Categories: ଜାତୀୟ

ସେନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ: ଜଣେ ଯବାନ ଶହୀଦ, ୩ ଆହତ

ଶିମଲା,୨୩।୮: ହିମାଚଳ ପ୍ରଦେଶରେ ଶୁକ୍ରବାର ଏକ ସେନା ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଏଥିର ଥିବା ଜଣେ ଯବାନ ଶହୀଦ ହେବା ସହ ଅନ୍ୟ ୩ ଆହତ ହୋଇଥିବା ସୂଚନା ମିଳିଛି। ଏମାନେ ଶିମଲାର ଥିଓଗ ଅଞ୍ଚଳରେ ଥିବା ଗାଲୁ ଓ ଲାମ୍ବିଧର ମଧ୍ୟରେ ଯାତ୍ରା କରୁଥିବା ସମୟରେ ଗାଡ଼ିଟି ରାସ୍ତା ତଳକୁ ଖସି ପଡିବାରୁ ଦୁର୍ଘଟଣା ଘଟିଥିଲା। ତେବେ ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Share