ସେବା ସମବାୟ ସମିତିରେ ଅଚଳାବସ୍ଥା

ଖଇରା, ୨।୭(ଡି.ଏନ.ଏ.)-ଭଦ୍ରକ ଏଆରସିଏସ୍‌୍‌ (ଆସିଷ୍ଟାଣ୍ଟ ରେଜିଷ୍ଟର କୋ-ଅପରେଟିଭ ସୋସାଇଟି) ଅଧୀନରେ ଥିବା ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମାଣିତ୍ରୀ ସେବା ସମବାୟ ସମିତିରେ ଅଚଳାବସ୍ଥା ଲାଗି ରହିଛି। ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚାଷୀମାନେ ବିହନ, ସାର ଓ ଋଣ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ସମିତିର ଅବ୍ୟବସ୍ଥା ନେଇ ପରିଚାଳନା ବୋର୍ଡ ସଭାପତି ଇସ୍ତଫା ଦେବା ସତ୍ତ୍ୱେ ବିଭାଗୀୟ କର୍ତ୍ତୃପକ୍ଷ ଏଯାଏ କୌଣସି ପଦକ୍ଷେପ ନ ନେଇ ଉଦାସୀନ ରହିବା ନେଇ ଚାଷୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ଉଲ୍ଲେଖନୀୟ ଯେ, ସମ୍ପାଦକ ନିଯୁକ୍ତକୁ ନେଇ ବିବାଦ ଦେଖାଦେଇ ହାଇକୋର୍ଟକୁ ମାମଲା ଯିବା ପରେ ପଡୋଶୀ ଅନ୍ତରା ସେବା ସମବାୟ ସମିତିର ସମ୍ପାଦକ ସରୋଜକାନ୍ତ ବିଶ୍ୱାଳଙ୍କୁ ୨୦୧୮ ଜୁଲାଇ ୩୧ତାରିଖରେ ମାଣିତ୍ରୀ ସେବା ସମବାୟ ସମିତିର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା ା ଗତ ମାର୍ଚ୍ଚ ମାସରେ ଡାଳୁଅ ଧାନକିଣାକୁ ନେଇ ସମ୍ପାଦକ ଓ ଧାନ ବ୍ୟବସାୟୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଏହାପରେ ଅତିରିକ୍ତ ଦାୟିତ୍ୱରେ ଥିବା ସମ୍ପାଦକ ବିଶ୍ୱାଳ ଗତ ମାର୍ଚ୍ଚ ୮ତାରିଖରୁ ସମିତିକୁ ଆଉ ଆସି ନ ଥିବା ଜଣାପଡିଛି। ଏଥିଲାଗି ଡାଳୁଅ ଧାନକିଣା ଠିକ୍‌ ଭାବେ ହୋଇ ନ ପାରିବାରୁ ୫ ହଜାର କୁଇଣ୍ଟାଲ ଧାନକିଣା ଟାର୍ଗେଟ ଫେରିଯାଇଥିଲା। ବର୍ତ୍ତମାନ ସୁଦ୍ଧା ସ୍ଥାୟୀ ସମ୍ପାଦକ ନିଯୁକ୍ତି ଦିଆଯାଇ ନ ଥିବାରୁ ଖରିଫ ଚାଷ ଲାଗି ଚାଷୀଙ୍କୁ ରିହାତିରେ ଧାନ ବିହନ ଏବଂ ସାର ମିଳିପାରୁନାହିଁ। ପ୍ରତିଦିନ ଚାଷୀମାନେ ସମିତିକୁ ଆସି ନିରାଶ ହୋଇ ଫେରୁଛନ୍ତି। ଏଆରସିଏସ୍‌୍‌ କର୍ତ୍ତୃପକ୍ଷଙ୍କ ଉଦାସୀନତା ପ୍ରତିବାଦରେ ସମିତି ପରିଚାଳନା ବୋର୍ଡ ସଭାପତି ନରେନ୍ଦ୍ର ପଣ୍ଡା ଗତ ମାସ ୧୯ତାରିଖରୁ ନିଜ ପଦବୀରୁ ଇସ୍ତଫା ଦେବା ପରେ ପରିସ୍ଥିତି ଜଟିଳ ହୋଇପଡିଛି। ବିଭାଗୀୟ ଅଧିକାରୀ ଓ ପରିଚାଳନା ବୋର୍ଡ ମଧ୍ୟରେ ସମନ୍ବୟ ଅଭାବ ଯୋଗୁ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏପରିକି ରବି ଋତୁରେ ସ୍ବଳ୍ପ ମିଆଦୀ ଋଣ ନେଇଥିବା ଚାଷୀ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରିବା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଫଳରେ ସେମାନେ ଏକ ପ୍ରତିଶତ ବଦଳରେ ଏବେ ୧୩.୭୫ ପ୍ରତିଶତ ସୁଧ ଦେବାକୁ ବାଧ୍ୟ ହେବେ। ସମ୍ପାଦକ ନ ଥିବା ଆଳରେ ସହ ସମ୍ପାଦକଙ୍କୁ ଆର୍ଥତ୍କ କ୍ଷମତା ଦିଆଯାଇ ନ ଥିବାରୁ ଋଣ ପରିଶୋଧ କରି ନ ପାରି ୯୮୬ ଚାଷୀ ଖିଲାପି ଋଣୀ ତାଲିକାଭୁକ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ସେହିପରି ସମିତି ଅଧୀନରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ ସଞ୍ଚୟ ଜମାରାଶି ଦେଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ା
ବିବାଦ ଓ ଚର୍ଚ୍ଚା ଘେରରେ ରହିଥିବା ମାଣିତ୍ରୀ ସମିତିକୁ ଅନ୍ୟ କୌଣସି ସମିତିର ସମ୍ପାଦକ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିବା କୁହାଯାଉଛି। ଅନ୍ୟପକ୍ଷେ ସମିତି ପରିଚାଳନା ବୋର୍ଡର ସମୟସୀମା ଜୁନ ୩୦ରେ ଶେଷ ହୋଇଯାଇଛି। ନୂତନ ପରିଚାଳନା ବୋର୍ଡ ଗଠନ ଲାଗି ଏଯାଏ କୌଣସି ପଦକ୍ଷେପ ନିଆଯାଇନାହିଁ। ପ୍ରଶାସନିକ ଅବ୍ୟବସ୍ଥା ଯୋଗୁ ଚାଷୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେବା ଚିନ୍ତାର ବିଷୟ ବୋଲି ପୁରୁଖା ଚାଷୀ ରନତ୍ାକର କର କହିଛନ୍ତି ା ୫ମାସ ଧରି ସଭାପତି ବୋର୍ଡ ବୈଠକ ଡକା ନ ଯିବା ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁ ଆଜି ସମିତିର ଏଭଳି ଦୁରବସ୍ଥା ହୋଇଛି ବୋଲି ବୋର୍ଡ ସଭ୍ୟ ଘନଶ୍ୟାମ ବାରିକ କହିଛନ୍ତି ା ଏଆରସିଏସ୍‌୍‌୍‌ର ଜଣେ ଅଧିକାରୀ ଅସହଯୋଗ କରିବା କାରଣରୁ ସମିତିର ସମ୍ପାଦକ ନିଯୁକ୍ତ ଦିଆଯାଇ ପାରି ନ ଥିବା ସମ୍ପ୍ରତି ଇସ୍ତଫା ଦେଇଥିବା ବୋର୍ଡର ପୂର୍ବତନ ସଭାପତି ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ା ଏ ସମ୍ପର୍କରେ ଏଆରସିଏସ୍‌ ସ୍ବାତିବାଳା ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ସମିତିର ଅଚଳାବସ୍ଥା ପାଇଁ ପରିଚାଳନା ବୋର୍ଡ ଅନେକାଂଶରେ ଦାୟୀ। ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଖୁବ୍‌ ଶୀଘ୍ର ସେଠାରେ ସମ୍ପାଦକ ପଦବୀରେ ନିଯୁକ୍ତି ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ରତ୍ନଭଣ୍ଡାରକୁ ନେଇ ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ: ୫ରୁ ୬ ମାସ ଭିତରେ…

ଭୁବନେଶ୍ୱର,୨୪।୧୨: ରତ୍ନଭଣ୍ଡାର ଗଣତିମଣତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ। ସେ କହିଛନ୍ତି, ଖୁବଶୀଘ୍ର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା

ମୋରଡ଼ା,୨୪ା୧୨(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ବ୍ଲକର ମୁଖ୍ୟ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମୁକ୍ତି...

ଜେଲ୍‌ରେ କଏଦୀଙ୍କ ଆନ୍ଦୋଳନ

ସୁନ୍ଦରଗଡ଼,୨୪।୧୨: ସୁନ୍ଦରଗଡ଼ ଜେଲ ଅଧୀକ୍ଷକଙ୍କ ବିରୋଧରେ କଏଦୀମାନେ ବୁଧବାର ଆନ୍ଦୋଳନ କରିଛନ୍ତି। ବିଭିନ୍ନ ଦାବି ନେଇ ୫୦୦ରୁ ଊଦ୍ଧର୍‌ବ କଏଦୀ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜେଲରେ...

ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ

ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...

ବଡ଼ଦିନରୁ ଥରିବ ଓଡ଼ିଶା

ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri