Posted inଖେଳ

ସୋଧି ରୟାଲ୍ସ ସ୍ପିନ୍‌ ବୋଲିଂ ପରାମର୍ଶଦାତା

ଜୟପୁର,୩।୧- ନ୍ୟୁଜିଲାଣ୍ଡ ଲେଗ୍‌ ସ୍ପିନର ଇଶ ସୋଧି ଆଇପିଏଲ୍‌ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସଙ୍କୁ ଦଳର ସ୍ପିନ୍‌ ବୋଲିଂ ପରାମର୍ଶଦାତା ଓ ଅପରେଶନ ଏକ୍‌ଜିକ୍ୟୁଟିଭ ଭାବେ ନିଯୁକ୍ତ କରାଯାଇଛି। ୨୭ ବର୍ଷୀୟ ଲେଗ୍‌ ସ୍ପିନର ରୟାଲ୍ସ ଦଳର ବୋଲିଂ କୋଚ୍‌ ସାଇରାଜ ବାହୁତୁଲେ ଓ ମୁଖ୍ୟ କାର୍ଯ୍ୟକାରୀ ଅଫିସର ଜ୍ୟାକ ଲଶ ମ୍ୟାକକ୍‌ରମଙ୍କ ସହ କାର୍ଯ୍ୟ କରିବେ। ଅନ୍ତର୍ଜାତୀୟ ସ୍ତରରୁ ଅବସର ନେଇ ନ ଥିବା ସ୍ପିନର ଏପର୍ଯ୍ୟନ୍ତ ଦେଶ ପାଇଁ ୪୦ ଟି୨୦ ଖେଳିସାରିଛନ୍ତି। ଗତ ଦୁଇ ସିଜନରେ ସେ ରୟାଲ୍ସ ଦଳର ସଦସ୍ୟ ଥିଲେ। ଉଭୟ ସିଜନରେ ମାତ୍ର ୯ ଉଇକେଟ ହାତେଇଥିଲେ। ସୋଧିଙ୍କୁ ନୂଆ ଭୂମିକାରେ ପାଇ ଆମେ ବହୁତ ଖୁସି। ସେ ଦ୍ୱୈତ ଭୂମିକାରେ ନଜରକୁ ଆସିବେ। ଯୁବ ପ୍ରତିଭା ଚିହ୍ନଟ ଓ ସେମାନଙ୍କ ଉନ୍ନତି ପାଇଁ ସେ କାର୍ଯ୍ୟ କରିବେ ବୋଲି ରୟାଲ୍ସ କ୍ରିକେଟ ମୁଖ୍ୟ ଜୁବିନ ବାରୁଚା କହିଛନ୍ତି। ରୟାଲ୍ସ ଦଳ ସ୍ପିନ୍‌ ବିଭାଗରେ ଲେଗ୍‌ ସ୍ପିନର ମୟଙ୍କ ମାର୍କଣ୍ଡେ, ଅଲରାଉଣ୍ଡର ଅନିରୁଦ୍ଧ ଜୋଷୀ, ଯଶସ୍ବୀ ଜୟସ୍ବାଲ ଓ ମହିପାଲ ଲୋମରୋର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ୍‌ ପ୍ରଶାସନର ବିଚିତ୍ର ନୀତି: ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ ପାଇଁ ରାସ୍ତାରେ ଗାତଖୋଳା

ଲୋଇସିଂହା,୩୧ା୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଞ୍ଚଳର ଅନେକ ସରକାରୀ ଜମି ଜବରଦଖଲକାରୀଙ୍କ କବ୍‌ଜ୍ଜାରେ ରହିଛି। ହେଲେ ଲୋଇସିଂହା ବ୍ଲକ୍‌ ପ୍ରଶାସନ ପକ୍ଷରୁ ଏକ...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri