ସୂର୍ଯ୍ୟ ପର୍ଯ୍ୟବେକ୍ଷଣ ମହାକାଶ ଯାନ

”ସୂର୍ଯ୍ୟ ଅଭିଯାନରେ ଅନେକ ମହାକାଶ ଯାନ
ଯିବା ସତ୍ତ୍ୱେ ସୂର୍ଯ୍ୟଙ୍କୁ ନେଇ କେତେକ ଦ୍ୱନ୍ଦ୍ୱ ଦୂର ହୋଇନାହିଁ । ସୌର ପରିମଣ୍ଡଳର ସର୍ବଶେଷ ସ୍ତରକୁ କୋରୋନା
କୁହାଯାଏ । ଏହା କେବଳ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ ସମୟରେ ଖାଲି ଆଖିକୁ ଦେଖାଯାଏ। ଏହାର ତାପମାତ୍ରା ହେଉଛି ପ୍ରାୟ ୧ଲକ୍ଷ ଡିଗ୍ରୀ ସେଲ୍‌ସିୟସ୍‌ । ସୂର୍ଯ୍ୟପୃଷ୍ଠରେ ଥିବା ସ୍ତରକୁ ଆଲୋକ ମଣ୍ଡଳ ବା ଫଟୋସ୍ପିଅର୍‌ କୁହାଯାଏ। ଏହାର ତାପମାତ୍ରା ହେଉଛି ୬ ହଜାର ଡିଗ୍ରୀ ସେଲ୍‌ସିୟସ୍‌।“

ସୂର୍ଯ୍ୟ ହେଉଛି ସୌର ଜଗତର ମୁଖ୍ୟ। ଏହାକୁ କେନ୍ଦ୍ରକରି ୮ ଗ୍ରହ, ୫ ବାମନ ଗ୍ରହ, ଅନେକ ଗ୍ରହାଣୁ ଓ ଧୂମକେତୁ ପରିକ୍ରମଣ କରୁଛନ୍ତି। ପୃଥିବୀରେ ଜୀବଜଗତ ଗଢ଼ି ଉଠିବା ମୂଳରେ ରହିଛି ସୂର୍ଯ୍ୟ। ପୁନଶ୍ଚ ପୃଥିବୀ ପାଇଁ ସୂର୍ଯ୍ୟ ହେଉଛି ସକଳ ଶକ୍ତିର ଆଧାର। ଜ୍ୟୋତିର୍ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ବିଶ୍ୱର କୋଟି କୋଟି ନକ୍ଷତ୍ର ମଧ୍ୟରୁ ସୂର୍ଯ୍ୟ ହେଉଛି ଗୋଟିଏ। ଏହା ହେଉଛି ଆମର ନିକଟତମ ନକ୍ଷତ୍ର। ଦୂର ନକ୍ଷତ୍ର ପାଖକୁ ମହାକାଶ ଯାନ ପଠାଇବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇନାହିଁ। ଏଣୁ ସୂର୍ଯ୍ୟ ପାଖକୁ ମହାକାଶ ଯାନ ପଠାଇ ନକ୍ଷତ୍ର ସମ୍ବନ୍ଧରେ ଜାଣିବା ପାଇଁ ଚେଷ୍ଟା କରାଯାଉଛି।
