Categories: ବାଣିଜ୍ୟ

ସେଲ୍‌ରେ ୫% ଅଂଶଧନ ବିକ୍ରି ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୧୦-୨: ଷ୍ଟିଲ ଅଥରିଟି ଇଣ୍ଡିଆ ଲିମିଟେଡ(ସେଲ୍‌)ରେ ୫% ଅଂଶଧନ ବିକ୍ରି କରିବାକୁ ସରକାର ଯୋଜନା କରୁଛନ୍ତି। ଅଫର ଫର ସେଲ ଦ୍ୱାରା ଏହି ଯୋଜନାକୁ ରୂପରେଖ ପ୍ରଦାନ କରାଯିବ। ନିବେଶ ଏବଂ ଲୋକ ସମ୍ପତ୍ତି ପରିଚାଳନା ବିଭାଗ(ଦୀପମ)ର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏଥିଲାଗି ସିଙ୍ଗାପୁର ଏବଂ ହଂକଂରେ ରୋଡ ଶୋ ଆୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। କରୋନା ଭାଇରସ ଲାଗି ହଂକଂ ରୋଡ ଶୋ’ ଏବେ ବାତିଲ କରାଯାଇଛି। ସେଲ୍‌ରେ ସରକାରଙ୍କ ୭୫% ଅଂଶଧନ ରହିଛି। ୨୦୧୪ ଡିସେମ୍ବରରେ ଏହାର ୫% ଅଂଶଧନ ବିକ୍ରି କରାଯାଇଥିଲା।

Share