Posted inରାଜ୍ୟ

ସେସୁର ମୋବାଇଲ ଆପ୍‌ ‘ସେସୁ କନେକ୍ଟ’ ଉନ୍ମୋଚିତ: ଘରେ ବସି ଡିଜିଟାଲ ମୋଡରେ ବିଲ ପଇଠ କରି ପାରିବେ ଉପଭୋକ୍ତା

ଭୁବନେଶ୍ୱର,୩।୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ସଂକ୍ରମଣ ଆଶଙ୍କାରେ କେନ୍ଦ୍ର ସରକାର ୩ ପର୍ଯ୍ୟାୟରେ ଲକ୍‌ଡାଉନ ଅବଧି ମେ ୧୭ ତାରିଖ ଯାଏ ବୃଦ୍ଧି କରିଛନ୍ତିି। ମାର୍ଚ୍ଚରୁ ମିଟର ରିଡିଂ କିମ୍ବା ବିଦ୍ୟୁତ୍‌ ବିଲ୍‌ ଉପଭୋକ୍ତାଙ୍କୁ ଦିଆଯାଉ ନାହିଁ। ଫଳରେ ଉପଭୋକ୍ତାମାନେ ସେମାନଙ୍କର ବିଲ୍‌ ପ୍ରଦାନ କରିପାରୁ ନାହାନ୍ତି। ଯାନବାହନ ଚଳାଚଳ ହେଉ ନ ଥିବାରୁ ବିଲ ପଇଠ କରିବା ନେଇ ସମସ୍ୟା ଦେଖାଦେଇଛି। ଏହାକୁ ଦୂର କରିବାକୁ ସେସୁ ପକ୍ଷରୁ ଶୁକ୍ରବାର ମୋବାଇଲ ଆପ୍‌ ‘ସେସୁ କନେକ୍ଟ’ ଆରମ୍ଭ କରାଯାଇଛି। ଏହାକୁ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉନ୍ମୋଚନ କରିଛନ୍ତିି। ଏହି ଆପ୍‌ ଜରିଆରେ ବିଦ୍ୟୁତ୍‌ ଉପଭୋକ୍ତାମାନେ ଘରେ ବସି ଡିଜିଟାଲ ମୋଡରେ ଡେବିଟକାର୍ଡ, କ୍ରେଡିଟ କାର୍ଡ, ନେଟ୍‌ ବ୍ୟାକିଂ, ଭାରତ ବିଲ ପେମେଣ୍ଟ ସିଷ୍ଟମ(ବିବିପିଏସ୍‌) ମାଧ୍ୟମରେ ନିଜର ବିଲ ପଇଠ କରି ପାରିବେ। ଏହାଛଡା ଚଳିତ ମାସର ବିଲ, ଗତ ୬ ମାସରେ କେତେ ବିଦ୍ୟୁତ୍‌ ଖର୍ଚ୍ଚ କରିଛନ୍ତି ଓ କେତେ ବିଲ ଦେଇଛନ୍ତି ସେ ବିଷୟରେ ମଧ୍ୟ ଜାଣି ହେବ। ବିଦ୍ୟୁତ୍‌ ଚୋରି ସମ୍ପର୍କରେ ସୂଚନା ଦେଲେ ଜରିମାନାର ୧୦ ପ୍ରତିଶତ ପୁରସ୍କାର ରାଶି ବିଷୟରେ ମଧ୍ୟ ଏହି ଆପ୍‌ ମାଧ୍ୟମରେ ପାଇପାରିବେ। ସେସୁ ପକ୍ଷରୁ ୨୪ ଘଣ୍ଟିଆ ସେବା ଦିଆଯାଉଥିଲେ ମଧ୍ୟ ମିଟର ରିଡିଂ, ସଂଯୋଗ ଓ ବିଚ୍ଛିନ୍ନ କାର୍ଯ୍ୟ କରାଯାଇ ପାରୁନାହିଁ। ଫଳରେ ଲକ୍‌ଡାଉନ୍‌ ସମୟରେ ସେସୁକୁ କଠିନ ଆର୍ଥିକ ପରିସ୍ଥିତି ଦେଇ ଗତି କରିବାକୁ ପଡୁଛି। ଏଭଳି ପରିସ୍ଥିତିିରେ ଉପଭୋକ୍ତାମାନେ ସାମାଜିକ ଦୂରତ୍ୱ ରକ୍ଷାକରି ବିଲ ପଇଠ କରିବାକୁ ସେସୁ ଅନୁରୋଧ କରିଛି। ଆପ୍‌ ଉନ୍ମୋଚନ ବେଳେ ଶକ୍ତି ସଚିବ ବିଷ୍ଣୁ ପଦ ସେଠୀ ଏବଂ ସେସୁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅରୁଣ ବୋଥ୍ରା ଉପସ୍ଥିିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ଧୁରନ୍ଧର ୨ ଦେଖିବା ପରେ କୋହଲି ଦେଲେ ଏମିତି ପ୍ରତିକ୍ରିୟା: ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ,୭।୪: ରଣବୀର ସିଂହଙ୍କ ଅଭିନୀତ ଧୁରନ୍ଧର ୨ ଇତିହାସ ରଚିଛି। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ଏପର୍ଯ୍ୟନ୍ତ ୧୬୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି। ଏହି…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଗ୍ରାହକକୈନ୍ଦ୍ରିକ ଆଭିମୁଖ୍ୟ ଆମକୁ ସ୍ବତନ୍ତ୍ର କରିଛି: ଜୀବନ କୁମାର ବଡୁ

ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି କ୍ଷେତ୍ରର ଅନ୍ୟତମ ପ୍ରତିଷ୍ଠିତ ସଂସ୍ଥା ଭୁବନେଶ୍ୱରର ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ‘ଓଡ଼ିଶା ଟ୍ରାନ୍ସଫର୍ମର୍ସ ପ୍ରାଇଭେଟ ଲିମିଟେଡ’ (ଓଟିପିଏଲ୍‌) ର ପରିଚାଳନା ନିର୍ଦ୍ଦେଶକ ହେଉଛନ୍ତି ଜୀବନ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ପଶ୍ଚିମ ଏସିଆ ଯୁଦ୍ଧ, ଭାରତରେ ୨୦-୨୫% ମହଙ୍ଗା ହେବ କପଡ଼ା

ନୂଆଦିଲ୍ଲୀ,୭।୪: ପଶ୍ଚିମ ଏସିଆ ଯୁଦ୍ଧ ଏବେ ଭାରତର ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଉଛି। ଖାଦ୍ୟ, ପେଟ୍ରୋଲ ଏବଂ ଗାଡ଼ି ମରାମତି ପରେ ଏବେ କପଡ଼ା…

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଇରାନର ତେଲ ଉପରେ ଟ୍ରମ୍ପଙ୍କ ନଜର!

ତେହରାନ,୭।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ, ଚାଲିଥିବା ସଂଘର୍ଷର ପରିଣାମ ସ୍ବରୂପ, ଆମେରିକା ଇରାନର ତୈଳ ସମ୍ପଦ ଉପରେ ନିୟନ୍ତ୍ରଣ ନେଇପାରେ। ସେ ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri