ସୂଚନା କେନ୍ଦ୍ରକୁ ଯୋଡ଼ିଲା ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌: ହଜିଲା ଲୋକଙ୍କ ସୂଚନା ପାଇଲେ ପରିଜନ

ପୁରୀ ଅଫିସ,୧୪।୭: ମହାପ୍ରଭୁଙ୍କ ଘୋଷଯାତ୍ରା ଦେଖିବା ଲାଗି ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁ ପୁରୀକୁ ଆସିଥାନ୍ତି। ରଥଯାତ୍ରାଠୁ ନୀଳାଦ୍ରିବିଜେ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଗହଳି ଚହଳି ଲାଗିଥାଏ। ଏହି ଭିଡ଼ ଭିତରେ ବେଳେବେଳେ ଅନେକେ ନିଜ ସମ୍ପର୍କୀୟଙ୍କଠାରୁ ହାତଛଡ଼ା ହୋଇଯାନ୍ତି। ଗହଳି ଭିତରେ ସେମାନଙ୍କୁ ପୁଣି ପରିଜନଙ୍କ ସହ ମିଶାଇବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥାଏ। ପ୍ରତିବର୍ଷ ଏହି ସମୟରେ ଶହ ଶହ ସଂଖ୍ୟାରେ ଲୋକ ଶ୍ରୀକ୍ଷେତ୍ରରେ ହଜନ୍ତି ଏବଂ ପୁଣି ପରିବାର ସହ ମିଶିଥାନ୍ତି। ଏଥିପାଇଁ ଜିଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ସ୍ଥାନରେ ସୂଚନା କେନ୍ଦ୍ରମାନ ଖୋଲାଯାଇଥାଏ। ଏମିତି ବି ଅନେକ ଲୋକ ଦୀର୍ଘଦିନ ଧରି ପରିବାରଠୁ ଅଲଗା ହେବାର ନଜିର ରହିଛି। ଚଳିତବର୍ଷ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏକ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ କରାଯାଇଛି । ଫଳରେ ବିଭିନ୍ନ ସ୍ଥାନରୁ ହଜିଯାଇଥିବା ଲୋକଙ୍କୁ ଖୁବ୍‌ଶୀଘ୍ର ସେମାନଙ୍କ ସମ୍ପର୍କୀୟଙ୍କ ପାଖରେ ପହଞ୍ଚାଇବା ସମ୍ଭବ ହୋଇପାରୁଛି। ରଥଯାତ୍ରାଠାରୁ ସୁନାବେଶ ଏହି ୧୦ଦିନ ମଧ୍ୟରେ ପ୍ରାୟ ୧ ହଜାରରୁ ଅଧିକ ଲୋକଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ଜିମା ଦିଆଯାଇଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୁରୁବୀର ସିଂ କହିଛନ୍ତି।
ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୂଚନା ମୁତାବକ, ଚଳିତ ବର୍ଷ ରଥଯାତ୍ରା ପାଇଁ ୧୧ଟି ସ୍ଥାନ ସିଂହଦ୍ୱାର, ଜଗନ୍ନାଥ ବଲ୍ଲଭ, ବଳଗଣ୍ଡି, ବଡ଼ଶଙ୍ଖ, ମୁକ୍ତାକାଶ ରଙ୍ଗମଞ୍ଚ, ସୁଭାଷ ବୋଷ ଛକ, ଦିଗବାରେଣୀ, ପାନ୍ଥ ଭବନ, ତାଳବଣିଆ ଏବଂ ରେଳଷ୍ଟେଶନରେ ସୂଚନା କେନ୍ଦ୍ର ଖୋଲାଯାଇଛି। ସବୁ କେନ୍ଦ୍ରକୁ ଏକାଠି ଯୋଡ଼ିବା ଲାଗି ଆଇ ଆଣ୍ଡ୍‌ ପିଆର୍‌ ଇନଫର୍ମେଶନ ସେଣ୍ଟର ନାମରେ ଏକ ହ୍ବାଟ୍‌ସ ଆପ୍‌ ଗ୍ରୁପ୍‌ କରାଯାଇଛି। ଅର୍ଥାତ୍‌ କୌଣସି ଗୋଟିଏ କେନ୍ଦ୍ରରେ କେହି ହଜିଥିବା ବ୍ୟକ୍ତି ପହଞ୍ଚତ୍ଲେ କିମ୍ବା ତାଙ୍କୁ ପହଞ୍ଚାଗଲେ ସଙ୍ଗେ ସଙ୍ଗେ ଏହି ଗ୍ରୁପ୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଫଟୋ ଏବଂ ଠିକଣା ପୋଷ୍ଟ କରାଯାଏ। ଫଳରେ ସବୁ କେନ୍ଦ୍ରରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଘୋଷଣା କରାଯିବା ସହ ତାଙ୍କ ଫଟୋ ପ୍ରଦର୍ଶନ କରାଯାଏ। ଯଦି କେହି ବ୍ୟକ୍ତି ବା ଶିଶୁ ପରିବାରଠୁ ଅଲଗା ହୋଇ କୌଣସି କେନ୍ଦ୍ରରେ ପହଞ୍ଚନ୍ତି ଏବଂ ତାଙ୍କ ସମ୍ପର୍କୀୟ ଅନ୍ୟ ଯେ କୌଣସି କେନ୍ଦ୍ରରେ ଯାଇ ପଚାରନ୍ତି ତେବେ ତୁରନ୍ତ ଉଭୟଙ୍କ ମଧ୍ୟରେ ଯୋଗାଯୋଗ ହୋଇପାରୁଛି।
