ସେହି ୪ ମିନିଟ୍‌

ବିଶେଷଭାବରେ କୌଣସି ସିନେମାରେ ଲିପ୍‌-ଲକ୍‌ ସିନ୍‌କୁ ନେଇ ବେଶି ଚର୍ଚ୍ଚା ହୋଇଥାଏ। କିଛି ବର୍ଷ ପୂର୍ବରୁ ଏପରି ଶଟ୍‌ ଦେଇ ମଲ୍ଲିକା ଶେରାଓ୍ବତ ଚର୍ଚ୍ଚିତ ହୋଇଥିଲେ। ହେଲେ ବଲିଉଡ୍‌ରେ ଏପରି କିସ୍‌ ଶଟ୍‌ ପ୍ରଥମେ କେବେ ନିଆଯାଇଥିଲା, ଯାହାର ରେକର୍ଡ ଏବେ ମଧ୍ୟ ବଳବତ୍ତର ରହିଛି। ୧୯୩୩ରେ ନିର୍ମିତ ହୋଇଥିଲା ହିନ୍ଦୀ ସିନେମା ‘କର୍ମା’। ଏହାର ନାୟକ ଭାବରେ ହିମାଂଶୁ ରାୟ ଏବଂ ନାୟିକା ଭୂମିକାରେ ତାଙ୍କର ପତ୍ନୀ ସାଜିଥିବା ଦେବିକା ରାଣୀଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଦୁହିଁଙ୍କୁ ନେଇ ଏକ କିସ୍‌ ଶଟ୍‌ ନିଆଯାଇଥିଲା, ଯାହାର ଅବଧି କେତେ ଥିଲା ଜାଣନ୍ତି ? ଚାରି ମିନିଟ୍‌। ଏହି ଶଟ୍‌କୁ ବଲିଉଡ୍‌ର ସର୍ବାଧିକ ସମୟବିଶିଷ୍ଟ କିସ୍‌ ଶଟ୍‌ ଭାବେ ନିଆଯାଇଛି।

Share