୧୯୫୦ ଦଶକର ଶେଷ ଭାଗରୁ ୧୯୭୦ ଦଶକ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକାର ପାୟୋନିୟର ପର୍ଯ୍ୟାୟର କେତୋଟି କୃତ୍ରିମ ଉପଗ୍ରହ ସୂର୍ଯ୍ୟ ଓ ଅନ୍ତଃଗ୍ରହଗୁଡ଼ିକ ଉପରେ ଅଧ୍ୟୟନ କରିଥିଲେ। ୧୯୬୨ରୁ ୧୯୭୮ ମସିହା ମଧ୍ୟରେ ଆମେରିକା ଦ୍ୱାରା ପ୍ରେରିତ ପୃଥିବୀ ପ୍ରଦକ୍ଷିଣକାରୀ କେତେକ ଉପଗ୍ରହ ସୂର୍ଯ୍ୟର ପୂରା ସୌରଚକ୍ର ସମୟରେ ଏହାର ଅତିବାଇଗଣୀ, ଏକ୍ସ-ରଶ୍ମି ଓ ଗାମା ରଶ୍ମି ବିକିରଣ ଉପରେ ଅଧ୍ୟୟନ କରିଥିଲା। ଏହି ଉପଗ୍ରହର ନାମ ଥିଲା ‘ପ୍ରଦକ୍ଷିଣକାରୀ ସୌର ପର୍ଯ୍ୟବେକ୍ଷଣାଗାର’। ଆମେରିକା ଓ ପଶ୍ଚିମ ଜର୍ମାନୀ ମିଳିତ ଭାବରେ ହେଲିଅସ୍‌-୨ ଯାନକୁ ୧୯୭୬ ମସିହାରେ ସୂର୍ଯ୍ୟ ଅଭିମୁଖେ ପଠାଇଥିଲେ ଏବଂ ଏହା ସୂର୍ଯ୍ୟଠାରୁ ୪୩ ନିୟୁତ କି.ମି. ଦୂର ପର୍ଯ୍ୟନ୍ତ ଯାଇପାରିଥିଲା।
ଆମେରିକାର ସୋଲାର ମାକ୍ସିମମ୍‌ ମିଶନ ମହାକାଶ ଯାନ ସୂର୍ଯ୍ୟରେ ଅଧିକ ସୌରକଳଙ୍କ ଥିବା ସମୟରେ ସୌର ଶିଖା ଓ ଅନ୍ୟ ସୌର କ୍ରିୟାକଳାପକୁ ଅଧ୍ୟୟନ କରିବା ପାଇଁ ମହାକାଶକୁ ପଠାଯାଇଥିଲା। ଜାପାନ, ଆମେରିକା ଓ ଇଂଲଣ୍ଡର ମିଳିତ ଚେଷ୍ଟାରେ ସୌରଶିଖାର ଉଚ୍ଚଶକ୍ତି ବିଶିଷ୍ଟ ବିକିରଣକୁ ଅଧ୍ୟୟନ କରିବା ପାଇଁ ୧୯୯୧ ମସିହାରେ ୟୋକୋହୋ ମହାକାଶ ଯାନ ପଠାଯାଇଥିଲା।
ୟୁରୋପୀୟ ମହାକାଶ ସଂସ୍ଥା ଓ ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ଉଦ୍ୟମରେ ୧୯୯୫ ମସିହାରେ ସୂର୍ଯ୍ୟକୁ ଅଧ୍ୟୟନ କରିବା ପାଇଁ ସୋହୋ ଯାନକୁ ଉତ୍‌କ୍ଷେପଣ କରାଯାଇଥିଲା। ଏହା ମୂଳରୁ ଦୁଇବର୍ଷ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ୨୫ ବର୍ଷରୁ ଅଧିକ ସମୟ ଧରି ନିରନ୍ତର କାର୍ଯ୍ୟ କରୁଛି। ଏହାର କାର୍ଯ୍ୟକାରିତାକୁ ୨୦୨୦ ମସିହା ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହା ସୂର୍ଯ୍ୟର ଆଭ୍ୟନ୍ତରୀଣ ଗଠନ, କୋରୋନା, ସୌରବାୟୁ, ସୌରକଳଙ୍କ ଏବଂ ସୂର୍ଯ୍ୟରୁ ନିର୍ଗତ ଉପପରମାଣିକ କଣିକା ସ୍ରୋତକୁ ଅଧ୍ୟୟନ କରୁଛି। ଏହା ସୂର୍ଯ୍ୟ ଅଧ୍ୟୟନ ସହ ୩ ହଜାରରୁ ଅଧିକ ଧୂମକେତୁକୁ ଆବିଷ୍କାର କରିଛି।
ସୂର୍ଯ୍ୟ ଅଭିଯାନରେ ଅନେକ ମହାକାଶ ଯାନ ଯିବା ସତ୍ତ୍ୱେ ସୂର୍ଯ୍ୟଙ୍କୁ ନେଇ କେତେକ ଦ୍ୱନ୍ଦ୍ୱ ଦୂର ହୋଇନାହିଁ। ସୌର ପରିମଣ୍ଡଳର ସର୍ବଶେଷ ସ୍ତରକୁ କୋରୋନା କୁହାଯାଏ। ଏହା କେବଳ ପୂର୍ଣ୍ଣଗ୍ରାସ ସୂର୍ଯ୍ୟୋପରାଗ ସମୟରେ ଖାଲି ଆଖିକୁ ଦେଖାଯାଏ। ଏହାର ତାପମାତ୍ରା ହେଉଛି ପ୍ରାୟ ୧ ଲକ୍ଷ ଡିଗ୍ରୀ ସେଲ୍‌ସିୟସ୍‌। ସୂର୍ଯ୍ୟପୃଷ୍ଠରେ ଥିବା ସ୍ତରକୁ ‘ଆଲୋକ ମଣ୍ଡଳ’ ବା ଫଟୋସ୍ପିଅର୍‌ କୁହାଯାଏ। ଏହାର ତାପମାତ୍ରା ହେଉଛି ୬ ହଜାର ଡିଗ୍ରୀ ସେଲ୍‌ସିୟସ୍‌। ଏଣୁ ଏକ କମ୍‌ ଉତ୍ତପ୍ତ ଅଞ୍ଚଳରୁ ଅଧିକ ଉତ୍ତପ୍ତ ଅଞ୍ଚଳକୁ ଉତ୍ତାପ ପରିବାହିତ ହେବା ହେଉଛି ପଦାର୍ଥ ବିଜ୍ଞାନ ନିୟମର ବହିର୍ଭୂତ।
ସୂର୍ଯ୍ୟର ଅନ୍ୟ ଏକ ଅଜଣା ତଥ୍ୟ ହେଉଛି ସୌରବାୟୁର ଉତ୍ପତ୍ତି ଓ ଏହାର ତ୍ୱରଣ। ବିଦ୍ୟୁତ୍‌ ଚାର୍ଜଯୁକ୍ତ (ପ୍ରୋଟୋନ୍‌, ଇଲେକ୍‌ଟ୍ରନ୍‌ ଓ ଅନ୍ୟ କଣିକା) ସୌରବାୟୁ କୋରୋନା ଅଞ୍ଚଳରୁ ତୀବ୍ର ବେଗରେ ସମଗ୍ର ସୌରଜଗତକୁ ପ୍ରସାରିତ ହୋଇଥାଏ। ଏହି ତ୍ୱରଣ ପାଇଁ କିଏ ଦାୟୀ? ଏହା ଏ ପର୍ଯ୍ୟନ୍ତ ଅଜଣା ରହିଛି।
ଏହିସବୁ ତଥ୍ୟ ପାଇବା ପାଇଁ ମହାକାଶ ଯାନ ସୂର୍ଯ୍ୟର ଯେତେ ନିକଟତର ହେବ, ତାହା ସେତେ ଅଧିକ ଫଳପ୍ରଦ ହେବ। କିନ୍ତୁ ସୂର୍ଯ୍ୟର ତାପମାତ୍ରା ଏବଂ ସେଥିରୁ ନିର୍ଗତ ସୌରବାୟୁକୁ ସହ୍ୟ କରିପାରିବା ଭଳି ଯାନ ଡିଜାଇନ୍‌ ହେବା ଆବଶ୍ୟକ। ଯୁକ୍ତରାଷ୍ଟ୍ର