Categories: ଜାତୀୟ

ସେନାରେ ସାମିଲ ହେଲେ ଶହୀଦ ଯବାନଙ୍କ ଭାଇ

ନୂଆଦିଲ୍ଲୀ,୨୩।୭: ପ୍ରାୟ ବର୍ଷେ ତଳେ ଶହୀଦ ହୋଇଥିବା ଯବାନ ଔରଙ୍ଗଜେବଙ୍କ ୨ ସାନ ଭାଇ ସେନାରେ ସାମିଲ ହୋଇଛନ୍ତି। ଗତବର୍ଷ ଜୁନ୍‌ରେ ଆତଙ୍କବାଦୀମାନେ ଔରଙ୍ଗଜେବଙ୍କୁ ଅପହରଣ କରି ହତ୍ୟା କରିଥିଲେ। ସେତେବେଳେ ସେ ଇଦ ପାଳନ କରିବାକୁ ଘରକୁ ଆସୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା। ଏବେ ବର୍ଷକ ପରେ ତାଙ୍କ ଭାଇ ମହମ୍ମଦ ତାରିକ ଓ ମହମ୍ମଦ ଶବ୍ବିର ସେନାରେ ଯୋଗ ଦେଇଛନ୍ତି। ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତ୍‌କାରରେ ଶବ୍ବିର କହିଛନ୍ତି ଏମାନେ ଦେଶର ରକ୍ଷା କରିବା ସହ ଭାଇଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ସେନାରେ ଯୋଗ ଦେଇଛନ୍ତି। ଔରଙ୍ଗଜେବଙ୍କ ମା’ ଗୋଟିଏ ପୁଅକୁ ହରାଇ ଅନ୍ୟ ଦୁଇ ପୁଅଙ୍କୁ ଦେଶସେବା ଲାଗି ପଠାଇ ଥିବାରୁ ଗର୍ବ ଅନୁଭବ କରିଥିବା କହିଛନ୍ତି।

Share