Categories: ଜାତୀୟ

ସେପ୍ଟେମ୍ବରରେ ଏକାଠି ବୈଠକ କରିବେ ଆର୍‌ଏସ୍‌ଏସ୍‌-ଭାଜପା

ନୂଆଦିଲ୍ଲୀ,୨।୮: ରାଜସ୍ଥାନର ପୁଷ୍କରରେ ଆସନ୍ତା ସେପ୍ଟେମ୍ବର ୭-୯ ମଧ୍ୟରେ ଆର୍‌ଏସ୍‌ଏସ୍‌ ଓ ଭାଜପା ମଧ୍ୟରେ ଏକ ୩ ଦିନିଆ ବୈଠକ ଆୟୋଜନ କରାଯିବ ବୋଲି ସୂଚନା ମିଳିଛି। ଏଥିରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଓ ଭାଜପା କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯକ୍ରମରେ ଆହୁରି କେତେଜଣ ବରିଷ୍ଠ ନେତା ମଧ୍ୟ ଯୋଗ ଦେଇପାରନ୍ତି । ଆଗାମୀ କାର୍ଯ୍ୟକ୍ରମକୁ ନେଇ ଏହି ବୈଠକରେ ସମୀକ୍ଷା କରାଯିବ ବୋଲି ଆଲୋଚନା କରାଯାଉଛି। ଏହାସହ ଅଗାମୀ ନିର୍ବାଚନକୁ ନେଇ ମଧ୍ୟ କୌଣସି ବଡ ନିଷ୍ପତ୍ତି ନିଆଯାଇ ପାରେ ବୋଲି ଆଲୋଚନା ହେଉଛି।

Share