ସୈଫ୍‌ଙ୍କ ଦ୍ୱିତୀୟ ବିବାହ ଦିନ ଝିଅ ସାରାଙ୍କୁ ଅମୃତା କ’ଣ ଗିଫ୍ଟ କରିଥିଲେ ଜାଣନ୍ତୁ

ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ପିତା ସୈଫ୍‌ଙ୍କ ବିବାହ ଦିନ ମାଆ ଅମୃତା ତାଙ୍କୁ ଗିଫ୍ଟ କରିଥିଲେ ସବୁଠୁ ସୁନ୍ଦର ଲେହେଙ୍ଗା। ଏକଥା ସାରା ନିଜେ କହିଛନ୍ତି।

ଏକ ମାଗାଜିନ୍‌କୁ ସାକ୍ଷାତକାର ଦେଇ ସାରା କହିଛନ୍ତି, ମୋ’ ପିତା ସୈଫ୍‌ ଯେଉଁଦିନ କରୀନା କପୁରଙ୍କୁ ଦ୍ୱିତୀୟ ବିବାହ କଲେ ସେହିଦିନ ମା’ ଅମୃତାଙ୍କୁ ନେଇ ମୁଁ ଲକର ଯାଇ କିଛି ଅଳଙ୍କାର ସେଥିରୁ କାଢ଼ିଥିଲି। ମୋ’ର ମନେଅଛି ମା’ଙ୍କୁ ପଚାରିଥିଲି ମୁଁ କେଉଁ ଜୁଏଲାରୀ ପିନ୍ଧିବି? ମା’ ସାଙ୍ଗେ ସାଙ୍ଗେ ଡିଜାଇନର ଅବୁ ଏବଂ ସନ୍ଦୀପଙ୍କୁ ଫୋନ୍‌ କରି କହିଥିଲେ ସୈଫ ବିବାହ କରୁଛନ୍ତି। ଏହି ଦିନରେ ମୋ’ ଝିଅ ଭଲ ଆଉ ଦାମୀ ଲେହେଙ୍ଗା ପିନ୍ଧିବା ଦରକାର। ସେହି ଅନୁଯାୟୀ ଡିଜାଇନର ଲେହେଙ୍ଗା ପ୍ରସ୍ତୁତ କରିଥିଲେ।
କହିରଖୁଛୁ, ୧୬ ଅକ୍ଟୋବର ୨୦୧୬ରେ ସୈଫ୍‌ କରୀନାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଏକଥା ସାରା ଏବଂ ତାଙ୍କ ଭାଇ ଇବ୍ରାହିମ୍‌ ବହୁବାର ସ୍ବୀକାର ମଧ୍ୟ କରିସାରିଛନ୍ତି।

Share