Categories: ଜାତୀୟ

ସୋନିଆଙ୍କୁ ଭେଟିଲେ ପାଓ୍ବାର

ମୁମ୍ବାଇ, ୧୧ା୯ (ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଆସନ ବୁଝାମଣା ଲାଗି କଂଗ୍ରେସ ଓ ଏନ୍‌ସିପି ମଧ୍ୟରେ ପ୍ରୟାସ ଆରମ୍ଭ ହୋଇଛି। ଏନ୍‌ସିପି ନେତା ଶରଦ ପାଓ୍ବାର ମଙ୍ଗଳବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟି ଏନେଇ ଆଲୋଚନା କରିଛନ୍ତି। ଦୁଇ ରାଜନୈତିକ ଦଳର ରାଜ୍ୟ ନେତୃବୃନ୍ଦ ପୂର୍ବରୁ ଅନେକ ଥର ଆସନ ବୁଝାମଣା ନେଇ ଆଲୋଚନା କରିସାରିଥିଲା ବେଳେ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି।

Share