ସେଲ୍‌ଫି ନେଲା ବେଳେ ଯୁବକଙ୍କୁ କଚାଡ଼ିଲା ଦନ୍ତା

କୁଆମରା,୨୮ା୧୨(ଡି.ଏନ୍‌.ଏ.)- ହାତୀ ଦେଖିବାକୁ ଯାଇ ଜଣେ ଯୁବକ ମୋବାଇଲରେ ସେଲ୍‌ଫି ନେବା ବେଳେ ମାଡ଼ି ଆସିଲା ବିପଦ। ୫୦୦ ମିଟର ପର୍ଯ୍ୟନ୍ତ ଗୋଡାଇଲା ଦନ୍ତାହାତୀ। ଶୁଣ୍ଢରେ ତାଙ୍କୁ ଉଠାଇ ଫିଙ୍ଗିଦେଲା କିଛି ଦୂରକୁ । ସୌଭାଗ୍ୟବଶତଃ ହାତୀ ଆକ୍ରମଣରୁ ବର୍ତ୍ତି ଯାଇଥିଲେ ଏହି ଯୁବକ। ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ଅଧୀନ ଜୟପୁର ପଞ୍ଚାୟତର ଦାମାସାହି ଗ୍ରାମ ନିକଟରେ ଶୁକ୍ରବାର ଏହି ଘଟଣା ଘଟିଛି। ସେଲ୍‌ଫି ଉଠାଉଥିବା ଏହି ଯୁବକଙ୍କ ପରିଚୟ ଜଣାପଡ଼ି ନାହିଁ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିିହା ଅଞ୍ଚଳରୁ ୭ଟି ହାତୀ କୁଆମରା ବନାଞ୍ଚଳକୁ ବୁଧବାର ରାତିରେ ପଶି ଆସିଥିଲେ। କଡଦା ଗ୍ରାମର ଚାଷ ଜମିରେ ପଶି ବ୍ୟାପକ କ୍ଷୟକ୍ଷତି କରିଥିଲେ। ଗୁରୁବାର କୁଆମରା ଫରେଷ୍ଟର ଧ୍ରୁବଚରଣ ବସନ୍ତିଆଙ୍କ ତତ୍ତ୍ୱାବଧାନ ଓ ଗ୍ରାମ ଲୋକଙ୍କ ସହାୟତାରେ ହାତୀ ପଲଙ୍କୁ ନୀଳଗିରି ଅଞ୍ଚଳକୁ ଘଉଡାଇ ଦିଆଯାଇଥିଲା। ତେବେ ହାତୀପଲ ନୀଳଗିରି ରେଞ୍ଜ ଅନ୍ତର୍ଗତ କାଠପାଳ ନିକଟରେ ପହଞ୍ଚିବା ବେଳକୁ ଗୋଟିଏ ହାତୀ ଗୋଠଛଡା ହୋଇ ଯାଇଥିଲା। ଦଳର ବାକି ୬ଟି ହାତୀ ପୁଣି ପଛକୁ ଫେରି ଆସି ପୁରୁଣା ଗାଁ ନିକଟରେ ପହଞ୍ଚିଥିଲେ। ତେବେ ରାତିରେ ସାଇଁକୁଳା ରାସ୍ତାରେ ଆସି କଲେଜ ସମ୍ମୁଖରେ ଥିବା ଏକ ଧାନଖଳାରେ ରଖା ଯାଇଥିବା ଧାନବିଡାକୁ ଖାଇ ଯାଇଥିଲେ। ପରେ ଜୟପୁର ପଞ୍ଚାୟତସ୍ଥିତ ଦାମାସାହି ଗ୍ରାମର ଜିତେନ ନାୟକଙ୍କ ଶାଗୁଆନ ବଗିଚାରେ ଶୁକ୍ରବାର ଦିନତମାମ ରହି ଉତ୍ପାତ କରିଥିଲେ। ବାରିପଦା, ଡୁକୁରା ଓ ଉଦଳାରୁ ୪୦ରୁ ଊର୍ଦ୍ଧ୍ୱ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସ୍ଥାନ ଛାଡ଼ି ଯାଇ ନ ଥିଲେ। ଶେଷରେ ସାରେ ବାଣ ଫୁଟାଇବା ସହ ନିଆଁ ହୁଳା ଦେଖାଇବାରୁ ହାତୀ ପଲ ମୁଖ୍ୟ ରାସ୍ତା ପାର ହୋଇ ବିଲ ମଧ୍ୟରେ ପଶି ନୀଳଗିରି ମୁହଁା ହୋଇଥିଲେ। ତେବେ ହାତୀଙ୍କ ପାଇଁ ଖୁଣ୍ଟା- କୁଆମରା ମୁଖ୍ୟ ରାସ୍ତାର ଦାମାସାହି ନିକଟରେ ପ୍ରାୟ ୨/୩ ଘଣ୍ଟା ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ହାତୀ ଦେଖିବାକୁ ଆସିଥିବା ଲୋକଙ୍କ ମଧ୍ୟରୁ ଜଣେ ଯୁବକ ହାତୀ ପାଖକୁ ଯାଇ ନିଜ ମୋବାଇଲରେ ସେଲ୍‌ଫି ନେଉଥିବା ବେଳେ ହାତୀଟି ରାଗି ଯାଇ ତାଙ୍କୁ ଆକ୍ରମଣ କରିଥିଲା, ଯାହାକି ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି

ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩...

ଯୁବକଙ୍କୁ ଇଟାରେ ଛେଚିଛେଚି ନିର୍ମମ ହତ୍ୟା, ରାସ୍ତାପାର୍ଶ୍ୱରେ ପଡ଼ିଛି…

ଉଦଳା,୨୮ା୧୧(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ବଡ଼ଖୁଣ୍ଟା ଗ୍ରାମରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ରାସ୍ତାପାର୍ଶ୍ୱରେ ପଡ଼ିଛି ମୃତଦେହ। ଖୁଣ୍ଟା ଥାନା ଖପରାପାଳ...

ବାଲି ମାଫିଆଙ୍କ ଆକ୍ରମଣରେ ବେତନଟୀ ତହସିଲଦାରଙ୍କ କର୍ମଚାରୀ ଆହତ , ଦୁଇ ଗିରଫ

ବୈଶିଙ୍ଗା,୨୫|୧୧(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ତହସିଲଦାରଙ୍କ ଉପରେ ୧୮ ନଂ ଜାତୀୟ ରାଜପଥର ତୁଳସୀଚଉରା ନିକଟରେ ଚୋରା ବାଲି ଟ୍ରାକ୍ଟରକୁ ଅଟକାଇବା ଘଟଣାରେ ଉତକ୍ଷିପ୍ତ...

ରାଜ୍ୟରେ ବଢ଼ିଲା ବାଘ ସଂଖ୍ୟା, ଶିମିଳିପାଳରେ ଏତିକିରେ ପହଞ୍ଚିଲା…

ବାରିପଦା,୨୫ା୧୧: ଚଳିତବର୍ଷ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଛି। ଏନେଇ ପିସିସିଏଫ୍‌ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା...

ବାରିପଦାରେ ଚାଞ୍ଚଲ୍ୟ: ପୋଖରୀରୁ ମିଳିଲା ନିଖୋଜ ଓକିଲଙ୍କ କାର, ପଚା ଗନ୍ଧରେ …

ବାରିପଦା,୨୪।୧୧(ନୀଳାଦ୍ରି ଦଣ୍ଡପାଟ): ସନ୍ଦେହଜନକ ଅବସ୍ଥାରେ ପୋଖରୀରୁ ନିଖୋଜ ଓକିଲଙ୍କ କାର ଉଦ୍ଧାର କରାଯଇଛି। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା ସାରସକଣା ଝାରପୋଖରିଆ ଥାନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri