ସୋମବାର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର ଶୁଭାରମ୍ଭ

ନୂଆଦିଲ୍ଲୀ,୭-୧୦: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସୋମବାର ଆୟକର ବିଭାଗର ନ୍ୟାଶନାଲ ଟାକ୍ସ ଇ-ଆସେସମେଣ୍ଟ ସେଣ୍ଟର(ଏନ୍‌ଇଏସି)ର ଶୁଭାରମ୍ଭ କରିବେ। ଏହା ଦ୍ୱାରା ଟିକସଦାତା ଏବଂ ଟିକସ ଅଧିକାରୀଙ୍କ ମଧ୍ୟରେ ଆଉ ସାମ୍ନା ସାମ୍ନି ହେବାକୁ ପଡିବ ନାହିଁ। ଉକ୍ତ ସେଣ୍ଟର ଦ୍ୱାରା ଟିକସଦାତାଙ୍କ ଲାଗି ଉନ୍ନତ ସେବା, ଟିକସଦାତାଙ୍କ ଅଭିଯୋଗରେ ହ୍ରାସ ଭଳି ବିଭିନ୍ନ ପ୍ରସଙ୍ଗ ଆଧାରରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି। ସରକାରଙ୍କ ଡିଜିଟାଲ ଇଣ୍ଡିଆ ପଦକ୍ଷେପ ଅନ୍ତର୍ଗତ ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଁ ବିଜନେସକୁ ପ୍ରୋତ୍ସାହିତ କରିବା ଲାଗି ଏଭଳି ଏକ ଯୋଜନା ହାତକୁ ନିଆଯାଇଥିବା ଅର୍ଥ ମନ୍ତ୍ରଣାଳୟ ସୋମବାର ସୂଚନା ଦେଇଛି। ଟିକସ ଆସେସମେଣ୍ଟ କ୍ଷେତ୍ରରେ ନୂଆ ପଦକ୍ଷେପ ସ୍ବଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦକ୍ଷତା ପ୍ରଦାନ କରିବ ବୋଲି ଆଶା କରାଯାଉଛି।
ଲୋକମାନେ ଟିକସ ଅଧିକାରୀଙ୍କୁ ନ ଭେଟି ମଧ୍ୟ ସେମାନଙ୍କ ଟିକସ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ କରିପାରିବେ। ନୂଆ ସିଷ୍ଟମ ମୁତାବକ ଟିକସଦାତା ସେମାନଙ୍କ ପଞ୍ଜୀକୃତ ଇ-ମେଲ ଏବଂ ଆୟକର ବିଭାଗ ଓ୍ବେବପୋର୍ଟାଲରେ ପଞ୍ଜୀକୃତ ଆକାଉଣ୍ଟରେ ନୋଟିସ ପାଇବେ। ଆୟକର ବିଭାଗ ନିକଟରେ ପଞ୍ଜୀକରଣ ହୋଇଥିବା ମୋବାଇଲ ନମ୍ବରରେ ରିଅଲଟାଇମ୍‌ ଭିତ୍ତିରେ ଏସ୍‌ଏମ୍‌ଏସ୍‌ ଆଲର୍ଟ ପାଇପାରିବେ। ଯଦି କୌଣସି କ୍ଷେତ୍ରରେ ଅସଙ୍ଗତି ଆସେ ତେବେ ଟିକସଦାତାଙ୍କୁ ଏଭଳି ଉପାୟରେ ବିଭାଗ ସମ୍ପର୍କ କରିବ। ଟିକସଦାତା ଏହାର ଉତ୍ତର ଘରେ କିମ୍ବା ନିଜ କାର୍ଯ୍ୟାଳୟରେ ପ୍ରସ୍ତୁତ ରଖି ନ୍ୟାଶନାଲ ଇ-ଆସେସମେଣ୍ଟ ସେଣ୍ଟରକୁ ମେଲ୍‌ କରିପାରିବେ॥ ଉତ୍ତରକୁ ବିଭାଗର ନିର୍ଦ୍ଧାରିତ ଓ୍ବେବ ପୋର୍ଟାଲରେ ଅପଲୋଡ କରିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri