Posted inଖେଳ

ସେରେନାଙ୍କ ଟେନିସ୍‌ ଭବିଷ୍ୟତ ନେଇ ସନ୍ଦେହ

ପ୍ୟାରିସ, ୨ା୬-ଶନିବାର ଫ୍ରେଞ୍ଚ ଓପନ ପ୍ରତିଯୋଗିତାର ତୃତୀୟ ରାଉଣ୍ଡରୁ ବିଦାୟ ନେବା ପରେ ସେରେନା ଓ୍ବିଲିୟମ୍ସଙ୍କ ଟେନିସ୍‌ ଭବିଷ୍ୟତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆମେରିକାର ଏହି ଖେଳାଳି ଶନିବାର ନିଜ ଦେଶରୁ ସୋଫିଆ କେନିନ୍‌ଙ୍କଠାରୁ ୬-୨, ୭-୫ ସେଟ୍‌ରେ ହାରିଯାଇଛନ୍ତି। ସେପ୍ଟେମ୍ବରରେ ସେରେନା ୩୮ବର୍ଷ ବୟସରେ ପଦାର୍ପଣ କରିବେ। ୨୦୧୭ରେ ଅଷ୍ଟ୍ରେଲିଆନ ଓପନ ଟାଇଟଲ ପରଠାରୁ କୌଣସି ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଜିତିପାରି ନାହାନ୍ତି, ଯେତେବେଳେ କି ସେ ଗର୍ଭବତୀ ଥିଲେ। ୨୦୧୭ ସେପ୍ଟେମ୍ବରରେ କନ୍ୟା ସନ୍ତାନ ଅଲିମ୍ପିଆ ଆଲେକ୍ସିସ୍‌ଙ୍କୁ ଜନ୍ମ ଦେବା ପରେ ୨୦୧୮ରେ ରୋଲାଣ୍ଡ ଗ୍ୟାରୋସ୍‌ଠାରେ ସେ ଗ୍ରାଣ୍ଡସ୍ଲାମ ଟେନିସ୍‌କୁ ପ୍ରତ୍ୟାାବର୍ତ୍ତନ କରିଥିଲେ। ମାତ୍ର ସେଠାରେ ସେ ପ୍ରି-କ୍ୱାର୍ଟରରୁ ବିଦାୟ ନେଇଥିଲେ। ପ୍ୟାରିସଠାରେ ସେ ୨୦୦୨, ୨୦୧୩ ଏବଂ ୨୦୧୫ ପରେ ଚତୁର୍ଥ ଟାଇଟଲ ଅଭିଯାନରେ ବିଫଳ ହୋଇଛନ୍ତି। ୨୦୧୮ ଓ୍ବିମ୍ବେଲଡନ ଫାଇନାଲରେ ତାଙ୍କୁ ଆଞ୍ଜେଲିକ୍‌ କର୍ବରଙ୍କଠାରୁ ପରାଜିତ ହେବାକୁ ପଡ଼ିଛି। ଜାନୁୟାରୀରେ କାରୋଲିନା ପ୍ଲିସ୍‌କୋଭାଙ୍କ ବିପକ୍ଷ କ୍ୱାର୍ଟରଫାଇନାଲରେ ପରାଜୟ ଦ୍ୱାରା ତାଙ୍କ ଅଷ୍ଟ୍ରେଲିଆନ ଓପନ ଅଭିଯାନ ଶେଷ ହୋଇଥିଲା। ମେଲବୋର୍ନ ପରେ ସେ ତିନୋଟି ଟୁର୍ନାମେଣ୍ଟରେ ଆଘାତଜନିତ କାରଣରୁ ଆଧାରୁ ଓହିଯାଇଛନ୍ତି। ଇଣ୍ଡିଆନ ଓ୍ବେଲ୍ସରେ ଗାର୍ବିନ ମୁଗୁରୁଜା ବିପକ୍ଷ ତୃତୀୟ ରାଉଣ୍ଡ ମ୍ୟାଚରୁ ଓହରିଯାଇଥିଲେ। ସେହିପରି ମାୟାମିଠାରେ ପ୍ରଥମ ରାଉଣ୍ଡରେ ବିଜୟ ହାସଲ ପରେ ଏବଂ ଡାହାଣ ଆଣ୍ଠୁରେ ଆଘାତ ଯୋଗୁ ରୋମ୍‌ରେ ଗୋଟିଏ ରାଉଣ୍ଡ ମ୍ୟାଚ ଜିତିବାପରେ ଓହରିଯାଇଥିଲେ। ଏହା ସତ୍ତ୍ୱେ ୨୩ ଗ୍ରାଣ୍ଡସ୍ଲାମ ବିଜୟିନୀ ଆମେରିକାର ଏହି ଷ୍ଟାର ଖେଳାଳି ଆହୁରି କିଛି ବର୍ଷ ଧରି ଟେନିସ ଖେଳିବେ ବୋଲି ଦୃଢତାର ସହିତ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକଙ୍କ ଘରବାହୁଡା: ଆଜି କଂଗ୍ରେସରେ ସାମିଲ ହେବେ ସାଧୁ ନେପାକ

ବରଗଡ଼,୧୧।୪( ପ୍ରେମାନନ୍ଦ ଖମାରୀ) : ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ ଶନିବାର କଂଗ୍ରେସକୁ ଫେରୁଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧ଟାରେ ସେ ଭୁବନେଶ୍ବରସ୍ଥିତ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri