Categories: ଜାତୀୟ

ସେନାଧ୍ୟକ୍ଷ ବିପିନ ରାଓ୍ବତଙ୍କ ସହ କଥା ହେଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୦।୧୦: ପାକିସ୍ତାନ ରବିବାର ତଙ୍ଗଧାର ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ପରେ ଭାରତୀୟ ସେନା ଏହାର କଡା ଜବାବ ଦେଇଛନ୍ତି। ଏହାପରେ ସୀମାର ସ୍ଥିତିକୁ ନେଇ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସେନାମୁଖ୍ୟ ବିପିନ ରାଓ୍ବରଙ୍କ ସହ କଥା ହୋଇଛନ୍ତି। ସେ କହିଛନ୍ତି ଘାଟିର ସମସ୍ତ ଘଟଣା ତାଙ୍କୁ ଅପଡେଟ୍‌ କରିବାକୁ। କାହିଁକିନା ପ୍ରତିରକ୍ଷାମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହା ଉପରେ ନଜର ରଖିଛନ୍ତି। ସୂଚନାଯୋଗ୍ୟ, ରବିବାର ଭାରତୀୟ ସେନାଙ୍କ ପାଲଟା ଆକ୍ରମଣରେ ପ୍ରାୟ ୪ଟି ଆତଙ୍କବାଦୀ ଶିବିର ନଷ୍ଟ ହେବା ସହ ପାକିସ୍ତାନର ବହୁ କ୍ଷତି ଘଟିଛି।

Share