ସେବା ସମିତି ପକ୍ଷରୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା, ଔଷଧ ବିତରଣ: ସ୍ବାସ୍ଥ୍ୟ ପରୀକ୍ଷା କଲେ ୧୭୦ ଜଣ

ନୂଆଗାଁ,୯।୬(ଡି.ଏନ୍‌.ଏ): ନୟାଗଡ ଜିଲା ସେବା ସମିତି ପକ୍ଷରୁ ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ରବିବାର ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସେବା ସମିତିର ସଭାପତି ଶିବରାମ ମହାପାତ୍ରଙ୍କ ତତ୍ୱାବଧାନରେ ଚଳିତ ମାସ ୨ ତାରିଖଠାରୁ ଆରମ୍ଭ ହୋଇଥିବା ସେବା ମହୋତ୍ସବ ଆନୁକୂଲ୍ୟରେ ଜିଲାର ବିଭିନ୍ନ ସ୍ଥାନରେ ସେବା କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ନବମ ଦିନରେ ଉଦୟପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଏହି ଅବସରରେ ଆଖପାଖ ଅଞ୍ଚଳର ପ୍ରାୟ ୧୭୦ ଜଣ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା କରାଯାଇ ସେମାନଙ୍କୁ ମାଗଣାରେ ଔଷଧ ଦେବା ସହ ନୀରୋଗ ରହିବାର ଉପାୟମାନ ଶିକ୍ଷା ଦିଆ ଯାଇଥିଲା । ଏଥିରେ ଡା. ଅପୂର୍ବ ଜେନା, ଡା. ରାଜେଶ ମିଶ୍ର ଓ ଡା. ରବି ନାରାୟଣ ନନ୍ଦ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଘର ଗ୍ରିଲ୍‌ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ

ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍‌ ହୋଇଛି। ଆଠଜଣ ଡକାୟତ ସୋମବାର...

ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ

ନୟାଗଡ଼,୩୦ା୧୧: ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି...

ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ                   

ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି...

ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ

ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri