ସୋନ ନଦୀରୁ ବେଆଇନ ବାଲି ଉଠାଣ

କୁଆମରା,୯ା୧୨(ଡି.ଏନ୍‌.ଏ.)- ଗୋପବନ୍ଧୁ ନଗର ବ୍ଲକ ଦେଇ ପ୍ରବାହିତ ସୋନ ନଦୀରୁ ବେଆଇନ ବାଲି ଉଠାଣ ଚାଲିଥିବା ଅଭିଯୋଗ ହୋଇଛି। ପ୍ରତ୍ୟହ ଦଶ ଚକିଆ ଟ୍ରକ ଓ ଟ୍ରାକ୍ଟର ବାଲି ପରିବହନ କରୁଛନ୍ତି। ଜୟପୁର, ଦିଘି ନୂଆସାହି, ନୂଆ ଗାଁ, ସାଇଁକୁଳା, କଣ୍ଟିସାହି ପ୍ରଭୃତି ଘାଟରୁ ବେଆଇନ ଭାବେ ବାଲି ଉଠାଣ ହେଉଥିବା ବେଳେ ସରକାରୀ ନୀତି ନିୟମକୁ ଉଲ୍ଲଘଂନ କରାଯାଉଛି। ବାଲି ବେପାରୀମାନେ ନଦୀରୁ ବାଲି ଉତ୍ତୋଳନ କରି କୁଆମରା ଓ ସାଇଁକୁଳା ରାସ୍ତା ଦେଇ ବାଲେଶ୍ୱର ଜିଲା ଓ ବାହାର ରାଜ୍ୟକୁ ବାଲି ଚାଲାଣ କରୁଛନ୍ତି। ବାଲି ବେପାରୀମାନେ ବେଶ ଅର୍ଥ ରୋଜଗାର କରୁଥିବା ବେଳେ ଗ୍ରାମାଞ୍ଚଳ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡୁଛି। ଭାରୀଯାନ ଚଳାଚଳ ଯୋଗୁଁ ଲୋକେ ରାସ୍ତାଘାଟରେ ଯିବାକୁ ନିରାପଦ ମଣୁ ନାହାଁନ୍ତି। ୨ଦିନ ତଳେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଏକ ବର୍ଷ ମଧ୍ୟରେ ୩୦ରୁ ଅଧିକ ଦୁର୍ଘଟଣା ଘଟି ସାରିଲାଣି। ନିଲାମ ହୋଇଥିବା ଘାଟମାନଙ୍କରୁ ବର୍ଷକୁ ଯେତିକି ବାଲି ଉତ୍ତୋଳନ କରାଯିବା କଥା ତା ଠାରୁ ଯଥେଷ୍ଟ ଅଧିକ ବାଲି ଉଠାଣ କରିବା ଫଳରେ ନଦୀ କୂଳ ଗ୍ରାମ ଗୁଡିକ ପ୍ରତି ବିପଦ ସୃଷ୍ଟି କରୁଛି। ଅନେକ ସ୍ଥାନରେ ମେଶିନ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଥିବାରୁ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଛି। ବର୍ଷା ଦିନେ ଏହା ବିପଦ ସୃଷ୍ଟି କରୁଛି। ବାଲି ବୋଝେଇ ଭାରିଯାନଗୁଡିକ ଫାଣ୍ଡି ଓ ଥାନା ସମ୍ମୁଖ ଦେଇ ଯାତାୟତ କରୁଥିଲେ ମଧ୍ୟ ଏଥିପ୍ରତି ପୋଲିସ ବିଭାଗ ନିରବ ଦ୍ରଷ୍ଟା ସାଜିଛି। ରାଜସ୍ବ ବିଭାଗ ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ତେବେ ନିକଟରେ ଜୟପୁର ପଞ୍ଚାୟତର ନୂଆଗାଁଠାରେ ମହିଳାମାନେ ଏକାଠି ହୋଇ ବାଲି ବୋଝେଇ ଟ୍ରକଗୁଡିକୁ ଅଟକାଇ ଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ଠିକ ସମୟରେ ନ ପହଞ୍ଚିବାରୁ ସେମାନେ ଗାଡ଼ିଗୁଡ଼ିକୁ ଛାଡି ଦେଇଥିଲେ। ଏ ନେଇ ଅଞ୍ଚଳବାସୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି। ଯଥା ଶୀଘ୍ର ଏ ଦିଗରେ ରାଜସ୍ବ ବିଭାଗ ପଦକ୍ଷେପ ନ ନେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘରର ଲାଇନ୍‌ କାଟି ଖୁଡ଼ୀଙ୍କୁ ହତ୍ୟା କରିବାକୁ ଯାଇଥିଲେ ପୁତୁରା, ପାଟି କରିବାରୁ…

