Categories: ଜାତୀୟ

ସୋମବାରଠାରୁ କଶ୍ମୀରରେ ଖୋଲିବ ସ୍କୁଲ, ସରକାରୀ କାର୍ଯ୍ୟାଳୟ

ନୂଆଦିଲ୍ଲୀ,୧୬।୮: କଶ୍ମୀରରେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଆସନ୍ତା ସୋମବାର ଅର୍ଥାତ୍‌ ୧୯ ତାରିଖରେ ପୁଣି ଥରେ ଖୋଲିବ ବୋଲି ସୂଚନା ମିଳିଛି। ଜମ୍ମୁ-କଶ୍ମୀରର ପ୍ରଶାସନ ସେଠାକାର ପରିସ୍ଥିତି ନିରୀକ୍ଷଣ କରିବା ପରେ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ଖୋଲା କରାଯିବ ବୋଲି ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି। ଅଳ୍ପଦିନ ମଧ୍ୟରେ ଏଠାରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇ ଦିଆଯିବ ବୋଲି କହିଛି ସ୍ଥାନୀୟ ପ୍ରଶାସନ। ତେବେ ପ୍ରଶାସନ ଗ୍ରାଉଣ୍ଡ ସିଚୁଏଶନ ଉପରେ ପ୍ରତିଦିନ ନଜର ରଖିବା ସହ ସୁରକ୍ଷା ଏଜେନ୍ସି‌ ଉପରେ ସୁପ୍ରିମକୋର୍ଟ ଭରସା ରଖିବା ଦରକାର ବୋଲି କହିଛନ୍ତି ସରକାର। ଅନ୍ୟପଟେ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ ସଚିବାଳୟ ଓ ଅନ୍ୟ ସରକାରୀ କାର୍ଯ୍ୟାଳୟରେ ଶୁକ୍ରବାରଠାରୁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share