ଆମେରିକା ୨୦୧୮ ଅଗଷ୍ଟ ୧୨ ତାରିଖରେ ସୂର୍ଯ୍ୟ ଅଭିମୁଖେ ‘କାର୍କର ସୋଲାର ପ୍ରୋବ୍‌’ ଯାନ ଉତ୍‌କ୍ଷେପଣ କରିଛି ଏବଂ ଏହା ବର୍ତ୍ତମାନ ସୂର୍ଯ୍ୟକୁ ପରିକ୍ରମଣ କରି ଚିତ୍ର ଓ ତଥ୍ୟ ପଠାଉଛି। ଏହା ସୂର୍ଯ୍ୟକୁ ୨୪ ଥର ପରିକ୍ରମଣ କରିବ ଏବଂ ପ୍ରତ୍ୟେକ ପରିକ୍ରମଣରେ ଏହା ପୂର୍ବ ପରିକ୍ରମଣ ଅପେକ୍ଷା ସୂର୍ଯ୍ୟର ଅଧିକ ନିକଟତର ହେବ। ୨୦୨୫ ମସିହାରେ ଏହି ଅଭିଯାନର ଶେଷ ବେଳକୁ ଏହାର ୨୪ତମ ପରିକ୍ରମଣରେ ଏହା ସୂର୍ଯ୍ୟଠାରୁ ୬ ନିୟୁତ କି.ମି. ଦୂରତା ମଧ୍ୟରେ ରହିଥିବ। ସେତେବେଳକୁ ଏହାର ବେଗ ଘଣ୍ଟା ପ୍ରତି ୬,୯୦,୦୦୦ କି.ମି. (ଆଲୋକ ବେଗର ୦.୦୬୪ ପ୍ରତିଶତ) ହୋଇଥିବ। ୫୫୫ କି.ଗ୍ରା. ଓଜନର ଏହି ଯାନ ଓ ଅଭିଯାନ ପାଇଁ ମୋଟ ୧.୫ ବିଲିୟନ ଡଲାର ଖର୍ଚ୍ଚ ହୋଇଛି। ଏହା ହେଉଛି ଆମେରିକାର ପ୍ରଥମ ମହାକାଶ ଯାନ, ଯାହା ଜୀବିତ ଥିବା ଜଣେ ବ୍ୟକ୍ତିଙ୍କ ସମ୍ମାନାର୍ଥେ ନାମିତ ହୋଇଛି। ଶିକାଗୋ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ୯୨ ବର୍ଷର ଜ୍ୟୋତି ପଦାର୍ଥ ବିଜ୍ଞାନୀ ଇୟୁଜିନ୍‌ ନିଉମାନ୍‌ ପାର୍କରଙ୍କ ନାମରେ ଏହା ନାମିତ ହୋଇଛି। ସେ ୧୯୫୦ ଦଶକର ମଧ୍ୟଭାଗରେ ସୌରବାୟୁ ତତ୍ତ୍ୱର ବିକାଶ କରିଥିଲେ ଏବଂ ସୌର ଚୁମ୍ବକୀୟ କ୍ଷେତ୍ରର କୁଣ୍ଡଳାକାର ଆକୃତିର ପୂର୍ବାନୁମାନ କରିଥିଲେ।
ପାର୍କ ସୋଲାର ପ୍ରୋବ୍‌ ୨୦୨୦ ଜାନୁୟାରୀରେ ସୂର୍ଯ୍ୟଠାରୁ ୧୮.୭ ନିୟୁତ କି.