ସେନା କର୍ମଚାରୀଙ୍କ କଲ୍ୟାଣ ଲାଗି ଏକ ପ୍ରୟାସ

ସେନା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ୧୯୪୯ରୁ ପ୍ରତିବର୍ଷ ୭ ଡିସେମ୍ବରରେ ସଶସ୍ତ୍ର ସେନା ପତାକା ଦିବସ ଭାରତରେ ପାଳନ କରାଯାଉଛି। ଦେଶର ଏକତା ଓ ଅଖଣ୍ଡତା ଲାଗି ଶହୀଦ ହୋଇଥିବା ଯବାନମାନଙ୍କୁ ବି ଏହି ଦିନ ସ୍ମରଣ କରାଯାଏ। ଭାରତୀୟ ସଶସ୍ତ୍ର ସେନା କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ଏହି ଦିବସରେ ପାଣ୍ଠି ସଂଗ୍ରହ କରାଯାଇଥାଏ।
ଭାରତ ସ୍ବାଧୀନ ହେବା ପରେ ସେନା କର୍ମଚାରୀଙ୍କ କଲ୍ୟାଣ ପାଇଁ ୨୮ ଅଗଷ୍ଟ , ୧୯୪୯ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଏକ କମିଟି ଗଠନ କରାଯାଇ ପ୍ରତିବର୍ଷ ୭ ଡିସେମ୍ବରରେ ପତାକା ସଶସ୍ତ୍ର ସେନା ଦିବସ ପାଳନ କରିବା ଲାଗି ସ୍ଥିର କରିଥିଲେ। ଏହି ଦିବସ ଅବସରରେ ଲୋକମାନଙ୍କୁ ପତାକା ବଣ୍ଟନ କରାଯାଇ ତା’ବଦଳରେ ଦାନ ସଂଗ୍ରହ କରିବାର ଉଦ୍ଦେଶ୍ୟ ନିହିତ ଥିଲା। ଭାରତର ସାଧାରଣ ନାଗରିକମାନେ ସେନା ଯବାନମାନଙ୍କ ପରିବାର ପ୍ରତି ଯନତ୍ବାନ ହେବା ଦେଖାଯାଉଥିବାରୁ ଏହି ଦିବସର ଗୁରୁତ୍ୱ ରହିଆସିଛି। କାର୍ଯ୍ୟରତ ତଥା ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଯୁଦ୍ଧରେ ଶହିଦ କିମ୍ବା ଆହତଙ୍କ ପରିବାରର ପୁନର୍ବାସ ଓ କଲ୍ୟାଣ ଉକ୍ତ ଦିବସର ମୁଖ୍ୟ ଲକ୍ଷ୍ୟ। ଲୋକମାନଙ୍କୁ ପତାକା ବଣ୍ଟନ କରାଯାଇ ଫଣ୍ଡ୍‌ ସଂଗ୍ରହ କରାଯାଏ। ଏହା ଏକ ପ୍ରକୃଷ୍ଠ ଦିନ ଯେଉଁଥିରେ କାର୍ଯ୍ୟରତ ଓ ଅବସରପ୍ରାପ୍ତ ବୟସ୍କ ଯବାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯିବା ସହ ଶହୀଦମାନଙ୍କୁ ସ୍ମରଣ କରାଯାଏ।
ସଶସ୍ତ୍ର ସେନା ଦିବସରେ ଭାରତର ସ୍ଥଳସେନା, ବାୟୁସେନା ଓ ନୌସେନା ପକ୍ଷରୁ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯାଇଥାଏ। ମନୋରଞ୍ଜନ କାର୍ଯ୍ୟକ୍ରମ ସହ ନାଟକ ବି ପରିବେଷଣ ହୋଇଥାଏ। ଦେଶର ସୁରକ୍ଷା ନିଶ୍ଚିତ କରିବା ଲାଗି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ଅବଗତ କରାଯାଏ। ଦେଶରେ ନାଲି, ଗାଢ଼ ନୀଳ ଓ ଫିକା ନୀଳ ରଙ୍ଗର ଛୋଟ ଛୋଟ ପତାକା ଏବଂ କାର୍‌ ପତାକା ବଣ୍ଟାଯାଇ ତା’ବଦଳରେ ଦାନ ସଂଗ୍ରହ କରାଯାଇଥାଏ। ପ୍ରଥମେ ପ୍ରତିରକ୍ଷା ମନ୍ତ୍ରଣାଳୟ କମିଟି ଦ୍ୱାରା ଫ୍ଲାଗ ଡେ’ ଫଣ୍ଡ୍‌ ( ପତାକା ଦିବସ ପାଣ୍ଠି) ୧୯୪୯ରେ ଗଠନ କରାଯାଇଥିଲା। ୧୯୯୩ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆର୍ମଡ ଫୋର୍ସ ଫ୍ଲାଗ୍‌ ଡେ’ ଫଣ୍ଡ୍‌ ପୁଣି ଗଠନ କରିଥିଲେ ଯାହା ଏବେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri