ସୂର୍ଯ୍ୟ ଗଣନାଟ୍ୟରୁ ଅପେରା ସୂର୍ଯ୍ୟମନ୍ଦିର

ଓଡ଼ିଆ ଯାତ୍ରା ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଲିଜା ପଣ୍ଡା। ଜନ୍ମ ଜଗତସିଂହପୁରର ନହରଣା। ବାପା ସୁଧାକର ଶତପଥୀ ଥିଲେ ଜଣେ କଳାକାର। ତାଙ୍କରି ପ୍ରେରଣା ହିଁ ତାଙ୍କୁ ଅଭିନୟ ଜଗତକୁ ଟାଣିଆଣିଲା। ୨୦୦୭ ମସିହାରେ ସେ ପ୍ରଥମେ ଆସିଲେ ଅନୁଗୋଳର ‘ସୂର୍ଯ୍ୟ ଗଣନାଟ୍ୟ’କୁ। ଅବଶ୍ୟ ସେ ଯାତ୍ରାକୁ ଆସିବେ ବୋଲି କୌଣସି ସ୍ବପ୍ନ ଦେଖି ନ ଥିଲେ। ତେବେ ଦିନେ ତାଙ୍କ ଘରେ ଯାଇ ପହଞ୍ଚତ୍ଗଲେ ନାଟ୍ୟକାର ମନୋଜ ପଣ୍ଡା ଓ ଖଳନାୟକ ଦିବାକର। ସେତେବେଳେ ନୂଆକରି ‘ସୂର୍ଯ୍ୟ ଗଣନାଟ୍ୟ’ ଆରମ୍ଭ ହେଉଥାଏ। ସେମାନେ ଲିଜାଙ୍କୁ କହିଲେ ‘ସୂର୍ଯ୍ୟ ଗଣନାଟ୍ୟ’ରେ ଯୋଗ ଦେବାକୁ। ଅଭିନୟ ପ୍ରତି ତ ରୁଚିଥିଲା। ପୁଣି ତାଙ୍କ ଦ୍ୱାରା ଭଲ ଅଭିନୟ ବି ହେଉଥିଲା। ବାସ୍‌, ସେ ‘ସୂର୍ଯ୍ୟ ଗଣନାଟ୍ୟ’ରେ ଯୋଗଦେଲେ। ସେଇଠୁ ଚାଲିଛନ୍ତି ଯେ ଏବେ ଆସି ପହଞ୍ଚତ୍ନ୍ତି ‘ଅପେରା ସୂର୍ଯ୍ୟମନ୍ଦିର’ରେ। ଇତିମଧ୍ୟରେ ଲିଜା ଯାତ୍ରା ଜଗତରେ ୧୨ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତାଇ ସାରିଲେଣି। ‘ସୂର୍ଯ୍ୟ ଗଣନାଟ୍ୟ’ ପରେ ପରେ ସେ ‘ତାରାପୁର’, ‘ଧଉଳି’, ‘ପାର୍ବତୀ’, ‘ବିଶ୍ୱଦରବାର’, ‘ଗୌରୀ’, ‘କଳିଙ୍ଗ’ ଆଦି ଗଣନାଟ୍ୟରେ ଅଭିନୟ ସାରି ଚଳିତବର୍ଷ ଆସି ପହଞ୍ଚତ୍ଛନ୍ତି ‘ଅପେରା ସୂର୍ଯ୍ୟମନ୍ଦିର’ରେ। ସେ ଅଭିନୟ କରିଥିବା ସଫଳ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଗାନ୍ଧୀ ଫେରୁଛନ୍ତି’, ‘ଲକ୍ଷେ ଟଙ୍କିଆ ବୋହୂ’, ‘ବେଶ୍ୟା ପାଳୁଛି ସାବିତ୍ରୀ ବ୍ରତ’, ‘ମୋ ଠିକଣା ମୋତେ ଅଜଣା’, ‘ଠିକଣା ହଜିଛି ଜଗା ଭାଇର’, ‘ମୋତେ ଭୁଲିଯିବୁ ତତେ ମୋ ରାଣ’ ଏବଂ ଆହୁରି ଅନେକ। ଚଳିତବର୍ଷ ‘ଅପେରା ସୂର୍ଯ୍ୟମନ୍ଦିର’ରେ ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ‘ମାୟାବିନୀ ମୌସୁମୀ’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ଭିତିରି କଥା’ ଏବଂ ‘ପ୍ରେମିକାର ନଁା ଚନ୍ଦ୍ରଭାଗା’।

ଯାତ୍ରା ଜଗତରେ ଲିଜା ଜଣେ ନେଗେଟିଭ୍‌ ନାୟିକା ଭାବରେ ଜଣାଶୁଣା। ଦର୍ଶକମାନେ ବି ତାଙ୍କୁ ପସନ୍ଦ କରିଛନ୍ତି। ତେବେ ତାଙ୍କର ପସନ୍ଦ ହେଉଛି ପଜିଟିଭ୍‌ ଭୂମିକା। ଚଳିତ ବର୍ଷ ତାଙ୍କୁ ସେ ସୁଯୋଗ ଦେଇଛନ୍ତି ଲୋକପ୍ରିୟ ନାଟ୍ୟକାର ତଥା ପରିଚାଳକ ବଙ୍କିମ୍‌ ସ୍ବାଇଁ। ‘ଭିତିରି କଥା’ ନାଟକରେ ସେ ସେହିଭଳି ଏକ ପଜିଟିଭ୍‌ ଭୂମିକାରେ ଆସିଛନ୍ତି ଯେଉଁଥିରେ ତାଙ୍କୁ ତାଙ୍କର ଦକ୍ଷତା ଦେଖେଇବାର ଭରପୂର ସୁଯୋଗ ମିଳିଛି। ଏଥିରେ ତାଙ୍କ ଚରିତ୍ରର ନଁା ହେଉଛି ‘ଦୀପିକା’।

Share