Categories: ବାଣିଜ୍ୟ

ସେଣ୍ଟ୍ରାଲ ବ୍ୟାଙ୍କ ମୁଖ୍ୟ ସତର୍କତା ଅଧିକାରୀଙ୍କ ସମ୍ବଲପୁର ଗସ୍ତ

ଭୁବନେଶ୍ୱର,୨୬-୫: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ମୁଖ୍ୟ ସତର୍କତା ଅଧିକାରୀ ପର୍ଶୁରାମ ପଣ୍ଡା ପ୍ରଥମଥର ଲାଗି ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଣ୍ଡା ବ୍ୟାଙ୍କରେ ହେଉଥିବା ଠକାମୀ ଏହାର ନିବାରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିଭଳି କେଉଁ ପରିସ୍ଥିତିରେ ଠକାମୀ ଘଟୁଛି ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସିଭିସି ଗାଇଡଲାଇନ ଲାଗୁ କରିବା ପାଇଁ ସେ କହିଥିଲେ। କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ପ୍ରବନ୍ଧକ ପି.ସୁରେଶ, ରାୟପୁର ଭିଜିଲାନ୍ସ ଜୋନାଲ ଅଫିସର ମୁଖ୍ୟ ପ୍ରବନ୍ଧକ ମନୋଜ କୁମାର ପତି ଏବଂ ବ୍ୟାଙ୍କର ବ୍ୟାଙ୍କର ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Share