ସୂଚନା ଫଳକରେ ସ୍ବର୍ଗତଙ୍କ ନଁ।, ନମ୍ବର

ବଅଁରପାଳ, ୧୯ା୬(ଡି.ଏନ.ଏ.)

ଅନୁଗୋଳ ଜିଲା ନାଲ୍‌କୋ ଟାଉନଶିପ୍‌ ଥାନାକୁ ମଡେଲ ବା ଆଦର୍ଶ ଥାନା କରାଯାଇଛି। ହେଲେ ଏହା କେମିତିକା ଆଦର୍ଶ ହୋଇପାରିଛି ତାହା ଥାନାର ସୂଚନା ଫଳକକୁ ଦେଖି ଅଭିଯୋଗକାରୀମାନେ ଜାଣିପାରୁଛନ୍ତି। ଥାନା କାନ୍ଥରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲଗାଯାଇଥିବା ସୂଚନା ଫଳକରେ ଯେଉଁ କର୍ମଚାରୀଙ୍କ ନାମ ଓ ମୋବାଇଲ ନମ୍ବର ଉଲ୍ଲେଖ ରହିଛି ସେଥିରୁ ୧୦ ଜଣଙ୍କର ଦୀର୍ଘଦିନ ହେବ ବଦଳି ହୋଇସାରିଛି। ଏପରି କି ଅନ୍ୟଜଣେ କର୍ମଚାରୀଙ୍କ ବଦଳି ସହ ସ୍ବର୍ଗବାସ ମଧ୍ୟ ଘଟିସାରିଛି। କିନ୍ତୁ ଏଯାଏ ମୃତ ଓ ବଦଳି କର୍ମଚାରୀଙ୍କ ନାମ କି ନମ୍ବର ଫଳକରୁ ହଟାଯାଇ ନାହିଁ। ଫଳରେ ଥାନାକୁ ଅଭିଯୋଗ ନେଇ ଆସୁଥିବା ଲୋକେ ଏହି ଫଳକ ଦେଖି ଦ୍ୱନ୍ଦ୍ୱରେ ପଡୁଥିବା ଅଭିଯୋଗ ହେଉଛି।
ଆଦର୍ଶ ନାଲ୍‌କୋ ଥାନାର ଅଧିକାରୀ ଓ ଅନ୍ୟ କର୍ମଚାରୀଙ୍କୁ ଯେପରି ସହଜରେ ଯୋଗାଯୋଗ କରି ଜନସାଧାରଣ ସହାୟତା ପାଇପାରିବେ ସେଥିପାଇଁ ଥାନା ବାହାରେ ଫଳକ ଲଗାଯାଇଛି। ଏଥିରେ ପୋଲିସ କର୍ମଚାରୀଙ୍କ ନାମ, ପଦବୀ ସହ ଫୋନ ନମ୍ବର ରହିଛି। ମୋଟ୍‌ ୨୪ ଜଣଙ୍କ ତଥ୍ୟ ଉକ୍ତ ଫଳକରେ ଥିବାବେଳେ ସେଥିରୁ ୧୦ ଜଣଙ୍କ ଅନ୍ୟତ୍ର ବଦଳି ହୋଇଯାଇଥିବା ଜଣାପଡିଛି। ହେଲେ ଏ ପର୍ଯ୍ୟନ୍ତ ଫଳକରୁ ସେମାନଙ୍କ ବାବଦରେ ସୂଚନା ହଟାଯାଇନାହିଁ। ସେହିପରି ଅନ୍ୟଜଣେ ପୋଲିସ କର୍ମଚାରୀଙ୍କ ବଦଳି ସହ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲେ ମଧ୍ୟ ପୂର୍ବଭଳି ତାଙ୍କ ନାମ, ପଦବୀ, ଫୋନନମ୍ବର ଉଲ୍ଲେଖ ରହିଛି। ଏପରିକି ପୂର୍ବରୁ ଏଠାରେ ଥିବା ଆଇଆଇସି ସରୋଜିନୀ ସାମ୍ବଡଙ୍କ ଦୀର୍ଘ ଦିନ ତଳୁ ଅନୁଗୋଳ ବଦଳି ହୋଇଥିବା ସତ୍ତ୍ୱେ ତାଙ୍କ ନାମ ପୂର୍ବପରି ଫଳକରେ ରହିଛି। ଏଏସ୍‌ଆଇ ବ୍ରହ୍ମାନନ୍ଦ ସାହୁ, କର୍ମଚାରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ, ଜ୍ଞାନ ରଞ୍ଜନ ପ୍ରଧାନ, ମମତା ନାୟକ, ମଦନମୋହନ ପ୍ରଧାନ, ଗିରିଶ ମହାନ୍ତି, ଜୟନ୍ତ ବେହେରା, ମିନତୀ ତ୍ରିପାଠୀ, କୁନ୍ତଳା କିଷାନ, ରଞ୍ଜିତ ନାୟକ ପ୍ରମୁଖଙ୍କ ଅନ୍ୟସ୍ଥାନକୁ ବଦଳି ହୋଇସାରିଛି। ହେଲେ ସେମାନଙ୍କ ସହ ମୃତ କନଷ୍ଟେବଳ ବସନ୍ତ ଗାଗରାଇଙ୍କ ନାମ ହଟାଯାଇ ନାହିଁ କି ନୂତନ ଆଇଆଇସି ବିନ୍ଦୁବାସିନୀ ବିଶ୍ୱାଳଙ୍କ ସହ ଯୋଗ ଦେଇଥିବା ଅନ୍ୟ କର୍ମଚାରୀଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ। ଫଳରେ ଥାନାରେ ବର୍ତ୍ତମାନ କେଉଁ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ତାହା ଠିକ୍‌ ଭାବେ ଲୋକେ ଜାଣି ନ ପାରି ହଇରାଣ ହେଉଛନ୍ତି। ଖୁବ୍‌ଶୀଘ୍ର ଏପରି ତ୍ରୁଟି ସୁଧାରି ନୂତନ ଫଳକ ଲଗାଯିବ ବୋଲି ଥାନା ଆଇଆଇସି ବିନ୍ଦୁବାସିନୀ ବିଶ୍ୱାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଚର୍ଚ୍ଚା: ମା’ ପାଟଣେଶ୍ବରୀଙ୍କ ମନ୍ଦିରରେ କେଭି-କଳିକେଶ, ଏକାଠି ବସିଲେ ହୋମଯଜ୍ଞ କଲେ

ବଲାଙ୍ଗୀର,୫।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଇଷ୍ଟଦେବି ମାଁ ପାଟଣେଶ୍ବରୀଙ୍କ ମନ୍ଦିରକୁ ଶହେ ପଚାଶ ବର୍ଷ (୧୫୦) ପୂରଣ ହୋଇଛି । ତେଣୁ ଯାକଜମକରେ ଦେବାଳୟ ଐତିହ୍ୟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ମିଳିବ ଫାଇଦା, ଏମାନେ ହେବେ ଉପକୃତ….

ଭୁବନେଶ୍ୱର,୫।୧: ଭାରତ-ଆମେରିକା ନୂତନ ବାଣିଜ୍ୟ ଚୁକ୍ତିରୁ ଓଡ଼ିଶାକୁ ଫାଇଦା। ଏନେଇ ଗୁରୁବାର ଏକ୍ସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ସାମୁଦ୍ରିକ…

ପରିବା ବିକ୍ରି ପାଇଁ ଯାଉଥିଲେ ଦମ୍ପତି, ଅଟୋ ଓଲଟି ଚାଲିଗଲା ମହିଳାଙ୍କ ଜୀବନ

ନନ୍ଦପୁର,୫।୨( ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଥାନା ଅଧୀନ କେଚଲା ରାସ୍ତାର ନାରଜିପୁଟ ଗ୍ରାମ ନିକଟରେ ଦୁର୍ଘଟଣା । ନିଜ ଅଟୋରେ ଦମ୍ପତି…

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ, ଛୁଟି ନମିଳିବାରୁ…

ନୟାଗଡ଼,୫।୨(ଲୋକନାଥ ମିଶ୍ର): ନୟାଗଡ଼ର ଏପିଆର କନଷ୍ଟେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁନୀଲ ସେଠୀ । ଗୁରୁବାର ସେ ରିଜର୍ଭ ପୋଲିସ କ୍ୟାମ୍ପସରେ ଜୀବନ ହାରିଥିବା ସୂଚନା…

ଯଖପୁରା ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ମୃତାହତ…

ଯାଜପୁର,୫।୨: ଯାଜପୁର ରୋଡ୍ ଷ୍ଟେଶନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ । ଯଖପୁରା ଷ୍ଟେଶନ ନିକଟରେ ଟ୍ରାକରୁ ଖସିଛି ୩ଟି ବଗି । ଆରମ୍ଭରୁ ଦୁଇଟି…

ମିଳିନି ୪ମାସର ଭତ୍ତା, ଜିଲାପାଳଙ୍କୁ ଭେଟିଲେ ବୃଦ୍ଧାବୃଦ୍ଧ

ନୟାଗଡ଼,୫।୨(ଲୋକନାଥ ମିଶ୍ର): ୪ମାସ ଧରି ଭତ୍ତା ନ ପାଇବାରୁ ନୟାଗଡ଼ ବ୍ଲକ ବାଲୁଗଁା ଓ ଲାଠିପଡା ଗ୍ରାମର ବୃଦ୍ଧାବୃଦ୍ଧ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।…

ରାଜସ୍ବ ବିଭାଗର ବଡ଼ ନିଷ୍ପତ୍ତି, ଏଣିକି ଓଡ଼ିଆ ନାମ ଅନୁସାରେ ଲେଖାଯିବ ଜିଲାର ଇଂରାଜୀ ନାମ

ଭୁବନେଶ୍ବର,୫।୨: ରାଜ୍ୟର ୭ଟି ଜିଲାର ଇଂରାଜୀ ନାଁ ସଂଶୋଧନ କରିବେ ରାଜ୍ୟ ସରକାର । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି ।…

ମହାନଦୀ ଜଳ ବିବାଦ: ଓଡ଼ିଶା ଚାହୁଁଛି କେନ୍ଦ୍ର ମଧ୍ୟସ୍ଥତା

ଭୁବନେଶ୍ୱର,୫ା୨(ରବିନାରାୟଣ ଜେନା):ମହାନଦୀ ଜଳ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହା ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବା ସମୟସାପେକ୍ଷ। ତେଣୁ ମଧ୍ୟସ୍ଥ ଜରିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri