ସୋସିଆଲ ମିଡିଆରେ ଉତ୍ତେଜନାମୂଳକ ପୋଷ୍ଟ କରି ଯୁବକ ଗିରଫ

ଚଣ୍ଡିଖୋଲ,୬।୪(ଡି.ଏନ.ଏ): ସୋସିଆଲ ମିଡିଆରେ ବିଭିନ୍ନ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ଦେବା ସହ ବିଭିନ୍ନ ଜାତିଧର୍ମ ସମ୍ପର୍କିତ ଲେଖା ପୋଷ୍ଟ କରି ବାଲିଚନ୍ଦ୍ରପୁର ପଞ୍ଚାୟତର ପୂର୍ଣ୍ଣ ମିଶ୍ର ନାମକ ଜଣେ ଯୁବକ ଗିରଫ ହୋଇଛନ୍ତି। ବାଲିଚନ୍ଦ୍ରପୁର ପୋଲିସ ରବିବାର ସମ୍ପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରିଛି। ଏନେଇ ପୋଲିସ ପକ୍ଷରୁ ଏକ ମାମଲା (ନଂ. ୧୦୫/୨୦) ରୁଜୁ ହୋଇଛି।