Categories: ଜାତୀୟ

ସେନାରେ ୭୮ ହଜାର ପଦବୀ ଖାଲି: ୩ ବର୍ଷରେ ୨୧ ଶହ ଅଫିସର ଛାଡ଼ିଛନ୍ତି ଚାକିରି

ନୂଆଦିଲ୍ଲୀ,୨।୭: ଭାରତୀୟ ସେନାରେ ୭୮ ହଜାର ୨ଶହ ୯୧ ପଦବୀ ଖାଲି ପଡ଼ିଛି। ସେଥିମଧ୍ୟରେ ୯ ହଜାର ୪ ଶହ ୨୭ ଅଫିସର ପଦବୀ ରହିଛି। ସେହିପରି ୨୦୧୬ରୁ ୨୦୧୮ ମଧ୍ୟରେ ୨୧ ଶହ ଅଫସର ବିଭିନ୍ନ କାରଣରୁ ଚାକିରି ଛାଡ଼ିଛନ୍ତି। ରାଜ୍ୟ ସଭାରେ ଏକ ପ୍ରଶ୍ନର ଉତ୍ତରରେ ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାଇକ ଏହି ସୂଚନା ଦେଇଛନ୍ତି। ଭାରତୀୟ ସେନାରେ ଭର୍ତ୍ତି ପାଇଁ ଯୁବବର୍ଗଙ୍କ ମଧ୍ୟରେ ସଚେତନତା ସୃଷ୍ଟି କାର୍ଯ୍ୟ ଜାରି ରହିଥିବା ସେ ପ୍ରକାଶ କରିଛନ୍ତି।

Share