ମି. ଦୂରରେ ପରିକ୍ରମଣ କରିଥିଲା। କୌଣସି ଯାନ ସୂର୍ଯ୍ୟର ନିକଟତର ହେବାରେ ଏହା ହେଉଛି ପ୍ରଥମ ଯାନ। ଏହା କୋରୋନା, ସୌରବାୟୁ ଓ ଏହାର ତ୍ୱରଣର ଉତ୍ସ ଏବଂ ଚୁମ୍ବକୀୟ କ୍ଷେତ୍ରକୁ ଅଧ୍ୟୟନ କରୁଛି। ଏଥିପାଇଁ ଏହା ପାଞ୍ଚଟି ପ୍ରମୁଖ ପରୀକ୍ଷା କରିବ। ଏହା ଦେହରେ ୬ଟି ଶକ୍ତିଶାଳୀ ଯନ୍ତ୍ର ଖଞ୍ଜାଯାଇଛି। ପ୍ରଥମ ଦୁଇଥର ପରିକ୍ରମଣ ପରେ ଏହା ପଠାଇଥିବା ତଥ୍ୟକୁ ଭିତ୍ତିକରି ୨୦୧୯ ଡିସେମ୍ବର ୪ ତାରିଖରେ ଚାରିଟି ଗବେଷଣାତ୍ମକ ନିବନ୍ଧ ପ୍ରକାଶ ପାଇଛି। ଏଥିରେ ସୂର୍ଯ୍ୟର ଚୁମ୍ବକୀୟ କ୍ଷେତ୍ରର ଦିଗ ଓ ସାମର୍ଥ୍ୟକୁ ଦର୍ଶାଯାଇଛି। ଏହି ପ୍ରୋବ୍‌ ସୌରବାୟୁ ମଣ୍ଡଳରେ ପ୍ରାୟ ୧ ହଜାର ଚୁମ୍ବକୀୟ ତରଙ୍ଗକୁ ପର୍ଯ୍ୟବେକ୍ଷଣ କରି ଏହି ତଥ୍ୟ ପଠାଇଛି। ଏଥିରୁ ଜଣାପଡ଼ିଛି ଯେ, ସୌରବାୟୁର ତ୍ୱରଣ ପାଇଁ ଏହି ଚୁମ୍ବକୀୟ ତରଙ୍ଗ ହେଉଛି ଦାୟୀ। ଏହା ସୌରବାୟୁର ବେଗକୁ ଘଣ୍ଟା ପ୍ରତି ୪,୮୦,୦୦୦ କି.ମି. ପର୍ଯ୍ୟନ୍ତ ବୃଦ୍ଧି କରିଥାଏ ଏବଂ କେତେକ କ୍ଷେତ୍ରରେ ଏହା ସ୍ଥାନୀୟ ଚୁମ୍ବକୀୟ କ୍ଷେତ୍ରର ଦିଗକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଇଥାଏ। ପ୍ରୋବ୍‌ର କାର୍ଯ୍ୟକାଳ ଶେଷ ବେଳକୁ ଆମେ ସୂର୍ଯ୍ୟ ସମ୍ବନ୍ଧରେ ଥିବା ଦ୍ୱନ୍ଦ୍ୱାତ୍ମକ ତଥ୍ୟକୁ ସ୍ପଷ୍ଟ କରିପାରିବା ବୋଲି ଆଶା।
ଭାରତ ଏହି ବର୍ଷ ସୂର୍ଯ୍ୟ ପର୍ଯ୍ୟବେକ୍ଷଣ ପାଇଁ ଆଦିତ୍ୟ ଏଲ୍‌-୧ ମହାକାଶ ଯାନ ପଠାଇବା ନିମନ୍ତେ ଯୋଜନା କରିଛି। ୪୦୦ କି.ଗ୍ରା. ଓଜନର ଏହି ଯାନ ଭୂପୃଷ୍ଠରୁ ୮୦୦ କି.ମି. ଉଚ୍ଚରେ ପୃଥିବୀ କକ୍ଷରେ ଅବସ୍ଥାପିତ ହୋଇ ସୂର୍ଯ୍ୟର କୋରୋନାକୁ ପର୍ଯ୍ୟବେକ୍ଷଣ କରିବ।

ଇଂ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବି ହାର, ଫେଜ୍‌-୧, ଭୁବନେଶ୍ୱର,ମୋ: ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri