Categories: ବାଣିଜ୍ୟ

ସୋନି ଆଣିଲା ନୂଆ ସାଉଣ୍ଡବାର

ଭୁବନେଶ୍ୱର,୧୫-୭: ସୋନି ଇଣ୍ଡିଆ ପକ୍ଷରୁ ଡଲ୍‌ବି ଆଟମସ ସୁବିଧା ଥିବା ନୂଆ ସାଉଣ୍ଡବାର ଏଚ୍‌ଟି-ଜେଡ୍‌୯ଏଫ୍‌ ଏବଂ ଏସ୍‌ଏଜେଡ ୯ ବଜାରକୁ ଆସିଛି। ଏହି ପ୍ରଡକ୍ଟ ସାରା ଦେଶରେ ଥିବା ସୋନି ସେଣ୍ଟର, ଗୁରୁତ୍ୱପୂର୍ଣ୍ଣ ଇଲେକଟ୍ରୋନିକ୍ସ ଷ୍ଟୋର ଏବଂ ଇ-କମର୍ସ ଷ୍ଟୋରଗୁଡିକରେ ଉପଲବ୍ଧ ହେବ। ଏଥି ଲାଗି ପ୍ରି ବୁକିଂ ଅଫର ମଧ୍ୟ କମ୍ପାନୀ ପ୍ରଦାନ କରିଛି। ଏହି ପ୍ରଡକ୍ଟଗୁଡିକ ସିନେମା ବିଭାଗ ପାଇଁ ଯୁଗାନ୍ତକାରୀ ସାବ୍ୟସ୍ତ ହେବ ବୋଲି ସୋନି ଇଣ୍ଡିଆର ଏମ୍‌ଡି ସୁନୀଲ ନାୟାର କହିଛନ୍ତି। ବର୍ତ୍ତମାନ ଘରେ ଡଲବିର ଅନୁଭବ ପାଇବା ସହଜ ହେବ ବୋଲି ଡଲ୍‌ବି ଲାବରୋଟୋରିଜର ଆଞ୍ଚଳିକ ବାଣିଜ୍ୟ ନିର୍ଦ୍ଦେଶକ ଅସୀମ ମାଥୁର କହିଛନ୍ତି।

Share