ଚଳିତବର୍ଷ ଶିଶୁ ଓ ବରିଷ୍ଠ ନାଗରିକ ଅଧିକ ସଂଖ୍ୟାରେ ହଜୁଥିବା ବିଭିନ୍ନ କେନ୍ଦ୍ରରୁ ମିଳିଥିବା ତଥ୍ୟରୁ ଜଣାପଡ଼ିିଛି। ଏ ସମ୍ପର୍କରେ ସିଂ କହିଛନ୍ତି, ପ୍ରତିଦିନ ଗୋଟିଏ କେନ୍ଦ୍ରରେ ୨୫ରୁ ୩୦ ଏହିଭଳି ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ହଜାରରୁ ଅଧିକ ହଜିବା ଲୋକଙ୍କ ପଞ୍ଜୀକରଣ ହୋଇଛି। ସମସ୍ତେ ତାଙ୍କ ସମ୍ପର୍କୀୟଙ୍କୁ ପାଇପାରୁଛନ୍ତି। ଏମିତିକି ବୟସ୍କ ବ୍ୟକ୍ତି ହୋଇ ଥିଲେ ନିଜେ ଆସୁଛନ୍ତି ନଚେତ୍‌ ଛୋଟପିଲା ହୋଇଥିଲେ ତାଙ୍କୁ ଗହଳି ଭିତରୁ କେହି ଆଣି କେନ୍ଦ୍ରରେ ପହଞ୍ଚାଉଛନ୍ତି। ସେହିପରି ଅଧିକାଂଶ ବରିଷ୍ଠ ନାଗରିକ ବି ଆସୁଛନ୍ତି। ଅନେକ ଛୋଟ ପିଲା ତାଙ୍କ ଠିକଣା ସମ୍ପର୍କରେ କହିପାରୁନାହାନ୍ତି। କିନ୍ତୁ ଏହି ଗ୍ରୁପ୍‌ ମାଧ୍ୟମରେ ସଙ୍ଗେସଙ୍ଗେ ବିଭିନ୍ନ କେନ୍ଦ୍ରକୁ ସୂଚନା ଦିଆଯିବା ସହ ସେମାନଙ୍କ ଫଟୋ ପ୍ରଦର୍ଶନ କରାଯାଉଛି। ଏହିଭଳି ଅନେକ ଶିଶୁ, ବରିଷ୍ଠ ନାଗରିକଙ୍କୁ ସେମାନଙ୍କ ସମ୍ପର୍କୀୟଙ୍କ ଜିମା ଦିଆଯାଇଛି। ଏମିତି କି ଜଣେ ନବବଧୂ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଥିଲେ। ତାଙ୍କ ସ୍ବାମୀ ସିଂହଦ୍ୱାର ସୂଚନାକେନ୍ଦ୍ରରେ ବିବାହ ସମୟର ଏକ ଫଟୋ ଦାଖଲ କରିଥିଲେ। ଏହି ଫଟୋ ଅନ୍ୟାନ୍ୟ କେନ୍ଦ୍ରରେ ପହଞ୍ଚତ୍ବା ପରେ ସବୁ କେନ୍ଦ୍ରରୁ ଘୋଷଣା କରାଯାଇଥିଲା। ପ୍ରାୟ ୨ଘଣ୍ଟା ପରେ ତାଙ୍କ ସ୍ତ୍ରୀ ସିଂହଦ୍ୱାର ସୂଚନା କେନ୍ଦ୍ରରେ ପହଞ୍ଚତ୍ଥିଲେ । ସେହିପରି ଛୋଟ ପିଲାଙ୍କ ହସ୍ତାନ୍ତର ପାଇଁ କେତେକ ନିର୍ଦ୍ଦିଷ୍ଟ ନିୟମ ରହିଛି। ହଜି ଯାଇଥିବା ପିଲାର ଅଭିଭାବକ ପହଞ୍ଚତ୍ଲେ ବି ଚାଇଲ୍ଡ ଲାଇନ ପକ୍ଷରୁ ଆବଶ୍ୟକ କାଗଜପତ୍ର କାମ କରାଯାଇ ପିଲାଙ୍କୁ ହସ୍ତାନ୍ତର କରାଯାଉଛି । ଏଥିପାଇଁ ପ୍ରତି କେନ୍ଦ୍ରରେ ଚାଇଲ୍ଡ ଲାଇନ ସଦସ୍ୟ ରହିଛନ୍ତି। ଏମିତି ବି ଅନେକ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି, କାହାର ପକେଟମାର ହୋଇଛି ତ ପୁଣି କେହି ଘର ଲୋକଙ୍କଠାରୁ ଅଲଗା ହୋଇଯିବା ପରେ ବେସାହାରା ହୋଇପଡ଼ିିଛନ୍ତି। ଏହିଭଳି କେତେକ ଲୋକଙ୍କ ଖାଇବା ପିଇବା ବ୍ୟବସ୍ଥା କରାଯିବା ସହ ଟିକେଟ କାଟି ବସ୍‌ ଯୋଗେ ତାଙ୍କ ଗଁାକୁ ପଠାଯାଇଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସିଂ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

ଭାଜପାର ପ୍ରତିଷ୍ଠା ଦିବସ, ଖଲ୍ଲିକୋଟ ବିଧାୟକ…

ପୁରୁଷୋତ୍ତମପୁର,୬ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଠାରେ ଆଛୁଲି ମଣ୍ଡଳ ପକ୍ଷରୁ ଭାଜପାର ୪୭ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ରାଜ୍ଯକାର୍ଯ୍ଯକାରିଣୀ…

ଭଗବାନ ମୁଦୁଲିଙ୍କୁ ଗୁରୁଦାୟିତ୍ୱ: ଉନ୍ନୟନ ପରିଷଦ ଅଧ୍ୟକ୍ଷ ମନୋନୀତ

ନନ୍ଦପୁର,୬।୪(ତୁଷାର କାନ୍ତ ମହାନ୍ତି): ରାଜ୍ୟ ସରକାର ରାଜ୍ୟର ୨୩ ଆଦିବାସୀ ବହୁଳ ଜିଲା ନିମନ୍ତେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ନବ କଳେବର କରି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କ…

କୂଅରେ ପଡି ଚାଲିଗଲା ଶିକ୍ଷକଙ୍କ ଜୀବନ, ପକ୍ଷାଘାତ ରୋଗ….

ଗୁଣପୁର,୬।୪(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ପୌର ପରିଷଦ ଅନ୍ତର୍ଗତ ଶିବ ଶକ୍ତି ନଗରରେ ଅଭାବନୀୟ ଘଟଣା । କୂଅରେ ପଡି ଶିକ୍ଷକଙ୍କ ମୃତ୍ୟୁ । ମୃତ…

ରନ୍ଧନ ଗ୍ୟାସ୍‌ ବିକ୍ରି କଟକଣା: ଛାତ୍ରୀଛାତ୍ର, କର୍ମଜୀବୀ, ଶ୍ରମିକ ଚିନ୍ତାରେ

ଖୋଲା ବଜାରରେ ଖୁଚୁରାରେ ବିକ୍ରି ହେଉଥିବା ରନ୍ଧନ ଗ୍ୟାସ୍‌ ଆଉ ମିଳିବ ନାହିଁ। ହିତାଧିକାରୀ ଠିକ୍‌ ସମୟରେ ଗ୍ୟାସ୍‌ ପାଉ ନ ଥିବାବେଳେ ବେଆଇନ କାରବାର ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri