣସି ପ୍ରସ୍ତାବ ନ ଥିବା ବୁଧବାର ଲୋକ ସଭାରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଏ ସମ୍ପର୍କିତ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଥିଲେ, ଆଧାର ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ବିଭିନ୍ନ ସମୟରେ ସରକାର ଏହାର ଅଡିଟ୍‌ ମଧ୍ୟ କରୁଛନ୍ତି। ଜନସାଧାରଣ ଦେଇଥିବା ତଥ୍ୟକୁ ଆଧାର କରି ଆଧାର କାର୍ଡ ପ୍ରସ୍ତୁତ କରାଯାଉଛି। ଯେଉଁମାନେ ମୋବାଇଲ ନମ୍ବର ଏବଂ ଇ-ମେଲ୍‌ ଠିକଣା ଦେଉଛନ୍ତି ତାହା ମଧ୍ୟ ଆଧାରରେ ସ୍ଥାନ ପାଉଛି। ଆଧାର ଡାଟାବେସ୍‌ରେ ବ୍ୟକ୍ତିଙ୍କ ନାମ, ଠିକଣା, ଲିଙ୍ଗ, ଜନ୍ମତାରିଖ, ବୟସ, ଫଟୋ ଏବଂ ବାୟୋମେଟ୍ରିକ୍‌ ତଥ୍ୟ (୧୦ ଆଙ୍ଗୁଠିର ଛାପ ଓ ୨ ଆଖିର ସ୍କାନ୍‌) ରହୁଛି। ପ୍ରବାସୀ ଭାରତୀୟ ଭାରତରେ ପହଞ୍ଚତ୍ବା ପରେ ସେମାନଙ୍କୁ ଆଧାର ନମ୍ବର ଯୋଗାଇଦେବାର ବ୍ୟବସ୍ଥା ହୋଇଛି। ତେବେ ଦେଶ ଓ ଜନହିତ ପାଇଁ ଆଇଟି ଆଇନର ଧାରା ୬୯ଏ ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍‌ କରିବା କ୍ଷମତା ସରକାରଙ୍କର ରହିଛି। ବିଭିନ୍ନ କାରଣରୁ ଚଳିତ ବର୍ଷ ଅକ୍ଟୋବର ୩୧ ସୁଦ୍ଧା ସୋସିଆଲ ମିଡିଆ ପ୍ଲାଟଫର୍ମରୁ ୩୪୩୩ ୟୁଆର୍‌ଏଲ୍‌କୁ ବ୍ଲକ କରାଯାଇଥିବା ମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ଯାଏଁ ଶୀତ!: ୧୮ରୁ ବଢ଼ିବ

ଭୁବନେଶ୍ୱର,୧୩।୧: ରାଜ୍ୟରେ ୧୭ ତାରିଖ ଯାଏଁ ଜାରି ରହିବ ଶୀତ। ସୂଚନା ଦେଲେ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ପଶ୍ଚିମାଝଡ଼ ପ୍ରଭାବରେ ୧୮ରୁ ତାପମାତ୍ରା ବୃଦ୍ଧି...

ଡାକ୍ତର ସାର୍ ମୋତେ ଏହି ସାପ କାମୁଡ଼ିଛି… ନାଗକୁ ପକେଟରେ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଲକ୍ଷ୍ନୌ,୧୩।୧:  ଉତ୍ତର ପ୍ରଦେଶର ମଥୁରାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଏକ ନାଗ ସାପ କାମୁଡ଼ି ଦେଇଥିଲା ଏବଂ ସେ...

ବିଜେଡିକୁ ପୁଣି ବଡ଼ ଝଟ୍‌କା: ପଦ୍ମ ଧରିଲେ ବ୍ଳକ ଅଧ୍ୟକ୍ଷା, ସରପଞ୍ଚ

ରାଇକିଆ,୧୩।୧(ପ୍ରଦୀପ ବେହେରା): ପଦ୍ମ ଧରିଲେ କନ୍ଧମାଳ ଜିଲା ରାଇକିଆ ବ୍ଳକ ଅଧ୍ୟକ୍ଷା ରିନା ପ୍ରଧାନ ଓ ରାଇକିଆ ସରପଞ୍ଚ ଗୀତାଞ୍ଜଳୀ ନାୟକ। ମଙ୍ଗଳବାର ରାଇକିଆଠାରେ ଅନୁଷ୍ଠିତ...

ଜଙ୍ଗଲ ଭିତରେ ଚାଲିଥିଲା ଦେଶୀ ମଦ ଭାଟି: ଅଚାନକ ପହଞ୍ଚିଲା ଅବକାରୀ ଟିମ-ପୋଲିସ, ଦେଖିକି ମାଫିଆମାନେ…

ପରଜଙ୍ଗ, ୧୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଭୋର୍‌ ସମୟରେ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପୋଲିସ ଏବଂ ଅବକାରୀ ଟିମ,...

ଆସିଗଲା ତାରିଖ: ଏହି ଦିନ ମିଳିବ ସୁଭଦ୍ରା ଟଙ୍କା, ଏକାଥରେ ୧୦ ହଜାର

ଭୁବନେଶ୍ୱର,୧୩।୧: ସୁଭଦ୍ରା ଟଙ୍କାକୁ ନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆସନ୍ତା ୧୮ ତାରିଖ ସୁଦ୍ଧା ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ୪...

ପଞ୍ଚାୟତ- ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର: ଯୋଗଦେଲେ ୧୨ ଜିଲାର…

ସମ୍ବଲପୁର, ୧୩।୧(ପ୍ରମୋଦ ବହିଦାର):ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସମ୍ବଲପୁରରେ ଡିଭିଜନାଲ ଜିଲାପାଳ ସମ୍ମିଳନୀ ହୋଇଛି। ରାଜ୍ୟ ନିର୍ବାଚନ କମିଶନରଙ୍କ...

ରାତି ପାହିଲେ ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ: ବଣ୍ଟା ଗଲା…

ପାଟଣା,୧୩।୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ରଘୁନାଥ ଜୀଉ ମଠ ସଂଲଗ୍ନ ବୈତରଣୀ ନଦୀ ଘାଟରେ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଛାତି ଥରାଇଦେବ କାହାଣୀ; ନିଜ ଝିଅକୁ ଗଣବଳାତ୍କାର କରାଇଲେ ମାଆ, ଧର୍ମ ପରିବର୍ତ୍ତନ…

ଲକ୍ଷ୍ନୌ,୧୩।୧:  ଉତ୍ତର ପ୍ରଦେଶର ମୋରାଦାବାଦରୁ ସମ୍ପର୍କକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି । ମାଜୋଲା ଥାନା ଅଞ୍ଚଳରେ, ଜଣେ ନାବାଳିକା ଝିଅ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri