Categories: ଜାତୀୟ

ସୋନିଆଙ୍କୁ ଭେଟିଲେ ଏଏପି ବିଧାୟିକା ଅଳକା

ନୂଆଦିଲ୍ଲୀ,୩।୯: ଏଏପିର ବିଦ୍ରୋହୀ ବିଧାୟିକା ଅଳକା ଲମ୍ବା ମଙ୍ଗଳବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ୧୦ ଜନପଥରେ ଥିବା ସୋନିଆଙ୍କ ଘରେ ସେ ତାଙ୍କୁ ଭେଟିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, କିଛିଦିନ ହେବ ଏଏପିର ଏହି ଅସନ୍ତୁଷ୍ଟ ବିଧାୟିକା ଦଳ ଛାଡି ନ ଥିବା ବେଳେ ସେ କଂଗ୍ରେସରେ ଯୋଗ ଦେଇ ପାରନ୍ତି ବୋଲି ଆଲୋଚନା ହେଉଥିଲା। ଆଉ ଏବେ ସେ ସୋନିଆଙ୍କୁ ସାକ୍ଷାତ୍‌ କରିବା ପରେ ତାଙ୍କ କଂଗ୍ରେସ ଯୋଗଦାନକୁ ନେଇ ଚର୍ଚ୍ଚା ଯୋର ଧରିଛି। ଏଏପିର ଏହି ଗ୍ଲାମରସ ବିଧାୟିକା ଅଧିକାଂଶ ସମୟରେ ଚର୍ଚ୍ଚାରେ ରହି ଥାଆନ୍ତି।

Share