‘ସୂର୍ଯ୍ୟବଂଶୀ’ ଶୁଟିଂରେ ବ୍ୟସ୍ତ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ଅକ୍ଷୟ କୁମାର ବର୍ତ୍ତମାନ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ‘ସୂର୍ଯ୍ୟବଂଶୀ’ର ଶୁଟିଂ ପାଇଁ ବ୍ୟସ୍ତ ଅଛନ୍ତି। ସେ ନିଜେ ସେଠାରେ ଷ୍ଟଣ୍ଟ୍‌ ଶୋ କରୁଥିବାବେଳେ ଅତୀତର ଆବେଗପୂର୍ଣ୍ଣ ଅନୁଭୂତି ମନେପଡୁଛି ବୋଲି ପ୍ରକାଶ କରିଛନ୍ତି। ୫୧ବର୍ଷ ବୟସ୍କ ଅକ୍ଷୟ ଉକ୍ତ ଫିଲ୍ମରେ ଅଭିନୟ ପୂର୍ବରୁ କମ୍ବାଟ ସ୍ପୋର୍ଟ ‘ମୁଏ ଥାଇ’ ଶିକ୍ଷା କରିଥିଲେ। ବ୍ୟାଙ୍କକ୍‌ ଜନପଥରେ ସେ ନିଜେ ଷ୍ଟଣ୍ଟ୍‌ କରି ଯେଉଁ ଆନନ୍ଦ ପାଉଛନ୍ତି ତାହା ତାଙ୍କ ପାଇଁ ସ୍ବତନ୍ତ୍ର ବୋଲି ସେ କହିଛନ୍ତି।
ରୋହିତ ଶେଟ୍ଟିଙ୍କ ନିର୍ଦ୍ଦେଶିତ ସୂର୍ଯ୍ୟବଂଶୀ ହେଉଛି ଫିଲ୍ମ ନିର୍ମାତାଙ୍କ ପ୍ରଯୋଜନା ସଂସ୍ଥା କପ୍‌ ୟୁନିଭର୍ସର ଚତୁର୍ଥ ଫିଲ୍ମ। ପୂର୍ବରୁ ନିର୍ମାଣ ହୋଇଥିବା ଅନ୍ୟ ୩ଟି ଫଲ୍ମ ହେଉଛି ‘ସିଂଘମ୍‌’, ‘ସିଂଘମ୍‌ ରିଟର୍ନସ’ ଏବଂ ‘ଶିମ୍ବା’। ଉକ୍ତ ଫିଲ୍ମରେ ଅକ୍ଷୟଙ୍କ ସହ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି କ୍ୟାଟ୍ରିନା କୈଫ୍‌। ଉକ୍ତ ଫିଲ୍ମର ମିଳିତ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରୋହିତ ଶେଟ୍ଟି ପିକ୍ଚରେଜ୍‌ ସମେତ ଧର୍ମ ପ୍ରଡକ୍ସନ୍ସ ଏବଂ କେପ୍‌ ଅଫ୍‌ ଗୁଡ ଫିଲ୍ମସ।

Share