ସେଲ୍‌ଫି ହେଲା କାଳ: ମହାନଦୀ ବ୍ରିଜ୍‌ରୁ ଖସିପଡ଼ିଲେ ଯୁବକ

ସୋନପୁର,୨୭।୧୨(ନି.ପ୍ର.): ମୋବାଇଲରେ ସେଲ୍‌ଫି ନେବା ଯୁବକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଗୁରୁବାର ସକାଳେ ସୋନପୁର ସହର ପଟାଭାଡି ଅଞ୍ଚଳର ଜିତୁ ନାଏକ(୨୪) ମହାନଦୀ ବ୍ରିଜ୍‌ ଉପରେ ଛିଡା ହୋଇ ସେଲ୍‌ଫି ନେଉଥିଲେ। ତେବେ ଅସାବଧାନତାରୁ ସେ ବ୍ରିଜ୍‌ ତଳକୁ ଖସି ପଡିଥିଲେ। ସୌଭାଗ୍ୟବଶତଃ ଜିତୁ ନଦୀବାଲିରେ ପଡିଥିଲେ। ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି। ପ୍ରଥମେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ଜିତୁଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।