ମୋରଡ଼ା,୧ା୪(ସ୍ମାରକ ମାଜୀ): ନିଜ ଖୁଡ଼ୀକୁ ଡାହାଣୀ ସନ୍ଦେହ କରି ଜୀବନରୁ ମାରିଦେବାକୁ ପୁତୁରା ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ…

କଳିଯୁଗର ବୋହୂ…ଶାଶୁଙ୍କୁ ନିର୍ଘାତ ମାଡ଼ ମାରିବା ପରେ ପନିକିରେ ହାଣିଲେ, ସବୁ ଦେଖି ଚୁପ୍ ଥିଲେ ପୁଅ

ଉଦଳା,୩୧।୩(ସନ୍ତୋଷ କୁମାର ବାଛିନୀ): ବୋହୂ ସାଜିଲେ ରାକ୍ଷସୀ। ଗୁଣି ସନ୍ଦେହରେ ଶାଶୁଙ୍କୁ ଅତି ନିର୍ଦ୍ଦୟ ଭାବେ ଘର ଭିତରେ ପନିକିରେ ହାଣିଲା ବୋହୂ । ଆଉ ଏ…

ଶିମିଳିପାଳ ସୁରକ୍ଷା ପାଇଁ ଏକାଠି ହେଲେ ଗ୍ରାମବାସୀ

ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟ ବ୍ଲକ ଅଧୀନ ରଙ୍ଗମାଟିଆସ୍ଥିତ ପଞ୍ଚାୟତ କଲ୍ୟାଣ ମଣ୍ଡପରେ ଶିମିଳିପାଳର ସୁରକ୍ଷା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।…

ହଷ୍ଟେଲରେ ଖାଇବା ପରେ ବିଗିଡ଼ିଲା ଛାତ୍ରୀଙ୍କ ସ୍ବାସ୍ଥ୍ୟ, ହସ୍ପିଟାଲରେ ଭର୍ତ୍ତି ହେଲେ ୧୫

ମୋରଡ଼ା,୩୦।୩(ସ୍ମାରକ ମାଜୀ): କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ୧୫ ଜଣ ଛାତ୍ରୀ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା…

ଶିମିଳିପାଳରେ ଶିକାରୀଙ୍କୁ ଧରିଲା AI କ୍ୟାମେରା, ବନ୍ଧୁକ-ବିସ୍ଫୋରକ ଜବତ

ବାରିପଦା,୨୯ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଖଞ୍ଜ ଯାଇଥିବା କୁତ୍ରିମ ବୁଦ୍ଧିମତା (AI) କ୍ୟାମେରାରେ କଏଦ ଫଟୋଚିତ୍ରକୁ ନେଇ ବନବିଭାଗ ଚଢ଼ାଉ କରି ଜଣେ…

ଏକାବେଳେ ତିନି ତିନି ଜଣଙ୍କୁ ଆକ୍ରମଣ କଲା ଭାଲୁ, ଜଣଙ୍କ ପରେ ଜଣଙ୍କୁ….

ଉଦଳା,୨୯।୩:(ସନ୍ତୋଷ କୁମାର ବାଛିନୀ): ସକାଳୁ ଶୌଚ ପାଇଁ  ଯାଇଥିଲେ, ହେଲେ ଅଚାନକ ଆକ୍ରମଣ କଲା ଭାଲୁ। ଭାଲୁ ଆକ୍ରମଣରେ ୩ ଗୁରୁତର ହୋଇଛନ୍ତି॥ କପ୍ତିପଦା ବନାଞ୍ଚଳ ତାଳଗଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri